ବାତ୍ୟାକୁ ନେଇ ବିତର୍କ, ଦୋଷ କାହାର…. କାହାର ଦୃଷ୍ଟିଭଙ୍ଗୀ କେମିତି

ଭୁବନେଶ୍ୱର: (ପ୍ରଥମ ଭାଗ- ସ୍ମୃତିଲଗ୍ନା ନନ୍ଦ, ଦ୍ୱିତୀୟ ଭାଗ- ବିଶ୍ଵରାଜ ନାୟକ) – ବାତ୍ୟା ଦୁର୍ବଳ ହେଲା
ଆଶ୍ବସ୍ତିର କଥା ନା?
ଏତେ ବିଚଳିତ କାହିଁକି? ?
ଅନ୍ୟର କ୍ଷତି ହେଲେ କଣ ଏମିତି ଖୁସି ମିଳେ
ଯାହା ସୁରକ୍ଷାରେ ନଥାଏ? ?
କଫି କପ ସହ ଝରକା ବା ବାଲକୋନୀରୁ
ଫୋଟୋ ଉଠାଇ ଇନଷ୍ଟା ଷ୍ଟୋରି ରଖିବା
ବା ଚିକେନ ପକୋଡା ଧରି ବର୍ଷା ଉପଭୋଗ କରିବା
ବାତ୍ୟାର ବାସ୍ତବତା ନୁହଁ
ବାତ୍ୟା କଥା ସେ କହୁ

ଯିଏ ଘରେ ଗାଈଙ୍କୁ ଭାସିବାକୁ ଛାଡ଼ିଦେଇ
ନିଜେ କାନ୍ଦି କାନ୍ଦି ବାତ୍ୟା ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜେ
ଯିଏ ଫେରିବା ପରେ ସମୁଦ୍ର କୂଳିଆ ଛପର ଘର
ଥିବ ନା ଭାସିଯାଇଥିବ ବୋଲି ଗୁମୁରି ହୁଏ
ଯିଏ ନଦୀ ପାଣିରେ ଖେଳି ବଡ଼ ହୋଇଥିଲେ ମଧ୍ୟ
ସେଇ ନଦୀ ମାଛ ଧରା ଡ଼ଙ୍ଗା ଭାଙ୍ଗି
ଜୀବିକାକୁ ଛତରଚୁନ୍ କରିବାକୁ ପଛାଏ ନାହିଁ

ବାତ୍ୟା ପରେ ଗାଁ ରେ ପାଣି
ସାପକାମୁଡ଼ାରେ ମରେ ଗରିବ
ଘରେ ଅନ୍ଧାର
ମୁଢି ଚୁଡାରେ କଟେ ପନ୍ଦର ଦିନ
ତଥାପି ବଡ଼ ବଡ଼ିଆ କୁହନ୍ତି
ହେସ୍ କିଛି ହେଲାନି! !!

ଦ୍ଵିତୀୟ କଥା :
ପାଣିପାଗ କ୍ଷେତ୍ରରେ ଯେଉଁ ଶବ୍ଦ ବ୍ୟବହାର ହୁଏ ତାହାହେଲା
“ହୋଇପାରେ “/ ”ସମ୍ଭାବ୍ୟ ବାତ୍ୟା “

ମିଡ଼ିଆ ସେଇୟା ଦେଖାଏ ଯାହା ରିପୋର୍ଟ ଆସେ
ନିଜ ଘର ଦ୍ୱାର ଛାଡି.. .ବର୍ଷାରେ ଓଦା ହେଇ ରାତି ଅନିଦ୍ରା ହୋଇ ଆପଣଙ୍କ ପାଖରେ ଖବର ପହଞ୍ଚାଉଥିବା ସବୁ ସାମ୍ବାଦିକ ଠକ ନୁହଁନ୍ତି
ତାଙ୍କ ଘରେ ବି କୁହନ୍ତି ଏ ଚାକିରୀ ଆମର ଦରକାର ନାଇଁ
ତମେ ଫେରିଆସ
କେତେ ପଇସା ପାଉଛ କି? ?ତଥାପି ସେ ନିଜ ବୃତ୍ତିକୁ ସମ୍ମାନ ଦିଏ
ଆପଣ ବି ଦିଅନ୍ତୁ

ନେଟ୍ ଶସ୍ତା ହେବା ପରେ ସବୁଠୁ ସହଜ କାମ ଘରେ କଣ ଦିଟା ଗେମ୍ଫି ଦେଇ online ଆସି ସମାଲୋଚନା କରିବା
ଏହା ଦ୍ୱାରା ବ୍ୟକ୍ତିତ୍ୱ ଶସ୍ତା ହେଉଛି. . ବୋଲି ଶ୍ରୀମତୀ ନନ୍ଦ ମତ ଦେଇଛନ୍ତି l ଏହି ଲେଖାକୁ ନେଇ ଭିନ୍ନ ମତ ରଖିଛନ୍ତି social Media user ବିଶ୍ଵରାଜ ନାୟକ l ଶ୍ରୀ ନାୟକ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ,
ଖବର ଭାବେ ଲୋକଙ୍କୁ ଅବଗତ କରିବାକୁ, ସତର୍କ କରିବାକୁ  କିଏ ମନା କରିଥିଲା ? କହିବାର ଶୈଳୀକୁ ନେଇ ପ୍ରଶ୍ନ।

ଜଣେ ହିନ୍ଦୁ ଓ ମୁସଲିମ ମଧ୍ୟରେ ଗଣ୍ଡଗୋଳ ହୋଇ ଜଣଙ୍କର ହତ୍ୟା ହେଲା। ତେବେ ଏହି ସମାନ ଖବରକୁ ଭିନ୍ନ ଭିନ୍ନ ବାଗରେ ଲୋକଙ୍କ ପାଖରେ ପହଞ୍ଚାଇ ହେବ। ଏବଂ ଏହି ବାଗ ବା ଶୈଳୀ ଉପରେ ନିର୍ଭର କରେ ଲୋକଙ୍କର ପ୍ରତିକ୍ରିୟା।

ଓଡ଼ିଆରେ ଖା, ଗିଳ, ଭୁଞ୍ଜ ଅଛି। ଅର୍ଥ ସମାନ, କିନ୍ତୁ ଶବ୍ଦ ଚୟନ ଦ୍ଵାରା ଭାବ ଭିନ୍ନ ହୋଇଯାଏ।

ସେହିପରି ସମାନ ଶବ୍ଦକୁ ଭିନ୍ନ ବାଗରେ, ଭିନ୍ନ ଭାବ ସହ କହିଲେ ଅର୍ଥ ଭିନ୍ନ ହୋଇ ଯାଏ।

ଉପସ୍ଥାପନା ଯାହାର ପେଷା, ସେମାନେ ଏତିକି ବୁଝି ପାରୁ ନାହାଁନ୍ତି, ନା ଜାଣି ଅଜଣା ହେଉଛନ୍ତି ?
ସମାଜ ପ୍ରତି ଦାୟିତ୍ୱବୋଧ, ବୃତ୍ତିଗତ ଦାୟିତ୍ଵବୋଧ ବାଦ, ପ୍ରତିଟି ମଣିଷର ରହିଛି।

ପାଣିପାଗ ଯେଉଁ ଆକଳନ ଦେଇଥିଲା ସେଥିରେ ପବନର ଗତି ୧୧୦ ରୁ ୧୨୦ ଥିଲା। IMD ପ୍ରକାର ଭେଦ ହିସାବରେ Minimal Damage capacity ( ସାମାନ୍ୟ ସ୍ତରର କ୍ଷତି ଘଟାଇବାର କ୍ଷମତା ) ରଖୁଥିବା ବାତ୍ୟା ସମୟରେ ପବନର ବେଗ ୧୨୦ ରୁ ୧୫୦ କିଲୋମିଟର ଘଣ୍ଟା ପ୍ରତି ରହିବା କଥା। ଦାନାକୁ ୧୨୦ ତଳେ IMD ରଖୁଥିବା ବେଳେ ଏତେ ତୁମ୍ବି ତୋଫାନର ଆବଶ୍ୟକତା କାହିଁକି ପଡ଼ିଲା ?

“ତାଣ୍ଡବ ରଚିପାରେ” ଓ “ତାଣ୍ଡବ ରଚିବ” ମଧ୍ୟରେ କୌଣସି ଫରକ ନାହିଁ? ତେବେ ” ତାଣ୍ଡବ ରଚିବ” ପରି ଶବ୍ଦର ବ୍ୟବହାର କାହିଁକି କରା ଯାଉଥିଲା ? ଆହୁରି ଗୁରୁତ୍ୱପୂର୍ଣ୍ଣ, ତାଣ୍ଡବ ରଚିବାର ଆକଳନ କଣ ପାଣିପାଗ ବିଭାଗ ଦେଇଥିଲା ?

ଇଣ୍ଟରନେଟ ଶସ୍ତା ହୋଇଛି ବୋଲି ଅନେକ ଡିଜିଟାଲ ଗଣମାଧ୍ୟମ ବଞ୍ଚି ରହିଛନ୍ତି ! ସେମାନେ ଧନ୍ୟବାଦ୍ ଦେବା କଥା ଏହି ଶସ୍ତା ଇଣ୍ଟରନେଟ ବ୍ୟବହାର କରି ତାଙ୍କୁ ଦେଖୁଥିବା ଜନତାଙ୍କୁ।

Leave a Reply

Your email address will not be published. Required fields are marked *