ମାସ ଆରମ୍ଭରୁ ବଢିଲା ଗ୍ୟାସ ଦର

ନୂଆଦିଲ୍ଲୀ : ପ୍ରତି ମାସ ପହିଲାରୁ ଦର ଦାମରେ ପରିବର୍ତ୍ତନ ଦେଖାଦେଇଥାଏ । ସେହିପରି ନଭେମ୍ବର ମାସର ଆରମ୍ଭରୁ ବଢିଛି ଗ୍ୟାସ ସିଲିଣ୍ଡର ଦର। ୧୯ କିଲୋ ଏଲପିଜି ସିଲିଣ୍ଡର ଦାମ୍ରେ ୬୨ ଟଙ୍କା ବୃଦ୍ଧି କରାଯାଇଛି ।
୧୯ କେଜି ବ୍ୟବସାୟିକ ଏଲପିଜି ସିଲିଣ୍ଡରରେ ୬୨ ଟଙ୍କା ବୃଦ୍ଧି କରାଯାଇଛି। ଏବଂ ୫ କେଜି ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି ହୋଇଛି। ଅନ୍ୟପଟେ ଘରୋଇ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
ଦିଲ୍ଲୀରେ ପୂର୍ବରୁ ୧୭୪୦ ଟଙ୍କାରେ ମିଳୁଥିବା ସିଲିଣ୍ଡର ଦାମ୍ ବର୍ତ୍ତମାନ ୧୮୦୨ ଟଙ୍କାରେ ମିଳିବ। ଲଗାତାର ଚାରି ମାସ ହେବ ୧୯ କିଲୋ ସିଲିଣ୍ଡର ଦାମ୍ ବୃଦ୍ଧି ହୋଇଛି । କଲକାତାରେ ସିଲିଣ୍ଡର ଦାମ୍ ୧୯୧୧.୫୦ ଟଙ୍କା । ମୁମ୍ବାଇରେ ୧୭୫୪.୫୦ ଟଙ୍କାରେ ପହଞ୍ଚି ସାରିଛି । ସେହିପରି ଚେନ୍ନାଇରେ ୧୯୬୪ ଟଙ୍କା ଓ ଭୁବନେଶ୍ବର ୧୯୫୦ ଟଙ୍କାରେ ପହଞ୍ଚିଛି ଗ୍ୟାସ ଦର। ରେସ୍ତୋରାଁ, ହୋଟେଲ ଆଦିରେ ଏହାର ବ୍ୟବହାର ହୋଇଥାଏ । ବ୍ୟବସାୟିକ ସିଲିଣ୍ଡର ଦାମ୍ ବୃଦ୍ଧି ହେଉଥିବାରୁ ହୋଟେଲରେ ଖାଦ୍ୟ ଥାଳି ବୃଦ୍ଧି ହେବା ନେଇ ଆଶଙ୍କା କରାଯାଉଛି।