ଆସି ଚାଲି ଯାଇଥିବା ବାତ୍ୟା ଓ ଆମେ ଦେଖିଥିବା ସଙ୍ଗମ ସିନେମା

ଭୁବନେଶ୍ୱର: (ବିଜୟ ସାହୁ)- ପ୍ରଥମଟି ପ୍ରାକୃତିକ ଓ ଦ୍ୱିତୀୟଟି
ମାନବିକ । କିନ୍ତୁ ଉଭୟ ହାଇବଜେଟ ଉତ୍ପାଦନ ।
ଉଭୟରେ ରହିଛି ରୋମାଞ୍ଚ, ରୋମାନ୍ସ, ଉଦ୍ବେଗ , ସ୍ଥିତି ପରିବର୍ତ୍ତନ ।
ଉଭୟ ବ୍ୟବସାୟିକ ଦୃଷ୍ଟିରୁ ଭଲ ରିଟର୍ଣ୍ଣ ପ୍ରଦାନ କରିଛନ୍ତି , ମନୋରଞ୍ଜନର ଭରପୂର ଖୋରାକ ଦେଇଛନ୍ତି ।
କେବଳ ପାର୍ଥକ୍ୟ ହେଉଛି ପ୍ରଥମ ଟିରେ କୋଲାଟେରାଲ ଡାମେଜ ବିଶେଷ ହେଇ ନାହିଁ , କିନ୍ତୁ ଦ୍ଵିତୀୟ ଟିରେ କୋଲାଟେରାଲ ଡାମେଜ ସର୍ବାଧିକ ହେଇଛି ।
ମୁଁ ଆଜି ସଙ୍ଗମ ଫିଲ୍ମ ଉପରେ ଆଲୋଚନା କରିବି । 60 ଦଶକର ପୁରୁଣା ଫିଲ୍ମ , ଯାହା ଦେଖିବାକୁ ଆମ ଶିକ୍ଷକମାନେ ବାରଣ କରିଥିଲେ । ଅବଶ୍ୟ ଉତ୍ତର ବୟସରେ ବୁଝି ପାରିଲୁ ବାରଣର କୌଣସି କାରଣ ନ ଥିଲା । କେବଳ ଫିଲ୍ମର କାହାଣୀ ତା ସମୟ ଠାରୁ ଢେର ଆଗରେ ଥିଲା ବୋଲି ବୋଧେ  ସେଇ ସମୟର ମନ କାହାଣୀକୁ ଗ୍ରହଣ କରି ପାରି ନ ଥିଲା । ପ୍ରାଶ୍ଚାତ୍ୟର ହାୱା ପ୍ରାଚ୍ୟ ମଣ୍ଡଳରେ ଆଦ୍ୟ ପ୍ରବାହକୁ ପ୍ରାଚ୍ୟ ଧକ୍କା ଦେଉଥିଲା ।
RK Productions ଗୁଡ଼ିକ ପ୍ରାୟ ଅନୁରୂପ ନୂଆ ହାୱା ନେଇ ଆସିଛି ।

କାହାଣୀଟି ଫିଲ୍ମ ଯେଉଁମାନେ ଦେଖିଛନ୍ତି ହୁଏତ ମନେ ରଖିଥିବେ । କାଳେ ଏତେ ପୁରୁଣା ଫିଲ୍ମକୁ ଭୁଲି ଯାଇଥିବେ ସେଥିପାଇଁ ଟିକିଏ ରିଫ୍ରେଶ କରୁଛି ।
ରାଜକାପୁର , ରାଜେନ୍ଦ୍ର କୁମାର ଓ ବୈଜୟନ୍ତିମାଲା – ତିନି ମୁଖ୍ୟ ଚରିତ୍ର । ତିନି ଜଣ ବାଲ୍ୟବନ୍ଧୁ – ପ୍ରକୃତ ବନ୍ଧୁ । ଗୋପାଳ,ସୁନ୍ଦର , ରାଧା ଚରିତ୍ରରେ । ପାର୍ଶ୍ଵ ଚରିତ୍ରରେ ଇଫତେକର,ରାଜ୍ ମେହେରା,ଲଳିତା ପାୱାର, ହରି ଶିବଦାସିନୀ ।
ତିନି ମୁଖ୍ୟ ଚରିତ୍ରକୁ ନେଇ ତ୍ରିକୋଣୀୟ ପ୍ରେମ । ରାଧାକୁ ଗୋପାଳ ଭଲ ପାଏ, ସୁନ୍ଦର ମଧ୍ୟ ।
ସୁନ୍ଦର ଓ ରାଧାକୁ ବାଗଦତ୍ତା ଭାବି ନିଏ । କିନ୍ତୁ ରାଧା ସୁନ୍ଦରକୁ ହିଁ ଜୀବନ ସଙ୍ଗିନୀ କରିବାକୁ ପ୍ରତିଶୃତିବଦ୍ଧ ।
ରାଧାର ବାପା ଗୋପାଳକୁ ପସନ୍ଦ କରନ୍ତି । କାରଣ ସେ ବାରିଷ୍ଟର ଓ ମାଜିଷ୍ଟ୍ରେଟ ପରିବାରର । ଵିଵାହ ପାଇଁ ମଧ୍ୟ ଆୟୋଜନରେ ବ୍ୟସ୍ତ ।
ସୁନ୍ଦର ଗୋପାଳ ଠାରୁ କିଛି ବଡ଼ କରି ଦେଖେଇବାକୁ ପ୍ରତିଜ୍ଞା ନେଇ ଭାରତୀୟ ବାୟୁସେନାରେ ଯୋଗ ଦିଏ । ଉଭୟ ଗୋପାଳ ଓ ରାଧା ଏହି ନିଷ୍ପତ୍ତି ଚାହାନ୍ତି ନାହିଁ । କାରଣ ଏଥିରେ ଖତରା ରହିଛି ।
ସୁନ୍ଦର ଯେତେବେଳେ ବିମାନ ଯାତ୍ରା କରି ବାୟୁସେନାରେ ଟ୍ରେନିଂ ପାଇଁ ଯାଏ ସେତେବେଳେ କହିଯାଏ – ମୁଁ ଫେରିବି , 7 ଜନ୍ମ ପର୍ଯ୍ୟନ୍ତ କେହି ମୋତେ ରାଧାଠାରୁ ଅଲଗା କରି ପାରିବ ନାହିଁ , ଯିଏ ଅଲଗା କରିବାକୁ ଚାହିଁବ ତାକୁ ବି ଅଲଗା କରିଦେବି ।
ରାଧା ଜାଣେ ସୁନ୍ଦର ଯାହା କୁହେ , ତାହା କରି ଦେଖାଏ । ତେଣୁ ଗୋପାଳକୁ କହିଦିଏ, ମୁଁ ତୁମକୁ କେବଳ ବନ୍ଧୁ ଭାବରେ ଭଲ ପାଏ, କିନ୍ତୁ ସୁନ୍ଦର ହିଁ ଜୀବନ ସାଥୀ ହେବ , ତେଣୁ ଅନ୍ୟ ଝିଅକୁ ବିବାହ କରିବା ପାଇଁ ପରାମର୍ଶ ଦିଏ ।

ସୁନ୍ଦର ବାୟୁସେନାରେ ଯୋଗଦେବା ଦେବା ପରେ କାଶ୍ମୀର ଘାଟିରେ ଯୁଦ୍ଧରତ ସେନାଙ୍କ ଖାଦ୍ୟ ସଙ୍କଟ ଦେଖାଯାଏ । ସୁନ୍ଦର ହେଲିକ୍ୟାପ୍ଟର ନେଇ ଖାଦ୍ୟ ଡ୍ରପ କରିବା ପାଇଁ ଆଗେଇ ଆସେ । ବାୟୁସେନା ଅଧିକାରୀ ଇଫତେକର ଅସ୍ବୀକାର କରନ୍ତି । କାରଣ ଅତ୍ୟନ୍ତ ଦୁର୍ଗମ ବାଟରେ ହେଲିକ୍ୟାପ୍ଟର ନେଇ ଯିବା ଅର୍ଥ ଶତ୍ରୁପକ୍ଷ ଆକ୍ରମଣର ଶିକାର ହେବା ।
କିନ୍ତୁ ସୁନ୍ଦର ନଛୋଡବନ୍ଧା । ସେ ହେଲିକ୍ୟାପ୍ଟର ଧରି ଯାଏ ଓ ଶତ୍ରୁପକ୍ଷ ଆକ୍ରମଣର ଶିକାର ହେଇ ହେଲିକ୍ୟାପ୍ଟର ଜଳିଯାଏ । ହେଲିକ୍ୟାପ୍ଟର ଜଳିବା ପୂର୍ବରୁ ଖାଦ୍ୟ ସାମଗ୍ରୀ ଯଥା ସ୍ଥାନରେ ଡ୍ରପ କରି ଦିଏ ।
ବାୟୁସେନା ହେଡ଼କ୍ୱାର୍ଟରକୁ ସୁନ୍ଦର ମୃତ୍ୟୁ ଖବର ପହଞ୍ଚେ । ମିଡ଼ିଆରେ ମଧ୍ୟ ପ୍ରକାଶ ହୁଏ । ସୁନ୍ଦରକୁ ମରଣୋତ୍ତର ପରମବୀର ଚକ୍ର ସମ୍ମାନ ପ୍ରଦାନ କରାଯାଏ । ସୁନ୍ଦର ବନ୍ଧୁ ଗୋପାଳ ସେଇ ସମ୍ମାନ ଗ୍ରହଣ କରେ । ରାଧା ମଧ୍ୟ ସୁନ୍ଦର ଫଟୋ ରେ ପୁଷ୍ପମାଲା ପ୍ରଦାନ କରେ । ଉଭୟେ ସୁନ୍ଦରର ଶେଷ ସତ୍କାର କରି ଘରକୁ ଫେରନ୍ତି ।
ରାଧାର ବିବାହ ଗୋପାଳ ସହ ସ୍ଥିର ହେଇଯାଏ ।
ଦୁଇବର୍ଷ ପରେ ସୁନ୍ଦର ଆଶ୍ଚର୍ଯ୍ୟ ଭାବରେ ଜୀବନ ଫେରି ପାଇ ରାଧା ପାଖରେ ପହଞ୍ଚେ ଓ କୁହେ କହିଥିଲିନା ,I will come back .
ପରିସ୍ଥିତି 360 ଡିଗ୍ରୀ ବଦଳି ଯାଏ । ଗୋପାଳ ସୁନ୍ଦର ସହ ରାଧାର ବିବାହ କରିବାରେ ସମସ୍ତ ଆୟୋଜନ କରେ । ବିବାହ ମଧ୍ୟ ହୁଏ । ବିବାହର ତୋଫା ଭାବରେ ସୁନ୍ଦର କ୍ୟାପଟେନ ପ୍ରମୋଶନ ପାଇ ଲଣ୍ଡନରେ ନିଯୁକ୍ତି ପାଏ ।
ଲଣ୍ଡନରେ ହନିମୁନ ବେଳେ ସୁନ୍ଦର ବାରମ୍ବାର ଫୋନ କରି ଗୋପାଳକୁ ଲଣ୍ଡନ ଯିବାକୁ ବାଧ୍ୟକରେ । ଏକଥା ରାଧା ଜାଣି ନଥାଏ ।
ଗୋପାଳକୁ ଲଣ୍ଡନରେ ଦେଖି ରାଧା ଖପ୍ପା ହୁଏ , ତୁରନ୍ତ ଲଣ୍ଡନ ଛାଡି ଯିବାକୁ କୁହେ । ଗୋପାଳ ବୁଝିପାରେ ନାହିଁ । କୁହେ ଆମେ ଯେଭଳି ବାଲ୍ୟବନ୍ଧୁ ଥିଲେ ଶେଷ ପର୍ଯ୍ୟନ୍ତ ଗୋଟିଏ ଜାଗାରେ ରହିବା ।
ରାଧାର ଜନ୍ମ ଦିନ ପାଇଁ ଗୋପାଳ ଗୋଟିଏ ପାର୍ଟି ଆୟୋଜନ କରେ । ସେଥିରେ ଯୋଗଦାନ ପାଇଁ ଯେଉଁ ଅଳଙ୍କାର ରାଧା ପିନ୍ଧିବା କଥା ତାହା ବାହାର କଲା ବେଳେ ସୁନ୍ଦର ଦେଖେ ରାଧା ନାଁ ରେ ଗୋପାଳର ଏକ ପ୍ରେମ ପତ୍ର । ଏହି ପ୍ରେମ ପତ୍ର କିନ୍ତୁ ଗୋପାଳ ସେତେବେଳେ ଲେଖିଥିଲା ଯେତେବେଳେ ସୁନ୍ଦର ମୃତ୍ୟୁ ଖବର ପାଇବା ପରେ ରାଧା ସହ ବିବାହ ସ୍ଥିର ହେଇଥିଲା ।
ଗୋପାଳ ସେଇ କଥା କହିଲା । କିନ୍ତୁ ସୁନ୍ଦର ବିଶ୍ୱାସ କଲେ ମଧ୍ୟ ଜାଣିଲା ଯେ ରାଧାକୁ ସୁନ୍ଦର ମଧ୍ୟ ପ୍ରେମ କରୁଛି , ଏହି ପ୍ରେମ କେବଳ ବନ୍ଧୁ ଭାବରେ ନୁହେଁ । ତେଣୁ ରାଧା ଶରୀର ଅପବିତ୍ର ।
ଗୋପାଳ ବୁଝେଇଲା , ରାଧା ଯେତେବେଳେ ତାକୁ ପ୍ରେମ କରୁଥିଲା ସେତେବେଳେ ଯେମିତି ପବିତ୍ର ଥିଲା , ଏବେ ମଧ୍ୟ ସେମିତି ପବିତ୍ର ।
ସୁନ୍ଦର ବୁଝିବାକୁ ପ୍ରସ୍ତୁତ ନୁହେଁ । ଭାବିଲା ସେ ଗୋପାଳ ଠାରୁ ରାଧାକୁ ଯେମିତି ଛଡେଇ ଆଣିଛି । ଅନ୍ୟ ପକ୍ଷରେ ରାଧାକୁ ମଧ୍ୟ ଛାଡିବାକୁ ପ୍ରସ୍ତୁତ ନୁହେଁ, କାରଣ ରାଧାକୁ ପିଲାଦିନୁ ପ୍ରେମ କରୁଛି ।
ଏହି ତ୍ରିକୋଣୀୟ ପ୍ରେମ ବଳୟ ମଧ୍ୟରୁ ଗୋପାଳ ସବୁଦିନ ପାଇଁ ବିଦାୟ ନେବା ପାଇଁ ଗୋପାଳ ପାଖରେ ପହଞ୍ଚି ରାଧା ବୁଝାଏ । ସୁନ୍ଦର ସେତିକି ବେଳେ ସେଠାରେ ପହଞ୍ଚେ ।
ସେଠାରେ ଗୋପାଳ ବନ୍ଧୁକ ଛଡେଇ ନେଇ ନିଜକୁ ଗୁଳି କରିଦିଏ ।
କାହାଣୀ ଶେଷ । ରାଜକାପୁରଙ୍କର ଏହି ଫିଲ୍ମରେ ଅଭିନୟ ଥିଲା ସର୍ବଶ୍ରେଷ୍ଠ ଅଭିନୟ ।
ଫିଲ୍ମ ଟି ସରେ –
Love never ends
It is still to begin .

ଯେଉଁ କଥା ପ୍ରଥମେ ଉଲ୍ଲେଖ କରିଥିଲି ବାତ୍ୟା ଫିଲ୍ମରେ
କୋଲାଟେରାଲ ଡାମେଜ ବିଶେଷ ହେଇନାହିଁ, କିନ୍ତୁ ଫିଲ୍ମ ସଙ୍ଗମରେ ସର୍ବାଧିକ କୋଲାଟେରାଲ ଡାମେଜ ହେଇଛି , ତାହାକୁ ବାତ୍ୟା ଫିଲ୍ମ ଓ ସଙ୍ଗମ ଫିଲ୍ମର ଶେଷ ଦୃଶ୍ୟ ପ୍ରମାଣ କରିଛି । ବାତ୍ୟା ଫିଲ୍ମରେ Zero Casuality ହେଇଛି, କିନ୍ତୁ ଫିଲ୍ମ ସଙ୍ଗମରେ Casuality ବୁଝିବା ସାଧାରଣ ଦର୍ଶକ ପାଇଁ କଷ୍ଟକର ।
କିନ୍ତୁ ଏକଥା ମଧ୍ୟ ସତ୍ୟ ଯେ ବାତ୍ୟା ଫିଲ୍ମର ବ୍ୟବସାୟିକ ସଫଳତା ମିଡିଆ ବୃଦ୍ଧି କରିଛି, କିନ୍ତୁ ଫିଲ୍ମ ସଙ୍ଗମର ବ୍ୟବସାୟିକ ସଫଳତା ଦର୍ଶକ ବଢାଇଛନ୍ତି ।
ପ୍ରଥମ ସଫଳତା ଏକ ଫ୍ଲପ ଶୋ , ଦ୍ଵିତୀୟ ସଫଳତା ଏକ ବିୟୋଗାତ୍ମକ ମାଷ୍ଟର ପିସ ।

Dana show ends here
But another show to begin .

Leave a Reply

Your email address will not be published. Required fields are marked *