ବିଶ୍ୱକପ୍ ମ୍ୟାଚ ପାଇଲାନି ବାରବାଟୀ, କ୍ଷତି ଭରଣା ପାଇଁ ଚେଷ୍ଟା କରୁଛି ଓସିଏ
କଟକ : ଓଡ଼ିଶା କ୍ରୀଡ଼ା ରାଜଧାନୀ। ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଏକ ବିଶେଷ ସ୍ଥାନ। ହେଲେ କ୍ରିକେଟ ପାଗଳ ଭାରତବର୍ଷରେ ଅଢେଇ ମାସ ପରେ ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଯାଉଛି। ଦୁଃଖର ବିଶୟ ଅତୀତରେ ଏକାଧିକ ବିଶ୍ୱକପ୍ ମ୍ୟାଚ ଆୟୋଜନ କରିଥିବା କଟକର ବାରବାଟୀ ଷ୍ଟାଡିୟମ ଏଥିରୁ ବଞ୍ଚିତ ହୋଇଛି। ଏହା ରାଜ୍ୟର କ୍ରିକେଟ ପ୍ରେମୀଙ୍କୁ କଷ୍ଟା ଦେଇଛି। ଏନେଇ ବହୁ ପୂର୍ବତନ ରଣଜୀ ଖେଳାଳି ଓଡ଼ିଶା କ୍ରିକେଟ ଆସୋସିଏସନ୍ ର ଅପରାଗତାକୁ ଦାୟୀ କରିଛନ୍ତି। ରାଜ୍ୟ ରାଜନୀତିର ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ପ୍ରଣବ ପ୍ରକାଶ ଦାସ ଓରଫ ବବି ଓସିଏର ଦାୟିତ୍ୱ ଗ୍ରହଣ କରିଛନ୍ତି। ମାତ୍ର ରାଜ୍ୟରେ ବିଶ୍ୱକପ୍ ମ୍ୟାଚଟିଏ ପାଇଁ ସେ ଚେଷ୍ଟା କରିପାରିଲେ ନାହିଁ ବୋଲି ଆଲୋଚନା ହେଉଛି।
ଚାରି ଆଡୁ ବିରୋଧ ଏବଂ ସମାଲୋଚନା ହେବା ପରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ ତାଳିପକ୍କା ଅଭିଯାନ ଆରମ୍ଭ କରିଛି। ବିଶ୍ୱକପ୍ ପରେ ଭାରତରେ ହେବାକୁ ଥିବା ଏକାଧିକ ଦ୍ୱିପାକ୍ଷିକ ଦିନିକିଆ ଶୃଙ୍ଖଳାର ମ୍ୟାଚ୍ ଓଡ଼ିଶାକୁ ମିଳୁ ବୋଲି ଦାବି କରିଛି। ପୂର୍ବରୁ ବିସିସିଆଇ ଏନେଇ ଖସଡା ପ୍ରସ୍ତୁତ କରିଛି। ସେଥି୍ରେ କୌଣସିମତେ ବାରବାଟୀଙ୍କୁ ତାଲିକାଭୁକ୍ତ କରିବା ପାଇଁ ଓସିଏ ଲାଗି ପଡ଼ିଛି। ଗତ ୨୦୧୯ ଡିସେମ୍ବର ୨୨ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ବାରବାଟୀରେ ଆନ୍ତର୍ଜାତିକ ଦିନିକିଆ ଖେଳାଯାଇଥିଲା। ବାରବାଟୀ ସମେତ ୱାର୍ମ ଅପ୍ ମ୍ୟାଚ୍ ଆୟୋଜନ କରୁଥିବା ଗୁଆହାଟୀ ଓ ଥିରୁବନନ୍ତପୁରମ୍ରେ ଏହି ବର୍ଗରେ ଦିନିକିଆ ଆୟୋଜନ ସୁଯୋଗ ମିଳିବ। ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବାକୁ ସେପ୍ଟେମ୍ବର-ଅକ୍ଟୋବରରେ ଭାରତ ଆସିବ। ଅଫଗାନ ଗସ୍ତ ନେଇ ମଧ୍ୟ ଦ୍ୱନ୍ଦ୍ୱ ରହିଛି। ତେଣି ଅଷ୍ଟ୍ରେଲିଆ କିମ୍ବା ଆଫଗାନିସ୍ତାନ ମଧ୍ୟରୁ କୌଣସି ଦଳ ବାରବାଟୀ ଖେଳିବା ନେଇ ଓସିଏ ପକ୍ଷରୁ ଚେଷ୍ଟା କରାଯାଉଛି