ପ୍ରଶ୍ନ ନୁହେଁ ଯେ ଇତିହାସ କେମିତି ଆପଣଙ୍କୁ ବିଚାର କରିବ, ପ୍ରଶ୍ନ ହେଉଛି ଆପଣ କେମିତି
ନିଜକୁ ବିଚାର କରିଗଲେ ???

ନୂଆଦିଲ୍ଲୀ: (ବିଜୟ ସାହୁ)-ଭାରତର 50ତମ ସୁପ୍ରିମକୋର୍ଟ ମୁଖ୍ୟ ବିଚାର ପତି 10 ତାରିଖରେ ଅବସର ଗ୍ରହଣ କଲେ । 8 ତାରିଖ ନିଜର ଶେଷ ରାୟ ଦେଇ ସୁପ୍ରିମକୋର୍ଟ ପ୍ରାଙ୍ଗଣରେ ବିଦାୟକାଳିନ ଭାଷଣ ଦେଇ ଗୋଟିଏ ଶାଏରୀ ମାଧ୍ୟମରେ ନିଜର କାର୍ଯ୍ୟକାଳକୁ Sum Up କରି କହିଲେ – मुखालिफत से मेरी
शक्खि्यत सँवरती है, मे दुश्मनोँ
का बडा ऐहतिराम करता हूँ ।
ମୋର ବ୍ୟକ୍ତିତ୍ବ ଭିତରେ ପ୍ରତିକୂଳ ଦିଗରେ ଯିବାର ପ୍ରବଣତା ରହିଛି , ମୁଁ ଦୁଶମନଙ୍କୁ ବହୁତ ଆଦର କରୁଛି ।
ଜଷ୍ଟିସ ଚନ୍ଦ୍ରଚୁଡ଼ଙ୍କ ଏହି ସାୟେରୀ ବିଦାୟ ବେଳରେ ଉଲ୍ଲେଖ କରିବା ଅର୍ଥ ସେ ପ୍ରତିପକ୍ଷଙ୍କୁ ଚାଲେଞ୍ଜ ଦେଇଗଲେ ତାଙ୍କୁ ଯିଏ ଯାହା ଟ୍ରୋଲ କରନ୍ତୁ ସେଥିପ୍ରତି ସେ ଚିନ୍ତିତ ନୁହଁନ୍ତି ।
ପ୍ରତିପକ୍ଷ ଦୁଇ ପ୍ରକାର । ଗୋଟିଏ ପକ୍ଷ ଥିଲେ ମୋଦୀ ଭକ୍ତ ଯେଉଁମାନେ ଜଷ୍ଟିସ ପ୍ରଥମେ ମୁଖ୍ୟ ଜଷ୍ଟିସ ହେବା ପରେ କେତେକ ରାୟ ପ୍ରଦାନ ଦେଖି ଟ୍ରୋଲ କରୁଥିଲେ ଓ ଆଉ ଗୋଟିଏ ପକ୍ଷ ଯେଉଁମାନେ ତାଙ୍କର ବିଦାୟ ବେଳରେ ଉଚ୍ଛ୍ୱତ୍ସିତ ପ୍ରଶଂସାରେ ପୋତି ପକେଇଲେ । ଦ୍ଵିତୀୟ ପକ୍ଷ ହେଉଛନ୍ତି ତଥାକଥିତ ଲିବରାଲ ଓକିଲ ଯେଉଁମାନେ ସୁପ୍ରିମକୋର୍ଟରେ ମୁଖ୍ୟ ଜଷ୍ଟିସଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ ମୋକଦ୍ଦମାରେ ଇପ୍ସିତ ରାୟ ପାଇ ନାହାନ୍ତି ।
ମୁଁ ଏଠାରେ ଗୋଟିଏ ସାୟେରୀ ଉଲ୍ଲେଖ କରିବାକୁ ଚାହୁଁଛି
हर आदमी मेँ होते हैँ दस बीस आदमी जिस को भी देखना हो कई बार देख ..
