ଆକ୍ରୋଶ ରଖି ନବଙ୍କୁ ମାରିଥିଲା ଗୋପାଳ, ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ରଖିଲା ମତ
ଭୁବନେଶ୍ୱର : କୌଣସି ରାଜନୈତିକ କାରଣ ନୁହଁ। କିମ୍ବା କୋଇଲା ବେପାର ନୁହଁ। ବରଂ ବ୍ୟକ୍ତିଗତ ଆକ୍ରୋଶ ରଖି ହିଁ ପୂର୍ବତନ ମନ୍ତ୍ରୀ ନବ ଦାସ ଙ୍କୁ ହତ୍ୟା କରାଯାଇଛି। ଏକଥା ଆମେ କହୁନାହୁଁ। ଏ କଥା ଓଡ଼ିଶା ପୁଲିସ୍ ପକ୍ଷରୁ କୁହାଯାଇଛି। କ୍ରାଇମବ୍ରାଞ୍ଚ ଦୀର୍ଘଦିନ ପରେ ଏହି ହାଇଫ୍ରୋପାଇଲ ମର୍ଡର କେସରେ ଚାର୍ଜସିଟ୍ ଦାଖଲ କରିଛି । ନବ ହତ୍ୟାର ପ୍ରାୟ ୧୧୮ ଦିନ ପରେ ଝାରସୁଗୁଡା ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହା ପ୍ରାୟ ୫୪୩ ପୃଷ୍ଠା ସମ୍ବଳିତ ବୋଲି ଧରାପଡିଛି। ଗଣମାଧ୍ୟମକୁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ, ନବଙ୍କ ପ୍ରତି ଗୋପାଳଙ୍କ ମନରେ ବ୍ୟକ୍ତିଗତ ଆକ୍ରୋଶ ଓ ରାଗ ଥିଲା। ନବ ଦାସ ଓ ତାଙ୍କ ସମର୍ଥକଙ୍କ ପଟୁ ବିପଦ ଥିବା ଗୋପାଳ ମନେ ମନେ ଭାବୁଥିଲେ। ତେଣୁ ଗତ ଜାନୁଆରୀ ୨୯ ତାରିଖରେ ମନ୍ତ୍ରୀ ସ୍ୱର୍ଗତ ଦାସଙ୍କୁ ଗୁଳି କରି ହତ୍ୟା ଗୋପାଳ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ କାରଣରୁ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା। ତେଣୁ ଏହାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ପ୍ରଦାନ କରାଯାଇଥିଲା। ହେଲେ ବିଜେପି ଓ କଂଗ୍ରେସ ସିବିଆଇ ତଦନ୍ତ କରୁ ବୋଲି କହିଥିଲେ। ପରେ କଂଗ୍ରେସ ଜଣେ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ ହେଉ ବୋଲି ମତ ରଖିଥିଲେ