ଫେବ୍ରୁଆରୀ ୫ରେ ଦିଲ୍ଲୀ ନିର୍ବାଚନ, ୮ ଫଳାଫଳ ଘୋଷଣା

ନୂଆଦିଲ୍ଲୀ: ଫେବ୍ରୁଆରୀ ୫ରେ ଦିଲ୍ଲୀ ଦେବ ଭୋଟ। ୮ ତାରିଖରେ ହେବ ଗଣତି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସେ କହିଛନ୍ତି କି ନୂଆବର୍ଷରେ ସର୍ବପ୍ରଥମେ ଦିଲ୍ଳୀରେ ନିର୍ବାଚନ ହେବ। ଫେବ୍ରୁଆରି ୫ ତାରିଖରେ ସମସ୍ତ ୭୦ ଟି ଆସନରେ ଗୋଟିଏ ପର୍ଯ୍ୟାୟରେ ଦିଲ୍ଲୀ ନିର୍ବାଚନ ହୋଇ ଫେବ୍ରୁଆରି ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ।ସେହିପରି ଜାନୁଆରୀ ୧୦ ଏନେଇ ପ୍ରକାଶ ପାଇବ ବିଜ୍ଞପ୍ତି ଏବଂ ୧୭ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ।

Leave a Reply

Your email address will not be published. Required fields are marked *