ଛତିଶଗଡ଼ର ଦନ୍ତେୱାଡାରେ ନକ୍ସଲବାଦୀଙ୍କ ଆକ୍ରମଣରେ ୧୧ ଯବାନ ସହିଦ
ଛତିଶଗଡ : ଛତିଶଗଡ଼ର ଦନ୍ତେୱାଡାରେ ନକ୍ସଲବାଦୀଙ୍କ ଆକ୍ରମଣରେ ୧୧ ଯବାନ ସହିଦ ହୋଇଛନ୍ତି। ସୂଚନା ଅନୁଯାୟୀ, ଦନ୍ତେୱାଡାର ଅରଣପୁର ଜଙ୍ଗଲରେ ଏହି ଆକ୍ରମଣ ଘଟିଛି। ଜିଲ୍ଲା ରିଜର୍ଭ ଗାର୍ଡର ଯବାନମାନଙ୍କୁ ନେଇ ଯାଉଥିବା ଏକ ଗାଡି ଉପରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରାଇଛନ୍ତି। ସେଠାରେ ପୂର୍ବରୁ ନକ୍ସଲବାଦୀଙ୍କ ପକ୍ଷରୁ ଆଇଇଡି ରଖାଯାଇଥିଲା। ଏହି ଆକ୍ରମଣରେ ଡ୍ରାଇଭର ସମେତ ୧୦ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଉପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ୱାଗଲ କହିଛନ୍ତି ଯେ କୌଣସି ପରିସ୍ଥିତିରେ ନକ୍ସଲବାଦିଙ୍କୁ ଛଡ଼ାଯିବ ନାହିଁ।