ଝାରସୁଗୁଡ଼ା ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ

ବିଧାସଭା ଉପନିର୍ବାଚନରେ ବିଜୟୀ ହେବା ପରେ ଝାରସୁଗୁଡ଼ା ବିଧାୟିକା ଭାବେ ଆଜି ବିଧାନସଭାରେ ଶପଥ ନେଇଛନ୍ତି ଦୀପାଳି ଦାସ। ଦୀପାଳିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ। ଗତ ମେ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରତିଦ୍ବନ୍ଦୀଙ୍କୁ ମାତ୍ ଦେଇ ଅଧିକ ସଂଖ୍ୟକ ଭୋଟରେ ବିଜୟୀ ହୋଇଥିଲେ ଦୀପାଳି ଦାସ। ଶପଥ ଗ୍ରହଣ ସମାରୋହରେ ଦୀପାଳିଙ୍କ ମାଆ ଭାଇଙ୍କ ସମେତ ରାଜସ୍ୱ ମନ୍ତ୍ରୀ ପ୍ରମିଳା ସାହୁ ଓ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ।

“ସାମ୍ବିଧାନିକ ନୀତି ନିୟମ ଅନୁସାରେ ଆଜି ମୁଁ ବିଧାୟିକା ଭାବେ
ଶପଥ ନେଇଛି। ସର୍ବଦା ଝାରସୁଗୁଡ଼ାବାସୀଙ୍କ ସେବାରେ ନିୟୋଜିତ ରହିବି । ସବୁବେଳେ ଝାରସୁଗୁଡ଼ା ବିକାଶ ପାଇଁ କାମ କରିବି। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ବାପାଙ୍କ ଅଧୁରା ରହିଯାଇଥିବା ସ୍ବପ୍ନକୁ ମୁଁ ପୂରଣ କରିବି”, ବୋଲି କହିଛନ୍ତି ଦୀପାଳି ଦାସ।

ଗତ ଜାନୁଆରି ୨୯ ତାରିଖରେ ନବ କିଶୋର ଦାସଙ୍କୁ ଗୁଳିକରି ହତ୍ୟା କରାଯିବା ପରେ ଖାଲିପଡ଼ିଥିବା ଆସନରେ ଉପନିର୍ବାଚନ ହୋଇଥିଲା। ଏହି ଉପନିର୍ବାଚନରେ ବିଜୟୀ ହୋଇଥିଲେ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି।

Leave a Reply

Your email address will not be published. Required fields are marked *