ପ୍ୟାରିସ ଅଲମ୍ପିକ୍ସରେ ଶେଷ ହେଲା ମନୁ ଭାକରଙ୍କ ଯାତ୍ରା, ଅନ୍ୟପଟେ କ୍ୱାଟରଫାଇନାଲରେ ପ୍ରବେଶ କଲେ ଦୀପିକା…

ହ୍ୟାଟ୍ରିକ୍ ପଦକରୁ ଅଳ୍ପକେ ବର୍ତ୍ତିଲେ ମନୁ ଭାକର । ୨୫ ମିଟର ପିସ୍ତଲରେ ଚତୁର୍ଥ ସ୍ଥାନରେ ରହି ପ୍ୟାରିସ ଯାତ୍ରା ଶେଷ କରିଛନ୍ତି ମନୁ। ମଉଳିଗଲା ସୁନା ପଦକ ଆଶା । ସେ ୨୫ ମିଟର ପିସ୍ତଲ ଫାଇନାଲରେ ଚତୁର୍ଥ ସ୍ଥାନ ଅଧିକାର କରି ତାଙ୍କର ଯାତ୍ରା ଶେଷ କରିଥିଲେ ।ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ତାଙ୍କର ପ୍ରଦର୍ଶନ ପ୍ରଶଂସନୀୟ ଥିଲା ।ସେ ଏହି ମ୍ୟାଚ୍ ପୂର୍ବରୁ ଦେଶ ପାଇଁ ୨ ପଦକ ପାଇବାରେ ସଫଳ ହୋଇଥିଲେ । ଯେଉଁଥିପାଇଁ ସମଗ୍ର ଦେଶ ତାଙ୍କ ପାଇଁ ଗର୍ବିତ ଥିଲା । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଭାରତ ଏପର୍ଯ୍ୟନ୍ତ ମୋଟ ୩ ପଦକ ଜିତିଛି । ଏହି ତିନୋଟି ପଦକ ସୁଟରମାନେ ବ୍ରୋଞ୍ଜ ଆକାରରେ ଜିତିଛନ୍ତି । ଟୁର୍ଣ୍ଣାମେଣ୍ଟର ୭ ଦିନ ପରେ ମଧ୍ୟ ଭାରତ ଏହାର ପ୍ରଥମ ସ୍ୱର୍ଣ୍ଣ ପଦକ ଆବଶ୍ୟକ କରୁଥିଲା । ହେଲେ ସେ ସ୍ୱପ୍ନ ଏବେ ଭାଙ୍ଗିଯାଇଛି । ସେହିପରି ଅପରପକ୍ଷରେ ଆର୍ଚରିରେ ଦୀପିକା କୁମାରୀ ଜର୍ମାନର ମାଇକେଲ କ୍ରୋପେନଙ୍କୁ ୬-୪ ସେଟରେ ପରାସ୍ଥ କରି କ୍ୱାଟରଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।