ଚୀନ କହୁଛି ଭାରତୀୟ ସାମ୍ବାଦିକ ଦେଶ ଛାଡ଼

ବେଜିଂ:  ଭାରତ ଏବଂ ଚୀନ୍‌ ମଧ୍ୟରେ ସାମ୍ବାଦିକଙ୍କୁ ନେଇ ବିବାଦ ତିବ୍ର ହେବାରେ  ଲାଗିଛି। ଚୀନ୍‌ ନ୍ୟୁଜ୍‌ ଏଜେନ୍ସି ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ (ପିଟିଆଇ)ର ସାମ୍ବାଦିକଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି। ଚୀନ୍‌ରେ ରହିବା ନେଇ ତାଙ୍କ ପ୍ରମାଣପତ୍ରକୁ ଅପଡେଟ୍ କରାଯାଇ ନ ଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ଚୀନ୍‌ରେ ୪ ଜଣ ସାମ୍ବାଦିକ ଥିଲେ। ଜଣେ ସାମ୍ବାଦିକ ଚଳିତ ସପ୍ତାହରେ ବେଜିଂ ଛାଡ଼ି ଥିଲେ। ପ୍ରସାର ଭାରତୀ ଏବଂ ଅନ୍ୟ ଏକ ଗଣମାଧ୍ୟମ ପ୍ରତିଷ୍ଠାନର ସାମ୍ବାଦିକଙ୍କ ଭିସାକୁ ନବୀକରଣ କରାଯାଇ ନ ଥିଲା। ଭାରତ ମଧ୍ୟ ଚୀନ୍‌ ସାମ୍ବାଦିକଙ୍କୁ ଦେଶରୁ ବାହାର କରିଦେଇଛି ବୋଲି ବେଜିଂ ଅଭିଯୋଗ କରିଛି। ପୂର୍ବରୁ ଆମେରିକା ଏବଂ ଅଷ୍ଟ୍ରେଲିଆ ସାମ୍ବାଦିକଙ୍କୁ ଚୀନ୍‌ ବାହାର କରିଦେଇଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *