ଆସିଲା CRICKET WORLD CUP 2023 ଗୀତ , ଝୁମିଲେ କ୍ରୀଡ଼ା ପ୍ରେମୀ

ମୁମ୍ବାଇ : ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପ୍ ୨୦୨୩ କୁ ଉତ୍ସାହର ସହିତ ଅପେକ୍ଷା କରିଥିବା ପ୍ରଶଂସକଙ୍କୁ ଆଇସିସି ଏକ ବଡ଼ ଉପହାର ଦେଇଛି। ଆନ୍ତର୍ଜତୀୟ କ୍ରିକେଟ୍ ପରିଷଦ ଏହି ମେଗା ଟୁର୍ନାମେଣ୍ଟର ଥିମ୍ ଗୀତ ଆଜି ଲଞ୍ଚ କରିଛି | ଏହି ମଜାଳିଆ ଗୀତର ନାମ ଦିଲ୍ ଜଶନ୍ ବୋଲେ ରଖାଯାଇଛି। ଯେଉଁଥିରେ ପ୍ରୀତମ୍ ସଂଗୀତ ପ୍ରଦାନ କରିବା ସହ ରଣବୀର ସିଂଙ୍କ ନାଚ ଗୀତକୁ ଆହୁରି ରୋମାଞ୍ଚ ପ୍ରଦାନ କରିଛି। ଦିନିକିଆ ବିଶ୍ୱକପ୍ ୨୦୨୩ ପାଇଁ ମୁକ୍ତିଲାଭ କରିଥିବା ଗୀତର ଆରମ୍ଭରେ ରଣଭୀର ସିଂ ଗୋଟେ ପିଲାକୁ ପ୍ରକୃତ କ୍ରିକେଟ୍ ପ୍ରଶଂସକ ହେବାର ଗୁରୁତ୍ୱ ବିଷୟରେ କହୁଛନ୍ତି | ଭିଡିଓରେ ସଙ୍ଗୀତକାର ପ୍ରୀତମଙ୍କୁ ମଧ୍ୟ ଟ୍ରେନର ଉପରେ ଗିଟାର ବଜାଇବାର ଦେଖାଯାଇଛି | ଏହା ବ୍ୟତୀତ କ୍ରିକେଟ୍ ସମୀକ୍ଷକ ଜତିନ୍ ସପ୍ରୁ ମଧ୍ୟ ଏହି ଗୀତରେ ଉପସ୍ଥିତ ଅଛନ୍ତି। ଭାରତୀୟ ସଙ୍ଗୀତ ସହିତ ଡିଜେ ଟ୍ୟୁନ୍ ମଧ୍ୟ ଏହି ଗୀତରେ ଯୋଗ କରାଯାଇଛି |

Leave a Reply

Your email address will not be published. Required fields are marked *