RSS @100: କଟକ ବିବାଦ ଏକ ଦୀର୍ଘମିଆଦୀ ପରୀକ୍ଷଣ
ଭୁବନେଶ୍ୱର :(ବିଜୟ ସାହୁ)-କିଛି ବନ୍ଧୁ ଏପରି କି ଯେଉଁମାନେ ବିଜେପି ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସାମ୍ପ୍ରତିକ କ୍ରିୟାକଳାପ ଉପରେ ଅସନ୍ତୁଷ୍ଟ କିମ୍ବା ବିରୋଧୀ ସେମାନଙ୍କ କଟକ ଦଶହରା ମେଢ଼ ଭଷାଣିକୁ କେନ୍ଦ୍ରକରି ଯେଭଳି ପରିସ୍ଥିତି ସୃଷ୍ଟି ହେଲା ତାହାକୁ କେବଳ ଆଇନ ଶୃଙ୍ଖଳା ପରିସ୍ଥିତି ଚଷମାରେ ଦେଖୁଛନ୍ତି। ଏ କ୍ଷେତ୍ରରେ ଭିନ୍ନ ଭିନ୍ନ ମତ ସୋସିଆଲ ମିଡିଆ ଅଥବା ଟିଭି ସାକ୍ଷାତକାର / ୱେବ ଚାନେଲରେ ଦେଉଛନ୍ତି।
ଗୋଟିଏ ଗୋଷ୍ଠୀଙ୍କ ମତ ହେଲା ମୋହନ ସରକାରଙ୍କ ଦୁର୍ବଳ ନେତୃତ୍ୱ ଯୋଗୁଁ ପୂର୍ବରୁ ଗୋଇନ୍ଦା ବିଭାଗର ସୂଚନା ଥିବା ସତ୍ତ୍ୱେ ପୋଲିସ ବିଭାଗ କୁ ସତର୍କ କରାଇ ନଥିଲେ । ତେଣୁ ହଠାତ ଘଟଣାଟି ଏକ ସଂଖ୍ୟାଲଘୁ ଅଞ୍ଚଳରେ ଘଟିଗଲା।
ଆଉ ଗୋଟିଏ ଗୋଷ୍ଠିର ମତ ହେଲା ମୋହନ ସରକାର ଏପର୍ଯ୍ୟନ୍ତ ପୂର୍ଵ ସରକାରଙ୍କ ପ୍ରଶାସନିକ ଛାୟାରୁ ମୁକ୍ତ ହେଇ ନାହାଁନ୍ତି , ତେଣୁ ତାଙ୍କୁ ବଦନାମ କରିବା ପାଇଁ ଭିତରୁ ଓ ବାହାରୁ କିଛି ଚକ୍ରାନ୍ତ କରି ଏମିତି ଘଟଣା କରିଦେଲେ । ତଥାପି ଏହି ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କୁ ଦୁଇ ତିନି ଦିନରେ ପରିସ୍ଥିତି ନିୟନ୍ତ୍ରଣ କରି ଥିବାରୁ ଧନ୍ୟବାଦ ଦେଉଛନ୍ତି ।
ଆଉ ଗୋଟିଏ ଗୋଷ୍ଠୀଙ୍କ ମତ ହେଲା ପରିବର୍ତ୍ତନ ଆଣିବା ପାଇଁ ଆମେ ଚାହିଁଥିଲୁ, କିନ୍ତୁ ପରିବର୍ତ୍ତନ ଖରାପ ହେଲା ।
ସବୁଠାରୁ ଗୋଟିଏ ଗୋଷ୍ଠୀ ଆଉ ଏକ ବିଭ୍ରାନ୍ତିକର ପ୍ରଚାର କରୁଛନ୍ତି ।
ତାହା ହେଲା ଓଡ଼ିଶାରେ ସଙ୍ଘ ପରିବାର ଓ ବିଜେପି ସଂଗଠନ ମଧ୍ୟରେ ତୁମୂଳ ଦ୍ବନ୍ଦ୍ୱ ଯୋଗୁଁ ପ୍ରଶାସନ ନିଷ୍କ୍ରିୟ ହେଇ ଯାଇଛି ।ଅର୍ଥାତ Multi Centre ନିର୍ଦେଶନାମା କାର୍ଯ୍ୟ କରୁଛି ।
ସବୁ ମତାମତର ସାରାଂଶ ହେଉଛି କଟକ ଘଟଣା ଏକ ପ୍ରଶାସନିକ ବିଫଳତା ,ଏଥିରେ ହିନ୍ଦୁ-ମୁସଲିମ ବିବାଦର କୌଣସି ପ୍ରଭାବ ନାହିଁ ।ସାମୟିକ ଉତ୍ତେଜନା ଓ କିଛି ଅବାଞ୍ଚିତ ତତ୍ତ୍ୱ ( Fringe Elements) ପରିସ୍ଥିତିର ସୁଯୋଗ ନେଇ ଏଭଳି କାଣ୍ଡ କରିଥିଲେ । ଏହି ଗୋଷ୍ଠୀ ଉଭୟ ସମ୍ପ୍ରଦାୟର କିଛି କିଛି ଲାଭାର୍ଥୀ ଯୁବକ ।
ମୁଁ Lock Stock Barrel ଉପରୋକ୍ତ ମତକୁ ନାକଚ କରୁଛି । ଏହାର ଅର୍ଥ ନୁହେଁ ସେମାନଙ୍କ ସ୍ୱାଧୀନ ମତକୁ ବିରୋଧ କରୁଛି ।
କଟକରେ ସାମ୍ପ୍ରଦୟିକ ଉତ୍ତେଜନା
ଏକ ବୃହତ ଚକ୍ରାନ୍ତର ପରୀକ୍ଷଣ ଯାହା ପ୍ରତି ସଚେତନ ରହିବା ଓଡ଼ିଶା ବାସୀଙ୍କ ସର୍ବାଦୌ କର୍ତ୍ତବ୍ୟ ।
ରାଷ୍ଟ୍ରୀୟ ସ୍ୱୟଂ ସଙ୍ଘ ଏକ ସୁଚିନ୍ତିତ ବିଚାର ଦ୍ୱାରା ସୃଷ୍ଟି ହେଇଛି ।ସେଇ ବିଚାରଧାରା ହେଲା ହିନ୍ଦୁ ରାଷ୍ଟ୍ର ଓ ବିନାୟକ ଦାମୋଦର ସାବରକରଙ୍କ ହିନ୍ଦୁତ୍ୱ ଦୃଷ୍ଟିଭଙ୍ଗୀ ଓ ପ୍ରକଳ୍ପ ଉପରେ ପ୍ରତିଷ୍ଠିତ । ଏହାକୁ ସମ୍ପୂର୍ଣ୍ଣ ଭାବରେ ରୂପାୟନ କରିବା ଦାୟିତ୍ୱ ଦ୍ୱିତୀୟ ସର ସଂଘଚାଳକ ଗୋଲୱାକର ନେଇ ଥିଲେ । ଗୋଲୱାକରଙ୍କ ପ୍ରଥମ ନାଁ ରେ ସମ୍ବୋଧନ କରିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ପ୍ରଚାରକଙ୍କ ପାଇଁ ଅକ୍ଷମଣୀୟ ନୈତିକ ସ୍ଖଳନ ଭାବରେ ବିବେଚିତ କରାଯାଏ , ଯେମିତି ସ୍ୱାମୀ/ ଦେଢ଼ଶୁର/ବଡ଼ ଜାଆ /ଶ୍ବଶୁର/ ଶାଶୁ / ଦେଢଶୁର/ ମଳାଶୁରଙ୍କ ନାଁ ପାଟିରେ ଧରିବା ଏକ ନୈତିକ ଅପରାଧ ଭାବରେ ଆମ ପିଲାଦିନେ ବିଚାର ହେଉଥିଲା ।
ତେଣୁ ଗୁରୁଜୀ କହିଲେ କେବଳ ଗୋଲୱାକରଙ୍କୁ ସଂଘ ପରିବାର ବୁଝି ପାରନ୍ତି ।
ତାଙ୍କର Bunch Of Thoughts ପୁସ୍ତକରେ ଏକ ଲମ୍ବା ଅଧ୍ୟାୟ ରହିଛି । ପ୍ରକୃତରେ ଏହି ପୁସ୍ତକ ହେଉଛି ତାଙ୍କର ବିଭିନ୍ନ ସମୟରେ ସଙ୍ଘ କର୍ମକର୍ତ୍ତା ବୈଠକରେ ଗୁରୁଜୀ ଦେଇଥିବା ଭାଷଣ/ଚିନ୍ତନ ର ଏକ ସଂକଳନ ।
ଏହି ପୁସ୍ତକରେ Internal Threat ଶୀର୍ଷକ ଏକ ଲମ୍ବା ଅଧ୍ୟାୟ ରହିଛି । ଏଥିରେ ଦେଶର ଶତ୍ରୁମାନଙ୍କୁ ବର୍ଗିକରଣ କରିଛନ୍ତି । ପ୍ରଥମ ନମ୍ବର – ମୁସଲିମ, ଦ୍ଵିତୀୟ ନମ୍ବର ଖ୍ରୀଷ୍ଟିଆନ ଓ ତୃତୀୟ ନମ୍ବର କମ୍ୟୁନିଷ୍ଟ ।
ଏହି ଅଧ୍ୟାୟ ନିମ୍ନ ପ୍ରକାରେ ଆରମ୍ଭ ହେଇଛି –
It has been tragic lesson of history of many a country in the world that the hostile elements within the country pose a far greater menance to the internal security than aggressors from outside .(P-162).
ଅର୍ଥାତ ବାହ୍ୟ ଆକ୍ରମଣ ଅପେକ୍ଷା ଦେଶ ଭିତରର ପ୍ରତିରୋଧୀ ଶକ୍ତି ବିଶ୍ୱର ଅନେକ ଦେଶରେ ବଡ଼ ବିପର୍ଯ୍ୟୟ ଯେ ସୃଷ୍ଟି କରିଛନ୍ତି ତାର ନଜୀର ବିଶ୍ୱ ଆମକୁ ଶିକ୍ଷା ଦେଇଛି ।
ନମ୍ବର ଏକ ଶତ୍ରୁ ମୁସଲିମଙ୍କ ଉପରେ କହିଛନ୍ତି, ” ଆଜି ଅନେକ ଲୋକ କୁହନ୍ତି, ମୁସଲିମ ସମସ୍ୟା ଦେଶରେ ନାହିଁ । ପାକିସ୍ତାନକୁ ସମର୍ଥନ କରୁଥିବା ସମସ୍ତ ଉପଦ୍ରଵୀ ତତ୍ତ୍ୱ( Riotous Elements ) ଏକା ଥରେ ସବୁ ଦିନ ପାଇଁ ପଳେଇ ଯାଇଛନ୍ତି। ଯେଉଁ ମୁସଲିମ ଦେଶରେ ରହିଗଲେ ସେମାନେ ଦେଶକୁ ଭଲ ପାଆନ୍ତି । ଅବଶ୍ୟ ସେମାନଙ୍କର ଆଉ କୁଆଡେ ଯିବା ଉପାୟ ନାହିଁ, ତେଣୁ ଦେଶପ୍ରତି ଅନୁଗତ ହେବା ଅପରିହାର୍ଯ୍ୟ । ପାକିସ୍ତାନ ସୃଷ୍ଟି ହେବା ପରେ ରାତାରାତି ସେମାନେ ରାଷ୍ଟ୍ରଭକ୍ତ ହେଇ ଯାଇଛନ୍ତି ବିଶ୍ୱାସ କରିବା ଆମ ପାଇଁ ଆତ୍ମଘାତୀ ଚିନ୍ତନ ହେବ ।ପରନ୍ତୁ, ପାକିସ୍ତାନ ସୃଷ୍ଟି ହେବା ପରେ ମୁସଲିମ ବିପଦ ଶହେ ଗୁଣ ବୃଦ୍ଧି ପାଇଛି । ଆମ ଦେଶରେ ଭବିଷ୍ୟତରେ ଆକ୍ରମଣାତ୍ମକ କୌଶଳ ପାଇଁ ସ୍ପ୍ରିଂଗ ବୋର୍ଡ଼ ଭାବରେ କାର୍ଯ୍ୟ କରି ପାରନ୍ତି । “( ପୃ-163) ।
