ନିର୍ବାଚନ ପ୍ରଚାରରେ ପିଲା ହେବେ ନାହିଁ ସାମିଲ

ନିର୍ବାଚନ କମିଶନରଙ୍କ କଡା ନିର୍ଦ୍ଦେଶ ଏଣିକି ଆଉ ପ୍ରଚାରରେ ପିଲାଙ୍କୁ କରିପାରିବେ ନାହିଁ ସାମିଲ । ଲୋକସଭା ନିର୍ବାଚନ ପୂର୍ବରୁ ଭାରତର ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ଏକ ବଡ଼ ଝଟକା ଦେଇଛି । ନିର୍ବାଚନ ପ୍ରକ୍ରିୟା ସମୟରେ ପିଲାମାନଙ୍କୁ ବ୍ୟବହାର ନକରିବାକୁ ଦଳ ଏବଂ ପ୍ରାର୍ଥୀଙ୍କୁ ଅନୁରୋଧ କରି ଆୟୋଗ କଡା ନିର୍ଦ୍ଦେଶ ଦେଇଛନ୍ତି । ଦଳମାନଙ୍କୁ ପଠାଯାଇଥିବା ଏକ ପରାମର୍ଶରେ ନିର୍ବାଚନ ଆୟୋଗ ପ୍ୟାନେଲ କହିଛନ୍ତି ଯେ ଦଳ ତଥା ପ୍ରାର୍ଥୀଙ୍କ ଦ୍ୱାରା ନିର୍ବାଚନ ପ୍ରକ୍ରିୟା ସମୟରେ ଯେକୌଣସି ପ୍ରକାରେ ପିଲାଙ୍କ ବ୍ୟବହାର ପ୍ରତି ଶୂନ୍ୟ ସହନଶୀଳତା ରହିବା ଆବଶ୍ୟକ ।
ପୋଷ୍ଟର ଓ ପାମ୍ଫଲେଟ୍ ସମେତ କୌଣସି ପ୍ରଚାର ସାମଗ୍ରୀରେ ପିଲାଙ୍କୁ କୌଣସି ରୂପରେ ବ୍ୟବହାର ନକରିବାକୁ ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡ଼ିକୁ କହିଛନ୍ତି । ନିର୍ବାଚନ ପ୍ରକ୍ରିୟା ସମୟରେ ଯେକୌଣସି ଉପାୟରେ ଦଳ ଓ ପ୍ରାର୍ଥୀଙ୍କ ଦ୍ୱାରା ପିଲାଙ୍କ ବ୍ୟବହାର ବିରୋଧରେ ନିର୍ବାଚନ ଆୟୋଗ ‘ଶୂନ୍ୟ ସହନଶୀଳତା’ ନୀତି ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି । ଆୟୋଗ କହିଛନ୍ତି ଯେ ନେତା ଓ ପ୍ରାର୍ଥୀମାନେ ପିଲାମାନଙ୍କୁ ପ୍ରଚାର କାର୍ଯ୍ୟରେ ବ୍ୟବହାର କରନ୍ତୁ ନାହିଁ, ସେ ଗାଡିରେ ହେଉ କିମ୍ବା ରାଲିରେ । କବିତା, ଗୀତ, କଥିତ ଶବ୍ଦ, ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ଚିହ୍ନ ପ୍ରଦର୍ଶନ ଭଳି ଯେକୌଣସି ଉପାୟରେ ରାଜନୈତିକ ପ୍ରଚାର ପାଇଁ ପିଲାଙ୍କ ବ୍ୟବହାର ଉପରେ ମଧ୍ୟ ଏହି କଟକଣା ଲାଗୁ ହେବ ବୋଲି ଆୟୋଗ ଏକ ବିବୃତିରେ କହିଛନ୍ତି।