ପ୍ରତ୍ୟେକ ମଣିଷ ଭିତରେ ଦଶ କୋଡିଏଟି ମଣିଷ ଆଶ୍ରୟ ନେଇଥାନ୍ତି, ଯାହାକୁ ଦେଖିବା ଦରକାର ଅନେକ ଥର ଦେଖ । ଥରେ ଦେଖିନେଲେ ବିଭ୍ରାନ୍ତ ହେବା ଥୟ ।
ଚନ୍ଦ୍ରଚୁଡ଼ଙ୍କୁ ଯେତେବେଳେ ଆମେ ସମୀକ୍ଷା କରିବା ସେତେବେଳେ ବ୍ୟକ୍ତି ଚନ୍ଦ୍ରଚୁଡ଼ଙ୍କୁ ନୁହେଁ, ଜଷ୍ଟିସ ଚନ୍ଦ୍ରଚୁଡ଼ଙ୍କୁ ସମୀକ୍ଷା କରିବା ଜରୁରୀ । ଜଷ୍ଟିସ ଚନ୍ଦ୍ରଚୁଡ଼ ଅର୍ଥାତ ଜଷ୍ଟିସ କେତେଦୂର ତାଙ୍କର ଦାୟିତ୍ୱ ପାଳନ କରିଛନ୍ତି ,ଯାହା ସମ୍ବିଧାନ ତାଙ୍କୁ ଅର୍ପଣ କରିଥିଲା ।
ସୁପ୍ରିମକୋର୍ଟରେ ତାଙ୍କର 8 ବର୍ଷର କାର୍ଯ୍ୟକାଳ ଭିତରେ 600ରୁ ଅଧିକ ରାୟ ଦେଇଛନ୍ତି ଓ 1200 ରୁ ଅଧିକ ବେଞ୍ଚରେ ଭାଗିଦାର ହେଇଛନ୍ତି । ଏହି ସମୟ ମଧ୍ୟରେ ସେ ବ୍ୟକ୍ତି ଗୋପନୀୟତା ଅଧିକାର,ବାକ ସ୍ୱାଧୀନତା ଓ ଲିଙ୍ଗଗତ ନ୍ୟାୟତା ଉପରେ ରାୟ ଦେଇଛନ୍ତି ।
1- ଗୋପନୀୟତା ଅଧିକାର –
Right to privacy is a fundamental right under article 21 .
ଜଷ୍ଟିସ (ଅବସର )କେ ଏସ ପୁଟ୍ଟା ସ୍ଵାମୀ ବନାମ ଭାରତ ସରକାର ମୋକଦ୍ଦମାରେ 9ଜଣିଆ ସମ୍ବିଧାନ ପୀଠ ସହମତିରେ ବ୍ୟକ୍ତିର ଗୋପନୀୟତାକୁ ସମ୍ବିଧାନର ଅନୁଛେଦ 21 ଅନୁଯାୟୀ ଏକ ମୌଳିକ ଅଧିକାର ବୋଲି ରାୟ ଦେଇଥିଲେ ।
ଏହି ରାୟକୁ ସେ ଲେଖିଥିଲେ ଓ କହିଥିଲେ , ମଣିଷର ମର୍ଯ୍ୟାଦା ଜନକ ଅସ୍ତିତ୍ୱ କ୍ଷେତ୍ରରେ ଏହା ଏକ ଅବିଛେଦ୍ୟ ଅଙ୍ଗ । ଏହି ଗୋପନୀୟତା ମଧ୍ୟରେ preservation of personal intimacies,sanctity of personal life , marriage,home and sexual orientationକୁ ଉଲ୍ଲେଖ କରିଥିଲେ ।
2- ସମଲିଙ୍ଗୀ ସମ୍ପର୍କ ଅପରାଧମୁକ୍ତ –
ନେଭତେଜ ଜୋହାର ବନାମ ଭାରତ ସରକାର ମୋକଦ୍ଦମାରେ 5 ଜଣିଆ ସମ୍ବିଧାନ ପୀଠ ରାୟରେ ଆଇପିସିର 377 ଧାରାକୁ ଅପରାଧ ମୁକ୍ତ କରି ଥିଲେ । ସର୍ବସମ୍ମତ ରାୟ ରେ କହିଥିଲେ ,ସମ୍ବିଧାନର 14 ଓ 15 ଅନୁଛେଦକୁ 377 ଧାରା discriminates against individuals on the basis of their sexual orientation and /or gender identity .
ଏହି ରାୟରେ ଜଷ୍ଟିସ ଚନ୍ଦ୍ରଚୁଡ଼ଙ୍କ ମତ ଥିଲା 377 ଗୋଟିଏ ଗୋଷ୍ଠୀ ଲୋକଙ୍କୁ ଗୌଣ ଅବସ୍ଥାକୁ ଠେଲି ଦେଉଛି ।
3-ସମଲିଙ୍ଗୀ ଵିଵାହକୁ ଅସ୍ବୀକାର –
ସୁପ୍ରିୟ ଚକ୍ରବର୍ତ୍ତୀ ବନାମ ଭାରତ ସରକାର ମୋକଦ୍ଦମାରେ 5ଜଣିଆ ଖଣ୍ଡପୀଠ ସର୍ଵ ସମ୍ମତ ଭାବରେ refused to recognise to marry or right of same sex couples to enter into civil unions .