” ଦେଶ ଭିତରେ ଏଭଳି କେତେ ଗୁଡିଏ ପକେଟ ରହିଛି ,ଅର୍ଥାତ ‘କ୍ଷୁଦ୍ର ପାକିସ୍ତାନ ଅଞ୍ଚଳ ‘ ରହିଛି ଯେଉଁଠି ଦେଶର ସାଧାରଣ ଆଇନ ସାମାନ୍ୟ ସଂଶୋଧନ କରି ପ୍ରୟୋଗ କରିବାକୁ ହେଉଛି ଓ ଉପଦ୍ରଵୀମାନଙ୍କ ମତ ଚୂଡାନ୍ତ ମତ ହେଉଛି । ଏଭଳି ସ୍ଥିତିକୁ ସମର୍ଥନ କରିବା, ପରୋକ୍ଷ ଭାବରେ ହେଲେ ବି, ଆମେ ଆମର ରାଷ୍ଟ୍ରୀୟ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କଲା ଭଳି ବିପଦପୂର୍ଣ୍ଣ ତତ୍ତ୍ୱକୁ ଯେ ପ୍ରୋତ୍ସାହନ ହେଉଛୁ ତାହା ପ୍ରମାଣ ହେଉଛି । ଏଭଳି ପକେଟଗୁଡିକ ବାସ୍ତବରେ ଦେଶରେ ପାକିସ୍ତାନ-ସମର୍ଥକ ଉପଦ୍ରଵୀଙ୍କ ଯୋଗାଯୋଗ କେନ୍ଦ୍ର ପାଲଟିଛି । କୁହା ଯାଇପାରେ, ଏଭଳି ମୁସଲିମ ରହିଛନ୍ତି ଯେଉଁମାନେ ଟ୍ରାଞ୍ଜିଷ୍ଟର ମାଧ୍ୟମରେ ପାକିସ୍ତାନ ସହ ଯୋଗାଯୋଗ କରୁଛନ୍ତି ।”( ପୃ-164) ।
ଏଠାରେ ଉଲ୍ଲେଖ କରା ଯାଇପାରେ ଯେ ଯଦିଓ ଗୁରୁଜୀ ମୁସଲିମଙ୍କୁ ରାଷ୍ଟ୍ରଦ୍ରୋହୀ ଭାବରେ ଚିତ୍ରଣ କରିଛନ୍ତି, ସେ ନିଜେ 2002 ଗୁଜରାଟ ମୁସଲିମ ସଂହାର ଭଳି ମୁସଲିମ ଜାତି ସଂହାର ( Ethnic cleansing of Muslims) ଘଟଣାରେ ସମ୍ପୃକ୍ତ ରହିଥିବା ପ୍ରମାଣ ସରକାରୀ ରେକର୍ଡରେ ରହିଛି ।
ଦେଶର ସ୍ୱାଧୀନତା ପରେ ଉତ୍ତର ପ୍ରଦେଶର ପ୍ରଥମ ଗୃହ ସଚିବ ଓ କୁଟନୀତିଜ୍ଞ ରାଜେଶ୍ୱର ଦୟାଲ ତାଙ୍କର ଆତ୍ମ ଜୀବନୀ A Life of Our Timesରେ ଗୋଟିଏ ବିରାଟ ଚକ୍ରାନ୍ତ ବର୍ଣ୍ଣନା କରିଛନ୍ତି, ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ ଅଛି ସ୍ୱାଧୀନତା ପ୍ରାପ୍ତିର ଅବ୍ୟବହିତ ପୂର୍ବରୁ ଗୋଲୱାକର ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଦେଶର ସଂହତି ନଷ୍ଟ କରିବା ପାଇଁ କିପରି ଯୋଜନା କରିଥିଲେ । ଆଗ୍ରହୀ ପାଠକ ଏହି ପୁସ୍ତକକୁ ନିହାତି ପଢିବା ଦରକାର । ତାଙ୍କର ସରକାରଙ୍କ ନିକଟକୁ ସେତେବେଳେ ପଠେଇଥିବା ରିପୋର୍ଟ ଉପରେ ଯଦି ସେତେବେଳେ କଂଗ୍ରେସ ସରକାରଙ୍କ ଉତ୍ତର ପ୍ରଦେଶ ପ୍ରଧାନମନ୍ତ୍ରୀ ( ମୁଖ୍ୟମନ୍ତ୍ରୀ) ଗୋବିନ୍ଦ ବଲ୍ଲଭ ପନ୍ଥ , କେନ୍ଦ୍ର ଗୃହ ବିଭାଗ ଅଫିସର, ଅବିଭକ୍ତ ବମ୍ବେ ପ୍ରଦେଶର ତତ୍କାଳୀନ ଗୃହମନ୍ତ୍ରୀ ମୋରାରଜି ଦେଶାଇ , କେନ୍ଦ୍ର ଗୃହ ମନ୍ତ୍ରୀ ସର୍ଦ୍ଦାର ପଟେଲ ଓଗେର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତେ ତାହାର ଗାନ୍ଧୀ ଜୀ ହତ୍ୟା କୁ ଏଡା ଯାଇ ପାରିଥାନ୍ତା ଓ ଇତିହାସର ମୋଡ଼ ଅଲଗା ହେଇଥାନ୍ତା ।
ସେହି ରିପୋର୍ଟ ଉପରେ ମୁଁ କାପୁର କମିଶନ ରିପୋର୍ଟ ତଥ୍ୟ ଆଧାରରେ ଗାନ୍ଧୀଙ୍କ ଛାତି ଓ ସାବରକରଙ୍କ ବନ୍ଧୁକର ଗୁଳି ଶୀର୍ଷକରେ
କ୍ରମାନ୍ବୟରେ ଅନେକ ପୋଷ୍ଟ ପୂର୍ବରୁ କରିଛି ।
ବର୍ତ୍ତମାନ ମୁଁ ପ୍ରସଙ୍ଗ ଉପରକୁ ଆସୁଛି ।
ବିନାୟକ ସାବରକର Six Glorious Epochs of Indian History ରେ ଭାରତର ଇତିହାସ କୁ Six Glorious Epoch ରେ ଭାଗ କରିଛନ୍ତି ।
ଏହି ପୁସ୍ତକର ପ୍ରଥମ ଯୁଗ(Chand ragupta – Chanakya ଅଧ୍ୟାୟରେ ଲେଖୁଛନ୍ତି, ଆଧୁନିକ ଐତିହାସିକ ଗବେଷଣା ଅନୁଯାୟୀ ଆମର ଜାତୀୟ ଜୀବନ ଉନ୍ମେଷର ପ୍ରଥମ ପର୍ଯ୍ୟାୟ ପାଞ୍ଚ ରୁ ଦଶ ହଜାର ବର୍ଷ ପର୍ଯ୍ୟନ୍ତ ପଛକୁ ସନ୍ଧାନ କରିହେବ । ଚୀନ , ବେବିଲୋନ , ଗ୍ରୀସ ଓ ଅନ୍ୟାନ୍ୟ ଜାତିର ପ୍ରାଚୀନ ଇତିହାସ ଭଳି ଆମର ଇତିହାସକୁ ମଧ୍ୟ କାବ୍ୟିକ ପୌରାଣିକ ପୋଷାକ ଖୋଳପା ପିନ୍ଧେଇ ଦିଆ ଯାଇଛି ।
ଏଥିରେ ଉପାଖ୍ୟାନ,ଲୋକ ସାହିତ୍ୟ ଓ ରାଷ୍ଟ୍ରୀୟ ନାୟକ ଓ ନାୟିକାଙ୍କୁ ଦେବତ୍ଵାରୋପଣ ( Deification ) ଓ ଅଲୌକିକ ଓ ପ୍ରତୀକାତ୍ମକ ରୂପ ପ୍ରଦାନ କରାଯାଇଛି । ତଥାପି ଆମର ଏହି ସବୁ ପୁରାଣଗୁଡିକ ଆମର ପ୍ରାଚୀନ ଇତିହାସ ଭବନକୁ ଧାରଣ କରି ଥିବା ସ୍ତମ୍ଭ । ଆମର ପ୍ରାଚୀନ ଗ୍ରନ୍ଥ ଭଳି ଆମର ଜ୍ଞାନ , ଗୌରବମୟ କାର୍ଯ୍ୟ , ବୈଭବ ଓ ସମ୍ପଦ ମଧ୍ୟ ବେଳେବେଳେ ଅସଙ୍ଗତ , ଅରାଜକ ଓ ଅସ୍ପଷ୍ଟ ହେଲେ ବି ଆମ ଅତୀତର ହିସାବ ଭଣ୍ଡାର ।
ତଥାପି ଆମର ପୁରାଣ ପୁରାପୁରି ବିଶୁଦ୍ଧ ଓ ନିର୍ଭେଜାଲ ଇତିହାସ ନୁହେଁ ।
ଏଣୁ, ତାଙ୍କର ପୁସ୍ତକରେ ପ୍ରଥମ ଗୌରବ ଯୁଗ ଚନ୍ଦ୍ରଗୁପ୍ତ – ଚାଣକ୍ୟ ଶିର୍ଷକରେ ଆଲେକଜାଣ୍ଡାରଙ୍କ ପର୍ଯ୍ୟନ୍ତ ଘଟଣାକୁ ଲେଖିଛନ୍ତି ।
ଦ୍ଵିତୀୟ ଗୌରବ ଯୁଗରେ Yavan -Destroyer Puspamitra ଶୀର୍ଷକରେ ଅଶୋକ-ପୁଷ୍ପମିତ୍ର ଙ୍କ ପର୍ଯ୍ୟନ୍ତ ଲେଖିଛନ୍ତି ।ତୃତୀୟ ଯୁଗ Vikramaditya, The Annihilator Saka Kushan Menance ଶୀର୍ଷକରେ ବିକ୍ରମାଦିତ୍ୟଙ୍କ ଶକ-କୁଶଣ ଙ୍କ ଉପରେ ଵିଜୟ ପର୍ଯ୍ୟନ୍ତ ଲେଖିଛନ୍ତି ।
ଚତୁର୍ଥ ଯୁଗ Joshodharma the Conqueror of Huns ଶୀର୍ଷକରେ ମୁସଲିମଙ୍କ ଭାରତ ଵିଜୟ ପର୍ଯ୍ୟନ୍ତ ଲେଖିଛନ୍ତି ।
ପଞ୍ଚମ ଯୁଗ The Climax of Maharastrian Valour ଶୀର୍ଷକରେ ଏହାର ପତନ ପର୍ଯ୍ୟନ୍ତ ଲେଖିଛନ୍ତି । ଏହି ଅଧ୍ୟାୟଟି ପୁସ୍ତକର ଅଧାଅଧି ପୃଷ୍ଠା ନେଇଛି ଓ ସାବରକରଙ୍କ ଦୃଷ୍ଟିଭଙ୍ଗୀ ସ୍ପଷ୍ଟ ହେଇ ଚାଲିଛି । ଯଦିଓ ପ୍ରତ୍ୟେକ ଅଧ୍ୟାୟରେ ହିନ୍ଦୁ ଶାସକମାନଙ୍କ ଶୌର୍ଯ୍ୟ , ଗାରିମାକୁ ସତ୍ୟ ମିଥ୍ୟା ମିଶ୍ରିତ ରୂପରେ ପ୍ରକାଶ କରିଛନ୍ତି ।ଆଲୋଚ୍ୟ ଅଧ୍ୟାୟ ହେଉଛି
