ଚେଲ୍ଲା କୁମାର ଭୁଲିଥିଲେ ସୌଜନ୍ୟତା, କିଛି ନେତାଙ୍କ କଥାରେ ବିଶ୍ୱାଳ ପରିବାର ଓ ମୋକ୍କିମଙ୍କୁ ନେଇ କରିଥିଲେ ଆପତ୍ତିଜନକ ଟିପ୍ପଣୀ

ଭୁବନେଶ୍ୱର : କଂଗ୍ରେସ ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର ଏବଂ ପୂର୍ବତନ ବିଧାୟକ ଶରତ ରାଉତଙ୍କ ମଧ୍ୟର ଗତ ଦଳୀୟ ବୈଠକରେ ଉଚ୍ଚବାଚ ହୋଇଥିଲା । ଦୀର୍ଘ ସପ୍ତାହ ପରେ ଏହି କଥା ପଦାକୁ ଆସିଛି । କଂଗ୍ରେସର କିଛି ନେତା ପ୍ରଭାରୀ ଚେଲ୍ଲା କୁମାରଙ୍କୁ ପୂର୍ବତନ  ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳ, ପୂର୍ବତନ କାର୍ଯ୍ୟକାରୀ ଚିରଞ୍ଜୀବ ବିଶ୍ୱାଳ ଏବଂ ବିଧାୟକ ମହମ୍ମଦ ମୋକ୍କିମଙ୍କ ବିଷୟରେ କିଛି ଆପତ୍ତିଜନକ ଟିପ୍ପଣୀ ଦେବାକୁ ପ୍ରବର୍ତ୍ତାଇଥିଲେ । ଆଉ ସେମାନଙ୍କ କଥାରେ ଚେଲ୍ଲା କୁମାର ମଧ୍ୟ କିଛି ନ ଜାଣି ଆଡୁସାଡୁ ଗିଥିଲେ । ଚେଲ୍ଲା କୁମାରଙ୍କ ଏହି ଆପତ୍ତିଜନକ ମନ୍ତବ୍ୟ   ଉପରେ କଂଗ୍ରେସ ନେତା ଶରତ ରାଉତ ତତ୍ କ୍ଷଣାତ ପ୍ରକାଶ କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ ମଧ୍ୟ ମୋକ୍କିମଙ୍କ ନିଲମ୍ବନ ନେଇ ତାଙ୍କୁ ବିଶ୍ୱାସରେ ନିଆଯାଇ ନ ଥିବାରୁ ଆପତ୍ତି ଉଠାଇଥିଲେ । ହେଲେ ସେ ଶରତଙ୍କ ପରି ପ୍ରତିବାଦ ନ କରି ନୀରବ ରହିବାକୁ ଉଚିତ ମଣିଥିଲେ ।

ଘଟଣାଟି ଏହିରି ବସନ୍ତ ବିଶ୍ୱାଳଙ୍କୁ ନେଇ ଚେଲ୍ଲା କୁମାର କହିଥିଲେ ଯେ, ଯିଏ ଦିନେ କଟକର ଗଳିକନ୍ଦିରେ ଲାମ୍ବରେଡା ସ୍କୁଟର ଧରି ବୁଲୁଥିଲେ । କଣ୍ଟ୍ରାକ୍ଟରି କରିଥିଲେ । ତାଙ୍କ ପିଲାମାନେ ନିଜକୁ କଣ  ଭାବୁଛନ୍ତି । ତାଙ୍କ ପରିବାରର କଣ କଂଗ୍ରେସ ପାଇଁ କଣ କରିଛନ୍ତି ବୋଲି କହି ଚେଲ୍ଲା କୁମାର ଛିଗୁଲେଇଥିଲେ । ଅନୁରୂପ ଭାବେ ମୋକ୍କିମଙ୍କ ନିକଟରେ ଏତେ ଟଙ୍କା ଆସିଲା କେଉଁଠୁ ବୋଲି ଚେଲ୍ଲା କୁମାର ସଭାରେ କହିଥିଲେ । ଏହାଶୁଣି ଅନ୍ୟମାନେ ଚୁ୍ପ ରହିବା ସହ ପରସ୍ପରର ମୁହଁକୁ ଅନାଇଥିଲେ । ହେଲେ କିଛି କହି ନ ଥିଲେ । ମାତ୍ର ଶରତ ରାଉତ କହିଥିଲେ ଯେ, କଂଗ୍ରେସ ଦଳ ଦ୍ୱାରା କେବଳ ବସନ୍ତ ବାବୁ କିମ୍ବା ତାଙ୍କ ପରିବାର ଲାଭବାନ ହୋଇନାହାନ୍ତି । ଅନେକ ଜଣ ହୋଇଛନ୍ତି । କଂଗ୍ରେସ ସବୁ ବର୍ଗର ଦଳ । ବସନ୍ତ ବାବୁଙ୍କ ଇହଧାମ ତ୍ୟାଗର ଦୁଇ ଦଶନ୍ଧି ପରି ଏପରି ମନ୍ତବ୍ୟ ଦେବା କେତେ ଯୁକ୍ତିଯୁକ୍ତ। ସେହିପରି ଯେଉଁ ସଭାରେ ଦିଆାଇଥିବା ବକ୍ତବ୍ୟକୁ ନେଇ ଚିରଞ୍ଜୀବ ଏବଂ ମୋକ୍କିମଙ୍କୁ ନିଲମ୍ବନ କରାଗଲା । ସେହି ସଭାରେ ଅନ୍ୟ ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ରହିଥିଲେ । ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ବୋଲି ଶରତ ପ୍ରଶ୍ନ କରିଥିଲେ ।

ଏହି ଘଟଣାକୁ ନେଇ ଦଳ ବାହାରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି । କଂଗ୍ରେସ ନେତା ନରେଶ ମହାନ୍ତି କହିଛନ୍ତି ଯେ, ଯଦି ବସନ୍ତ ବିଶ୍ୱାଳ ଓ ପରିବାର ଏବଂ ମୋକ୍କିମଙ୍କର କିଛି ନ ଥିଲା । ତେବେ ପଟ୍ଟନାୟକ ପରିବାରର କଣ ଥିଲା । ୧୯୮୦ ମସିହା ପୂର୍ବରୁ ନିରଞ୍ଜନ ପଟ୍ଟନାୟକ ତ ପେଟି କ୍ରଣ୍ଟାକ୍ଟର ରହିଥିଲେ । ୨୦୦୦ ମସିହାରୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହିଛନ୍ତି । ସେହିପରି ନିରଞ୍ଜନ ବାବୁ ବିରୋଧି ଦଳରେ ରହିଛନ୍ତି । ହେଲେ ତାଙ୍କ ସମ୍ପତ୍ତିଙ୍କ ନବୀନଙ୍କ ଶାସନ କାଳରେ କେମିତି ବୃଦ୍ଧି ପାଇଛି । ତେଣୁ ଉଭୟ ନିରଞ୍ଜନ ଏବଂ ଚେଲ୍ଲା କୁମାର ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ବିଶେଷସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଚେଲ୍ଲା କୁମାରଙ୍କ ଏପରି ଟିପ୍ପଣୀ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅବଗତ ହେବା ସହ କ୍ଷୋଭ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *