ବାତ୍ୟା ‘ମିଚାଉଙ୍ଗ’ ଓଡ଼ିଶା ପାଇଁ ଆଣି ପାରେ ପ୍ରବଳ ବର୍ଷା …

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ମିଚାଉଙ୍ଗ’ ସୋମବାର ସକାଳେ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ନେଲ୍ଲୋର ଓ ମଛଲିପାଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଆଇଏମଡି ର ପୂର୍ବାନୁମାନ ଅନୁଯାୟୀ, ଏହି ବାତ୍ୟା ଯୋଗୁଁ ଏହି ସମଗ୍ର ଅଞ୍ଚଳରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ପବନ ବହିପାରେ । ସୋମବାର ତିରୁଭାଲ୍ଲୁର ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ ବାତ୍ୟାକୁ ଦୃଷ୍ଟିରେ ରଖି ୨୧ ସେଣ୍ଟିମିଟର କିମ୍ବା ତା’ଠାରୁ ଅଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ପାଣିପାଗ ବିଭାଗ ଜାରି କରିଥିବା ସତର୍କ ସୂଚନା ଅନୁଯାୟୀ, ଡିସେମ୍ବର ୪ ତାରିଖ ଦିନ ଦକ୍ଷିଣ ଉପକୂଳ ଓ ତତ୍‌ସଂଲଗ୍ନ ଦକ୍ଷିଣ ଅଭ୍ୟନ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି, ଡିସେମ୍ବର ୫ ତାରିଖରେ ମଧ୍ୟ ଏହି ସବୁ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। 

Leave a Reply

Your email address will not be published. Required fields are marked *