6th Glorious Epoch . ଏଥିରେ ଆକ୍ରମଣକାରୀଙ୍କ ଉପରେ ହିନ୍ଦୁଙ୍କ ଵିଜୟ ସାରିଣୀ ରହିଛି ଓ ବ୍ରିଟିଶଙ୍କୁ ଭାରତରୁ ବିଦାୟ କରିବା କ୍ଷେତ୍ରରେ
ଗୋଟିଏ ମାତ୍ର ହିନ୍ଦୁ ପାର୍ଟି ” ହିନ୍ଦୁ ମହାସଭା”କୁ ସମ୍ମୁଖରେ ରଖିଛନ୍ତି ।
1957 ବିଦ୍ରୋହ ପରେ ହିନ୍ଦୁ ଶକ୍ତିଙ୍କ ସଂଗ୍ରାମ ଯୋଗୁଁ ହିଁ ବ୍ରିଟିଶ ଭାରତ ଛାଡି ଯାଇଥିଲା ବୋଲି ଉଲ୍ଲେଖ କରିଛନ୍ତି । ଏଠାରେ ବିଡମ୍ବନାର ବିଷୟ ଯେ ତାଙ୍କର ପ୍ରଥମ ମରାଠୀ ଭାଷାରେ ଲିଖିତ ପୁସ୍ତକ The War Of First Independence ରେ ଯଦିଓ ମୁସଲିମମାନଙ୍କ ସଂଗ୍ରାମ ଓ ଆତ୍ମବଳୀଦାନକୁ ସର୍ବାଗ୍ରେ ରଖିଥିଲେ ଓ ଭାରତର ଶେଷ ସ୍ୱାଧୀନ ସମ୍ରାଟ ବାହାଦୂର ଶାହା ଜାଫରଙ୍କ ଆତ୍ମ ବଳିଦାନକୁ ଶୀର୍ଷ ସ୍ଥାନ ଦେଇଥିଲେ, ହିନ୍ଦୁ-ମୁସଲିମ ଭାଇଚାରାର ପ୍ରତୀକ ରୂପେ ବର୍ଣ୍ଣନା କରିଥିଲେ, କିନ୍ତୁ ତାଙ୍କର ଏହି ପୁସ୍ତକଟି ସମ୍ପୂର୍ଣ୍ଣ ଭାବରେ ହିନ୍ଦୁରାଷ୍ଟ୍ର ଗଠନ ପରେ କେଉଁମାନେ ଏହାର ନିର୍ମାଣ ଦାୟିତ୍ୱ ଗ୍ରହଣ କରିବା ଦରକାର ସେ କଥା ଉଲ୍ଲେଖ କରିଛନ୍ତି ।
ଏହି ପୁସ୍ତକ ଟି ହିଁ ବର୍ତ୍ତମାନ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ପାଇଁ ଭାରତର ଇତିହାସକୁ ପୁନର୍ଲିଖନ ପାଇଁ ଉପାଦାନ ଯୋଗାଇଛି ଓ ପ୍ରକୃତ ରାଷ୍ଟ୍ରବାଦୀ ଓ ଛଦ୍ମ ରାଷ୍ଟ୍ରବାଦୀ ଚିହ୍ନଟ ପ୍ରକ୍ରିୟା ପାଇଁ ସଙ୍ଘ ପରିବାର ହାତରେ ଗୋଟିଏ ଅସ୍ତ୍ର ହେଇଛି ।
Hindutw: Who is Hindu ଓ Six Glorious Epochs of Indian history କୁ ଆଧାର କରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଗୁରୁଜୀ ହିନ୍ଦୁ ରାଷ୍ଟ୍ର ରୂପାୟନ କରିବା ଏଜେଣ୍ଡା ତାଙ୍କର Bunch Of Thoughts ରେ ସ୍ପଷ୍ଟ ହେଇଛି ।
(ଏହା ଲେଖକଙ୍କ ମୁଖ ପୁସ୍ତକରୁ ସଂଗ୍ରହ କରାଯାଇଛି)