ସଂଖ୍ୟାଗରିଷ୍ଠ ଜଷ୍ଟିସ ମତ ରଖିଲେ ଆଇନ ଅନୁଯାୟୀ ସମାଲିଙ୍ଗୀ ପତି ପତ୍ନୀ ସ୍ୱୀକୃତି ଯୋଗ୍ୟ ନୁହେଁ, ସେମାନେ ପୋଷ୍ୟ ସନ୍ତାନ ଗ୍ରହଣ ଅଧିକାର ଦାବୀ କରି ପାରିବେ ନାହିଁ ।ଜଷ୍ଟିସ ଚନ୍ଦ୍ରଚୁଡ଼ ସଂଖ୍ୟା ଗରିଷ୍ଠ ମତ ସପକ୍ଷରେ ଯାଇ ନ ଥିଲେ ।
He held Navtej Johar v Union of India judgement which held the right of couples to enter into a union .
4- Striking down 497 IPC –
ଜୋସେଫ ସାଇନ ବନାମ ଭାରତ ସରକାର ମୋକଦ୍ଦମାରେ 5 ଜଣିଆ ସମ୍ବିଧାନ ପୀଠ ସର୍ବସମ୍ମତ ମତରେ 497IPC କୁ ରଦ୍ଦ କରିଥିଲେ ।
ଅବଶ୍ୟ ପୀଠ ସ୍ପଷ୍ଟୀକରଣ ଦେଇଥିଲେ ପରକ୍ରିୟାପ୍ରୀତିକୁ ଛାଡପତ୍ର ମୋକଦ୍ଦମାରେ ଗ୍ରହଣ କରାଯାଇପାରିବ ଓ କୌଣସି ପକ୍ଷ ଆତ୍ମହତ୍ୟା କଲେ ଏହାକୁ IPC 306 ଅନୁଯାୟୀ ଦଣ୍ଡିତ କରାଯାଇ ପାରିବ ।
5 -ମହିଳା ଅଫିସରଙ୍କ ପାଇଁ ସ୍ଥାୟୀ
କମିଶନ –
ପ୍ରତିରକ୍ଷା ମନ୍ତ୍ରଣାଳୟ ସଚିବ ବନାମ
ବବିତା ପୁନିୟା ମୋକଦ୍ଦମାରେ କୋର୍ଟ allowed the grant of permanent commission to women short service commission officers on par with their male counter parts . ଚନ୍ଦ୍ରଚୁଡ଼ ମତ ରଖିଥିଲେ ଗତାନୁଗତିକ ଲିଙ୍ଗଗତ ଅବଧାରଣା ପରିବର୍ତ୍ତନ ହେବା ଜରୁରୀ । ସେ କେନ୍ଦ୍ର ସରକାରଙ୍କ ମତକୁ ଅସ୍ବୀକାର କରିଥିଲେ । ସେ ଉଲ୍ଲେଖ କରିଥିଲେ ସଶସ୍ତ୍ର ବାହିନୀର ସମସ୍ତ 10ଟି ବିଭାଗରେ ମହିଳା ଅଫିସର ସ୍ଥାୟୀ କମିଶନ ସୁଯୋଗ ଜରୁରୀ ,ଏହା ଦ୍ଵାରା ସେନାରେ ସମାନ ସୁଯୋଗ ଅଧିକାର ମିଳିବ ।
6- ଅବିବାହିତ ମହିଳାଙ୍କ ଗର୍ଭପାତ ଅଧିକାର –
ଏହି ମୋକଦ୍ଦମାରେ 3ଜଣିଆ ପୀଠ
ଅବିବାହିତ ମହିଳାଙ୍କୁ MTP Act ସୁଯୋଗ ମିଳିବା ଜରୁରୀ ଓ 24 ସପ୍ତାହ ପର୍ଯ୍ୟନ୍ତ ଗର୍ଭବତୀ ଅବିବାହିତ ମହିଳାଙ୍କ ଗର୍ଭପାତ ଅଧିକାର ରହିଛି ।
7- ସାବରୀମଲ୍ଲା ମନ୍ଦିର ପ୍ରବେଶ –
ଏହି ମୋକଦ୍ଦମାରେ 4:1 ସଂଖ୍ୟା ଗରିଷ୍ଠ ମତରେ କେରଳର ସାବରୀମଲ୍ଲା ମନ୍ଦିର ପ୍ରବେଶକୁ ସବୁ ବୟସର ମହିଳାଙ୍କୁ ଅଧିକାର ପ୍ରଦାନ କରାଯାଇଥିଲା । ରାୟରେ Keral Hindu Places of Public Worship ,1965କୁ ରଦ୍ଦ କରା ଯାଇଥିଲା ।
8-ଅଯୋଧ୍ୟା ଜମି ମାଲିକାନା ବିବାଦ –
5ଜଣିଆ ଖଣ୍ଡ ପୀଠ ସର୍ବସମ୍ମତ ରାୟରେ ଅଯୋଧ୍ୟାର 2.77 ଏକର ବିବାଦିତ ଜମି ହିନ୍ଦୁ ପକ୍ଷମାନଙ୍କୁ ରାମ ମନ୍ଦିର ନିର୍ମାଣ ପାଇଁ ଦେଇଥିଲେ ଓ ସୁନ୍ନି ୱାକଫ ବୋର୍ଡ଼ଙ୍କୁ ମସଜିଦ ନିର୍ମାଣ ପାଇଁ 5 ଏକର ଜମି ପ୍ରଦାନ ରାୟ ଦେଇଥିଲେ । ରାୟରେ ଏକଥା ମଧ୍ୟ ଉଲ୍ଲେଖ ହେଇଥିଲା ପ୍ରତ୍ନତତ୍ୱ ବିଭାଗର ରିପୋର୍ଟରେ ବିବାଦିତ ଜମି ତଳେ କୌଣସି ରାମ ମନ୍ଦିର ପ୍ରମାଣ ନାହିଁ ।
ଏହି ରାୟରେ କୌଣସି Authorଙ୍କ ନାମ ଓ ସ୍ବାକ୍ଷର ନଥିଲା ।
ଅନୁଛେଦ 370 ରଦ୍ଦ –
ସମ୍ବିଧାନ ପୀଠ କେନ୍ଦ୍ର ସରକାରଙ୍କ ସମ୍ବିଧାନର 370 ଅନୁଛେଦ ରଦ୍ଦ ପାଇଁ 2019 ନିଷ୍ପତ୍ତିକୁ ସଠିକ ବୋଲି ରାୟରେ ଘୋଷଣା କଲେ। ଅନୁଛେଦ 370ତତ୍କାଳୀନ ଜାମ୍ମୁ କାଶ୍ମୀର ରାଜ୍ୟକୁ ସମ୍ବିଧାନରେ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରିଥିଲା ।
ସମ୍ବିଧାନ ପୀଠ ସର୍ବସମ୍ମତ ମତରେ ଉଲ୍ଲେଖ କଲେ, ଏହି ଅନୁଛେଦ ଏକ ଅସ୍ଥାୟୀ ପ୍ରାବଧାନ ଥିଲା । ସମ୍ବିଧାନ ପୀଠ ରାଜ୍ୟକୁ ଭାଙ୍ଗି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ଆଇନକୁ ମଧ୍ୟ ବଳବତ୍ତର ରଖିଲେ ।
ଏହି ରାୟରେ ଜଷ୍ଟିସ ଚନ୍ଦ୍ରଚୁଡ଼ କହିଲେ, JK has always been an integral part of India and that the special status it enjoyed was simply a type of asymmetric federalism and not an indication that it enjoyed separate sovereignity .
