ଚଣ୍ଡୀଗଡ-ଦିବ୍ରୁଗଡ ଏକ୍ସପ୍ରେସ ଲାଇନଚ୍ୟୁତ, ୪ ମୃତ ୨୭ ଆହତ…

ତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାରେ ବଡ ରେଳ ଦୁର୍ଘଟଣା । ଅପରାହ୍ନ ୨ ଟା ୩୫ ମିନିଟରେ ଚଣ୍ଡୀଗଡ-ଦିବ୍ରୁଗଡ ଏକ୍ସପ୍ରେସ(୧୫୯୦୪) ଲାଇନଚ୍ୟୁତ ହେବାରୁ ୧୨ଟି ବଗି ଟ୍ରାକରୁ ବାହାରି ଯାଇ ଓଲଟି ପଡ଼ିଛି। ଦୁର୍ଘଟଣା ଝିଲାହୀ ଏବଂ ମୋତିଗଞ୍ଜ ରେଳ ଷ୍ଟେସନ ଠାରୁ ୩ କିମି ଦୂରରେ ହୋଇଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରାଥମିକ ସୂଚନା ଅନୁଯାୟୀ ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ ଗୁରୁତର ଆହତ ହୋଇଛନ୍ତି ।