କୋଲକତା ପୁଲିସକୁ ପ୍ରଶ୍ନବାଣରେ ଘାଇଲା କଲେ ପ୍ରଧାନ ବିଚାରପତି

କୋଲକତା;କୋଲକତାରେ ମହିଳା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ  ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟା। ପୀଡିତାଙ୍କ ନାମ ଓ ଫଟୋ ଆଦି କାହିଁକି ଭାଇରାଲ ହେଉଛି ? ୧୨ ଘଣ୍ଟା ପରେ ପୁଲିସ କାହିଁକି ମାମଲା ରୁଜୁ କଲା ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଆଜି  ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଛି। ଗୁରୁବାର ସୁଦ୍ଧା ଷ୍ଟାଟସ୍‌‌ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଘଟଣା ଘଟିବାର ବହୁ ବିଳମ୍ବରେ ମାମଲା ରୁଜୁ ହେବା ନେଇ ପ୍ରଶ୍ନ କରିଛନ୍ତି କୋର୍ଟ। ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ଭୂମିକା, ପୀଡିତାଙ୍କ ମୃତ୍ୟୁକୁ ଆତ୍ମହତ୍ୟାର ରୂପଦେବାକୁ କରାଯାଇଥିବା ପ୍ରୟାସ ଓ ପୀଡିତାଙ୍କ ପରିବାରକୁ ବିଳମ୍ବରେ ଶବ ଦେଖାଇବା ନେଇ କ୍ଷୋଭ ପ୍ରକାଶ କରିବା ସହ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ।
ଏହାସହିତ ଡାକ୍ତରଙ୍କ ସୁରକ୍ଷା ନେଇ ବିରକ୍ତି ପ୍ରକାଶ କରିବା ସହ ଏହା ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷା ବୋଲି ପ୍ରଶ୍ନ କରିଛନ୍ତି। ସାରା ଦେଶରେ ଡାକ୍ତରଙ୍କ ଆନ୍ଦୋଳନ ଚାଲିଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ଫଳରେ ଡାକ୍ତରଙ୍କୁ ଆନ୍ଦୋଳନ ବନ୍ଦ କରିବାକୁ ଅପିଲ କରିଛନ୍ତି କୋର୍ଟ। ଡାକ୍ତରଙ୍କ ସୁରକ୍ଷା ପାଇଁ ଗଠନ ହେବ ନ୍ୟାସନାଲ ଟାସ୍କ ଫୋର୍ସ। ସୁପ୍ରିମକୋର୍ଟଙ୍କ ନୀରିକ୍ଷଣରେ ଏହା ଗଠନ ହେବ। କୋର୍ଟଙ୍କ ଉପରେ ଭରସା ରଖିବାକୁ ଆଶ୍ୱସନା ଦେଇଛନ୍ତି ସୁପ୍ରିମକୋର୍ଟ।

Leave a Reply

Your email address will not be published. Required fields are marked *