ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଲାଗି ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ପୁରୀ-ହାୱଡ଼ା ମଧ୍ୟରେ ଦ୍ରୁତଗାମୀ ଏବଂ ଅତ୍ୟାଧୁନିକ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମାଧ୍ୟମରେ ପୁରୀ ଷ୍ଟେସନରୁ ବନ୍ଦେ ଭାରତ ଏକ୍ସପ୍ରେସ୍କୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଇଁ ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳ ଲାଗି ଦାବି କରିଛନ୍ତି। ଏହି ସହରର ଯାତ୍ରୀ ମାନଙ୍କ ସୁବୁଧା ପାଇ ପୁରୀରୁ ସମ୍ବଲପୁର ଦେଇ ରାଉରକେଲା ଏବଂ ଭୁବନେଶ୍ବରରୁ ହାଇଦ୍ରାବାଦ ମଧ୍ୟରେ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ପୁରୀରେ ଆଗାମୀ ତିନିରୁ ଚାରି ମାସ ଭିତରେ ଇଣ୍ଟରନ୍ୟାସେନାଲ ଏୟାର ପୋର୍ଟ ନିର୍ମାଣ କରି ନିଜେ ପ୍ରଧାନ ମନ୍ତ୍ରୀ ଏହାକୁ ଲୋକାର୍ପଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଏମ ମୋଦିଙ୍କୁ ଅନୁରୋଧ କରିଛନ୍ତି ।