ଅନଲାଇନ୍ ପେମେଣ୍ଟ ବେଳେ ଆବଶ୍ୟକ ନାହିଁ ସିଭିଭି ନମ୍ବରର

ନୂଆଦିଲ୍ଲୀ :ଏଟିଏମ୍ କାର୍ଡରେ ପେମେଣ୍ଟ୍‌ କରିବା ବେଳେ ତାହାର ପଛରେ ଥିବା ତିନି ଅଙ୍କର ସିଭିଭି ନମ୍ବର ଆବଶ୍ୟକ ପଡ଼ିଥାଏ। ବିଶେଷ କରି ଅନ୍‌ଲାଇନ୍‌ ପେମେଣ୍ଟ୍‌ ବେଳେ । । ଏବେ ବିନା ସିଭିଭିରେ କାର୍ଡ ପେମେଣ୍ଟ୍‌ କରିବା ସୁବିଧା ଆରମ୍ଭ କରାଯାଇଛି।

ନ୍ୟାସନାଲ୍‌ ପେମେଣ୍ଟ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ କୁହାଯାଇଛି ଯେ ଇ-କମର୍ସରେ ପେମେଣ୍ଟ୍‌ ଲାଗି ଯେଉଁମାନେ କାର୍ଡର ଟୋକେନାଇଜେସନ୍‌ କରିଥିବେ ସେମାନେ ବିନା ସିଭିଭିରେ ପେମେଣ୍ଟ୍‌ କରିପାରିବେ । ଭାରତୀୟ ରିଜର୍ଭ ବ୍ୟାଙ୍କ ଗାଇଡ୍‌ଲାଇନ୍ ଅନୁସାରେ ୨୦୨୧ରୁ ଟୋକେନାଇ‌ଜେସନ ସୁବିଧା ଉପଲବ୍ଧ ହୋଇଛି। ଦେଶ ଭିତରେ ଇ-କମର୍ସ କାରବାରେ ଅନଲାଇନ୍‌ରେ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ବ୍ୟବହାର ବେଳେ କାର୍ଡର ବିବରଣୀ ବଦଳରେ ସ୍ବତନ୍ତ୍ର ଟୋକନ୍‌କୁ ବ୍ୟବହାର କରିବାକୁ ରିଜର୍ଭ ବ୍ୟାଙ୍କ ବାଧ୍ୟତାମୂଳକ କରିଦେଇଛି ।

Leave a Reply

Your email address will not be published. Required fields are marked *