10- ଇଲେକ୍ରୋଟାଲ ବଣ୍ଡ ରଦ୍ଦ –
ADR v Union Of India, Cabinet Secretary ମୋକଦ୍ଦମା ରେ ସୁପ୍ରିମକୋର୍ଟର 5 ଜଣିଆ ସମ୍ବିଧାନ ପୀଠ ସର୍ବସମ୍ମତ ରାୟରେ ରାଜନୈତିକ ଦଳମାନଙ୍କୁ ବେନାମୀ ଚାନ୍ଦା ପ୍ରଦାନ ପାଇଁ ଉଦ୍ଦିଷ୍ଟ ଏହି ବଣ୍ଡକୁ ରଦ୍ଦ କରିଥିଲେ । ଏହା ସହିତ IT Act, Representation of peoples Act ସଂଶୋଧନକୁ ମଧ୍ୟ ରଦ୍ଦ କରିଥିଲେ ।
ଏହି ରାୟରେ ଏସବିଆଇକୁ ମଧ୍ୟ ନିର୍ଦ୍ଦେଶ ଥିଲା 2024 ଲୋକସଭା ନିର୍ବାଚନ ପୂର୍ବରୁ ପାର୍ଟିମାନେ ପାଇଥିବା ବଣ୍ଡଗୁଡିକର ହିସାବ ଦାଖଲ କରିବାକୁ , କିନ୍ତୁ ବ୍ୟାଙ୍କ ଏଥିରେ ଖିଲାପ କରିଥିଲା।
11- ଦିଲ୍ଲୀ ଏଲଜି- ମୁଖ୍ୟମନ୍ତ୍ରୀ କ୍ଷମତା ପରିସର –
NCT of Delhi vUnion of India (1) & (2) ମୋକଦ୍ଦମାରେ ପ୍ରଥମେ 2018 ରେ 5 ଜଣିଆ ସମ୍ବିଧାନ ପୀଠ ରାୟ ଦେଇ କହିଲେ ମୁଖ୍ୟମନ୍ତ୍ରୀ ହେଉଛନ୍ତି Executive Head of Delhi . ଜଷ୍ଟିସ ଚନ୍ଦ୍ରଚୁଡ଼ କହିଲେ ଦିଲ୍ଲୀ ସରକାରଙ୍କ ଯେଉଁ କ୍ଷେତ୍ରରେ ଆଇନ କରିବା କ୍ଷମତା ରହିଛି ସେ କ୍ଷେତ୍ରରେ ଏଲଜି ମନ୍ତ୍ରୀ ପରିଷଦର Aid & Advice ମାନିବାକୁ ବାଧ୍ୟ।
ଏହାର 5 ବର୍ଷ ପରେ ଆଉ ଏକ 5 ଜଣିଆ ପୀଠ ରାୟ ଦେଇ କହିଲେ ଦିଲ୍ଲୀ ସରକାର ଭାରତୀୟ ପ୍ରଶାସନିକ ସେବା ସମେତ ସମସ୍ତ ସେବାକୁ ନିୟନ୍ତ୍ରଣ କରିବେ , କେବଳ ଜମି, ଆଇନ ଶୃଙ୍ଖଳା ପରିସ୍ଥିତି ଓ ପୋଲିସ ବିଭାଗକୁ ଛାଡି ।
ଜଷ୍ଟିସ ଚନ୍ଦ୍ରଚୁଡ଼ କହିଲେ, ଯଦି ସେବାଗୁଡିକ ଦିଲ୍ଲୀ ସରକାରଙ୍କ Legislative & Executive Domain ରୁ ଯଦି କାଢି ନିଆ ଯାଏ ତାହେଲେ ministers & executives would be excluded from controlling civil service officers who make and implement such decisions .
ଶିବସେନା ବନାମ ଶିବସେନା ବିବାଦ :
5ଜଣିଆ ସମ୍ବିଧାନ ପୀଠ ସର୍ବସମ୍ମତ ରାୟରେ କହିଲେ ଏକନାଥ ସିନ୍ଧେ ଗୋଷ୍ଠିର 34 ଜଣ ବିଧାୟକଙ୍କ ଅନୁରୋଧ କ୍ରମେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିୟାରୀଙ୍କ ସଦନରେ ଶକ୍ତି ପରୀକ୍ଷା ନିର୍ଦ୍ଦେଶ ସମ୍ପୂର୍ଣ୍ଣ ଭୁଲ । ସୁପ୍ରିମକୋର୍ଟ ନିଜର ରାୟରେ କହିଲେ , ରାଜ୍ୟପାଳ ଶକ୍ତି ପରୀକ୍ଷଣ ନିର୍ଦ୍ଦେଶ ଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ ଗୃହର ଆସ୍ଥା ହରେଇ ଥିବା ଯଥେଷ୍ଟ ପ୍ରମାଣ ତାଙ୍କ ପାଖରେ ନ ଥିଲା । କୋର୍ଟ ମତ ରଖିଲେ, ରାଜ୍ୟପାଳମାନେ ରାଜନୈତିକ ପରିସର ଭିତରକୁ ପ୍ରବେଶ କରିବା ଅଧିକାର ନାହିଁ , କିମ୍ବା ଆନ୍ତଃ-ଦଳୀୟ ବା ଆନ୍ତଃ ଦଳୀୟ ବିବାଦରେ ଅଂଶ ଗ୍ରହଣ କରିବା କ୍ଷମତା ନାହିଁ ।
