ରୋନାଲଡୋଙ୍କ ସୋସିଆଲ ମିଡ଼ିଆ ମହାରେକର୍ଡ଼, ଦୁନିଆର ପ୍ରଥମ ବ୍ୟକ୍ତି ଯାହାଙ୍କ ପାଖରେ ଅଛନ୍ତି ଏତେ ଅନୁଗାମୀ

କ୍ରିଷ୍ଟିଆନୋ ରୋନାଲଡୋ | ଏହି କିମ୍ବଦନ୍ତୀ ଖେଳାଳି ଜଣକ ରେକର୍ଡ ଭାଙ୍ଗିବା ପାଇଁ ଜନ୍ମ ନେଇଛନ୍ତି | ଫୁଟବଲ ପଡ଼ିଆରେ ପ୍ରବେଶ କରିବା ମାତ୍ରେ ରୋନାଲଡୋ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରିଥାନ୍ତି | ନିକଟରେ ସେ ପ୍ରଥମ ଫୁଟବଲର୍ ଭାବରେ ୯୦୦ କ୍ୟାରିୟର ଗୋଲ୍  ର ରେକର୍ଡ଼ ଛୁଇଁଛନ୍ତି | କିନ୍ତୁ ରୋନାଲ୍ଡୋ କେବଳ ଫୁଟବଲ ପଡିଆ ଭିତରେ ନିଜର ଯାଦୁ ବିସ୍ତାର କରନ୍ତି ନାହିଁ | ତାଙ୍କର ପ୍ରଭାବ ଫୁଟବଲ ଜଗତରୁ ବାହାରେ ମଧ୍ୟ ବିସ୍ତାରିତ ହୋଇଛି | ସୋସିଆଲ ମିଡିଆରେ ମଧ୍ୟ ରୋନାଲ୍ଡୋ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି| ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଏକ ‘ମହାନ ରେକର୍ଡର ଅଧିକାରୀ ହେଇଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡ

ସୋସିଆଲ ମିଡିଆରେ ରୋନାଲଡୋଙ୍କ ଅନୁଗାମୀଙ୍କ ସଂଖ୍ୟା ୧ବିଲିୟନ ଅତିକ୍ରମ କରିଛି  ଅର୍ଥାତ୍ ୧୦୦ କୋଟିରୁ ଅଧିକ  | ଏମିତି ହାସଲ କରିବାରେ ସେ ପ୍ରଥମ ବ୍ୟକ୍ତି ହୋଇଛନ୍ତି। କ୍ରିଷ୍ଟିଆନୋ ନିଜେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏହି ସଫଳତାକୁ ନେଇ ରୋନାଲଡୋ ଏକ ପୋଷ୍ଟର ମଧ୍ୟ ପ୍ରକାଶ କରିଛନ୍ତି।ଯେଉଁଥିରେ ତାଙ୍କ ଫଟୋ ସହ ୧ ବିଲିୟନ ଲେଖା ରହିଛି।

ରୋନାଲଡୋଙ୍କ ସୋସିଆଲ ମିଡିଆ ଅନୁସରଣକାରୀଙ୍କ ବିଷୟରେ କହିବାକୁ ଗଲେ ଇନଷ୍ଟାଗ୍ରାମରେ ତାଙ୍କର ୬୩୮ ମିଲିୟନ ଅନୁସରଣକାରୀ ଅଛନ୍ତି। ଯେତେବେଳେ କି ଫେସବୁକରେ ତାଙ୍କର ୧୭୦ ମିଲିୟନ ଅନୁସରଣକାରୀ ଅଛନ୍ତି। ସେହିପରି, X ରେ ରୋନାଲଡୋଙ୍କର ୧୧୩ ମିଲିୟନ ଅନୁସରଣକାରୀ ଅଛନ୍ତି | ଗତ ମାସ ୨୧ ରେ ଆରମ୍ଭ ହୋଇଥିବା ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଅନୁସରଣକାରୀଙ୍କ ସଂଖ୍ୟା ୬୦.୬ ମିଲିୟନରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *