ଦାଉଦ୍ ଇବ୍ରାହିମକୁ ବିଷ ଦେଇ ହତ୍ୟା ଉଦ୍ୟମ , ଖବର ଭାଇରାଲ ପରେ ପାକିସ୍ତାନ ହଲ-ଚଲ …
ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍କୁ ଦିଆଯାଇଛି ବିଷ। ଏହି ଖବର ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି କି ତାକୁ କରାଚିରେ ବିଷ ଦିଆଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ଅନୁଯାୟୀ ଦାଉଦ୍ର ଅବସ୍ଥା ଏବେ ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭର୍ତ୍ତି କରାଯାଇଥିବା ହସ୍ପିଚାଲର ଉପର ମହଲାରେ କେବଳ ଦାଉଦର ଚିକିତ୍ସା କରାଯାଉଛି । କିନ୍ତୁ ଦାଉଦ୍କୁ ବିଷ ଦିଆଯାଇଥିବା ଖବର କୌଣସି ରିପୋର୍ଟରେ ପୃଷ୍ଠି ହୋଇନାହିଁ ।
ତେବେ ଦାଉଦର ଏହି ଖବର ପାକିସ୍ତାନି ମିଡିଆରେ ପ୍ରସାରିତ ହେବା ପରେ । ସେଠାକାର ପରିସ୍ଥିତି ହଲ-ଚଲ ହୋଇଯାଇଛି । ପାକିସ୍ତାନର ସବୁ ବଡ଼ ବଡ଼ ସହରରେ ଇଣ୍ଟରନେଟ ସେବାକୁ ମନ୍ଥର କରିଦିଆଯାଇଛି। ଗତକାଲି ରାତି 8ରୁ ଏହି ସେବକୁ ସ୍ଲୋ କରିଛି ପାକ୍ ସରକାର ।
ସୂଚନା ଅନୁସାରେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ଦାଉଦ୍ ଇବ୍ରାହିମ୍। ତେବେ ଦାଉଦ୍କୁ ନେଇ ଏହି ଖବର ଭାଇରାଲ ହେବା ପରେ ଏହି ଅଣ୍ଡରୱାର୍ଲ୍ଡ ଡନ୍ର ସମ୍ପର୍କୀୟ ଅଲିଶାହ ପାର୍କର ଓ ସାଜିଦ ବାଗଲେଙ୍କଠାରୁ ମୁମ୍ବାଇ ପୋଲିସ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି। ଗତ ଜାନୁଆରୀ ମାସରେ ଦାଉଦ୍ର ଭଉଣୀ ହସିନା ପାର୍କରଙ୍କ ପୁଅ NIAକୁ କହିଥିଲା କି ଦାଉଦ୍ ଦ୍ୱିତୀୟ ବିବାହ କରିବା ପରେ କରାଚିରେ ରହୁଛି।