ଶୁଭ୍ରାଶୁଂଙ୍କ ପାଇଁ ବଡ଼ ଦଳ ହେଲା କି କାଳ ?
ଭୁବନେଶ୍ବର : ଚଳିତ ବର୍ଷ ଆଇପିଏଲ ସିଜିନ୍ ସମାପ୍ତ ହୋଇଛି । କିଛି ନୂଆ ଚେହେରା ଭଲ ପଦର୍ଶନ କରି ପ୍ରଶଂସା ସାଉଁଠୁଛନ୍ତି । ସେ ଗୁଜୁରାଟର ବି ସାଇ ସୁଦର୍ଶନ ହୁଅନ୍ତୁ ଅବା ମୁମ୍ବାଇ ଇଣ୍ଡିଆନ୍ସର ଆକାଶ ମଧୱାଲ ସମସ୍ତଙ୍କୁ ଆଇପିଏଲ ପରିଚୟ ଦେଇଛି । କିନ୍ତୁ ଦଃଖର ବିଷୟ ଯେ ଓଡିଆ ପୁଅ ଶୁଭ୍ରାଶୁଂଙ୍କୁ ଏଥର ମଧ୍ୟ ନିଜ ବ୍ୟାଟିଂ କୌଷଳ ଦେଖାଇବାକୁ ସୁଯୋଗ ମିଳି ନାହିଁ । ଦୁଇ ଦୁଇ ଥର ଚେନ୍ନାଇ ତାଙ୍କୁ ଦଳରେ ସାମିଲ କରିଛି କିନ୍ତୁ ସୁଯୋଗ ଦେବାରୁ ବଞ୍ଚିତ ମଧ୍ୟ କରିଛି ।ଯଦି ଅନ୍ୟ କୌଣଷି ଫ୍ରାଚାଇଜ ସହ ଯୋଡି ହୋଇ ଥାନ୍ତେ ତେବେ ସମ୍ଭବତଃ ଶୁଭ୍ରାସୁଂ ଖେଳିବାର ଦେଖିବାକୁ ମିଳିଥାନ୍ତେ ।କିନ୍ତୁ ଚେନ୍ନାଇ ପରି ବଡ଼ ଦଳରେ ଶୁଭ୍ରାସୁଂଙ୍କ ପାଇଁ ସ୍ଥାନ ବୋଧ ହୁଏ ଖାଲି ନଥିଲା । ଚଳିତ ଆଇପିଏଲରେ ସେ ଥରେ ମାତ୍ର ସବସିଚ୍ୟୁଟ ଫିଲ୍ଡରହିସାବରେ ପଡିଆକୁ ଓହ୍ଲାଇ ଏକ ରନ ଆଉଟ ମଧ୍ୟ କରିଛନ୍ତି । ଦଳ ହିସାବରେ ଚେନ୍ନାଇକୁ ସଫଳତା ମିଳିଛି ସତ କିନ୍ତୁ ବ୍ୟକ୍ତିଗତ ଭାବେ ଶୁଭ୍ରାଶୁଂଙ୍କ ସଫଳତା ଶୂନ ପରିଲିକ୍ଷିତ ହେଉଛି ।