ଶେଷ ବଲରେ ଚଉକା ମାରି ଚେନ୍ନାଇକୁ ପଞ୍ଚମ ଥର ଭାବେ ଚମ୍ପିୟାନ ମୁକୁଟ ପିନ୍ଧାଇଲେ ରବିନ୍ଦ୍ର ଜାଡେଜା ।

ଭୁବନେଶ୍ବର:ଚଳିତ ଆଇପିଏଲର 16 ତମ ସଂସ୍କରଣରେ ଚେନ୍ନାଇ ସୁପରକିଂସ୍ ପଞ୍ଚମ ଥର ଭାବେ ଟାଇଟଲ ହାତେଇଛି । ଗତକାଲି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ଚନ୍ନାଇ ପ୍ରଥମେ ଟସ ଜିତି ବିପକ୍ଷ ଗୁଜୁରାଟକୁ ବ୍ୟାଟିଂ ପାଇ ଆମନ୍ତ୍ରୀତ କରିଥିଲା । ଗୁଜୁରାଟର ଓପନିଂ ବ୍ୟାଟର ସୁଭମନ୍ ଗିଲ୍ ଏବଂ ରିଦିମାନ ଶାହା ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ପରେ ବି ସାଇ ସୁଦର୍ଶନ 96 ରନର ଏକ ମହତ୍ବପୂର୍ଣ୍ଣ ପାରି ଖେଳି ବିପକ୍ଷ ଦଳ ଆଗରେ 215 ରନର ଲକ୍ଷ୍ୟ ପ୍ରଦାନ କରିଥିଲେ । କିନ୍ତୁ ରବିବାର ଭଳି ପୁଣି ବର୍ଷା ସାଜିଥିଲା ବାଧକ । ଯାହାଦ୍ବରା ଡିଏଲସ୍ ମେଥର୍ଡ ଦ୍ବାରା ନିର୍ଦ୍ଧାରିତ 15 ଓଭରରେ 171 ରନର ଲକ୍ଷ୍ୟ ଚେନ୍ନାଇ ପାଇଁ ଦିଆଗଲା । ଦ୍ବତୀୟ ପାଳିର ଆରମ୍ଭରୁ ଚେନ୍ନାଇର ଖେଳାଳି ଗୁଜୁରାଟର ବୋଲରଙ୍କ ଉପରେ ଆକ୍ରମଣ କରି ଖେଳିଲେ । ରୋମାଞ୍ଚରେ ଭରା ଏହି ମ୍ୟାଚରେ ଶେଷ ଦୁଇ ବଲରେ 10 ରନ ଆବଶ୍ୟକ ଥିବା ବେଳେ ରବିନ୍ଦ୍ର ଜାଡେଜା ,ମୋହିତ ଶର୍ମାଙ୍କ ଫଞ୍ଚମ ବଲରେ ଛକ୍କା ଓ ଶେଷ ବଲରେ ଚଉକା ମାରି ଚେନ୍ନାଇକୁ ପଞ୍ଚମ ଥର ପାଇଁ ଆଇପିଏଲ ଚମ୍ପିୟାନ କରିଛନ୍ତି । ସେହିପରି ଚେନ୍ନାଇ ପାଇଁ ସର୍ବଶ୍ରଷ୍ଟ ପଦର୍ଶନ କରିଥିବା ଡେଭନ କନୱେଙ୍କୁ ପ୍ଲେୟର ଅଫ ଦ ମ୍ୟାଚ୍ ଏବଂ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ 890 ରନ କରିଥିବା ଶୁଭମନ୍ ଗିଲଙ୍କୁ ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ କରାଯାଇଛି ।

Leave a Reply

Your email address will not be published. Required fields are marked *