ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର୍
ଭୁବନେଶ୍ୱର : ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର୍ । ଏନେଇ ଆଜି ବିଧାନସଭାରେ କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଓଡିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ। ସ୍କୁଲ, କଲେଜ, ମନ୍ଦିର ପାଖରେ ମଦ ଦୋକାନ ରହିବ ନାହିଁ । ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ଯଥେଷ୍ଟ ଦୂରରେ ରହିବ ମଦ ଦୋକାନ । ଚୋରା ମଦ କାରବାର ଉପରେ ରୋକ ମଧ୍ୟ ଲଗିଆ ଯିବ।