ଦିଲ୍ଲୀ ନିର୍ବାଚନରେ ୨୭ ବର୍ଷ ପରେ ବିଜେପିର ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନରେ ଝାଡୁ ଦଳ ବା ଆମ୍ ଆଦମୀ ପାର୍ଟିକୁ ଲାଗିଛି ହାଇଭୋଲ୍ଟ ଝଟକା। ଗୋଟିଏ ପଟେ ବିଜେପି ପକ୍ଷରୁ ଲଢ଼ୁଥିବା ପ୍ରାଥି ମାନେ ଗୋଟେ ପରେ ଗୋଟେ ଆସନରେ ବିଜୟ ଲାଭ କରୁଥିବା ବେଳେ ଅନ୍ୟପକ୍ଷରେ ଆପର ଟାଣୁଆ ନେତା ମାଟି କାମୁଡିଛନ୍ତି। ଏହି ପରାଜୟରେ ସାମିଲ ଅଛନ୍ତି ଖୋଦ ଆପର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ନୂଆଦିଲ୍ଲୀ ଆସନରୁ ଭାଗ୍ୟ ପରୀକ୍ଷା କରୁଥିବା କେଜ୍ରିୱାଲ ବିଜେପି ପ୍ରାର୍ଥୀ ପରବେଶ ଵର୍ମାଙ୍କ ଠାରୁ ୩୧୮୨ ଭୋଟରେ ପରାସ୍ତ ହୋଇଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ମନୀଷ ସିଶୋଦିଆ ମଧ୍ୟ ବିଜେପିର ପରବିନ୍ଦର ସିଂହ ମାରୱାଙ୍କଠାରୁ ପରାଜିତ ହୋଇଛନ୍ତି। ସିଶୋଡିଆଙ୍କ ହରିବାର ବ୍ୟବଧାନ ମାତ୍ର ୬୦୦ ଭୋଟ ରହିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଆତିଶୀ ମଧ୍ୟ କାଲକାଜି ଆସନରେ ପଛରେ ରହିଛନ୍ତି। ସୂଚନାଯୋଗ୍ୟ ଦିଲ୍ଲୀରେ ମୋଟ ୭୦ଟି ଆସନରେ ଭୋଟ ଗ୍ରହଣ କରାଯାଇଛି। ଏପର୍ଯ୍ୟନ୍ତ ଆପ ୨୨ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୪୮ଟି ସିଟରେ ଆଗାରେ ରହିଛି

Leave a Reply

Your email address will not be published. Required fields are marked *