ଏହି ମୋକଦ୍ଦମାରେ ଅବଶ୍ୟ ଜଷ୍ଟିସ ଚନ୍ଦ୍ରଚୁଡ଼ ସରକାରଙ୍କୁ ପୁନଃ ସ୍ଥାପନା ନିର୍ଦ୍ଦେଶ ଦେଇ ନ ଥିଲେ ।
13- ସୀତା ସୋରେନ ବନାମ ଭାରତ ସରକାର ମୋକଦ୍ଦମା –
ଏହି ମୋକଦ୍ଦମାରେ ସମ୍ବିଧାନ ପୀଠ ଏକ ଐତିହାସିକ ରାୟ ଦେଇ କହିଥିଲେ,ପାର୍ଲିଆମେଣ୍ଟ କିମ୍ବା ରାଜ୍ୟ ବିଧାନସଭାର ସଭ୍ୟମାନେ ଭୋଟଦାନ ବେଳେ ବା ଭାଷଣ ଦେଲାବେଳେ ଲାଞ୍ଚ ନେଲେ ସମ୍ବିଧାନର 105 ଓ 194 ଧାରା ଅନୁଯାୟୀ ସେମାନେ ସାମ୍ବିଧାନିକ ସୁରକ୍ଷା ପାଇବେ ନାହିଁ । ଏହି ରାୟରେ 1998ର ନରସିଂହ ରାଓ ବନାମ ରାଷ୍ଟ୍ର ମୋକଦ୍ଦମା ରୁଲିଂକୁ ନାକଚ କରିଥିଲେ ।
15- Subclassification of SC /ST –
ପଞ୍ଜାବ ରାଜ୍ୟ ବନାମ ଦାବିନ୍ଦର ସିଂହ ମାମଲାରେ 7 ଜଣିଆ ସମ୍ବିଧାନ ପୀଠ 6:1 ମତରେ upheld the power of states to sub-classify SC & ST into different groups for extending the benefits of reservation .
ଜଷ୍ଟିସ ଚନ୍ଦ୍ରଚୁଡ଼ 2005ର ଇ ଭି ଚିନ୍ନାୟା ବନାମ ଆନ୍ଧ୍ରପ୍ରଦେଶ ମୋକଦ୍ଦମା ରାୟକୁ ବଦଳାଇ ଦେଇଥିଲେ । ପୀଠ କହିଥିଲେ ଐତିହାସିକ ପ୍ରମାଣ ଓ ସାମାଜିକ ମାପଦଣ୍ଡଗୁଡ଼ିକ ସ୍ପଷ୍ଟ ପ୍ରମାଣ କରୁଛି ଯେ ଏସ ସି / ଏସ ଟି ଗୋଟିଏ ଏକ ରୂପୀ ଗୋଷ୍ଠୀ ନୁହଁନ୍ତି ।
15 – Recognizing passive euthanasia & right to die with dignity .
Common Cause v Union of India ମୋକଦ୍ଦମାରେ 5 ଜଣିଆ ସମ୍ବିଧାନ ପୀଠ ସର୍ବସମ୍ମତ ରାୟରେ Right to die with dignity ହେଉଛି ଏକ ମୌଳିକ ଅଧିକାର ।
16-Independent probe into Judge Loya Death –
ପୁନା ୱାଲା ବନାମ ଭାରତ ସରକାର ମୋକଦ୍ଦମାରେ 2018ରେ ସୁପ୍ରିମକୋର୍ଟ ଜଜ ବି ଏଚ ଲୋୟାଙ୍କ ମୃତ୍ୟୁର ଏକ ନିରପେକ୍ଷ ତଦନ୍ତ ଦାବୀକୁ ନାକଚ କରି ଦେଇଥିଲେ । ଯେଉଁଥିରେ ଅମିତ ସାହାଙ୍କ ନାଁ ଆସିଥିଲା ।
ଏହି 3 ଜଣିଆ ପୀଠରେ ମୁଖ୍ୟ ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏ ଏମ ଖାନ ୱିଲକର ଓ ଜଷ୍ଟିସ ଚନ୍ଦ୍ରଚୁଡ଼ ଥିଲେ ।
ଚନ୍ଦ୍ରଚୁଡ଼ ଉଲ୍ଲେଖ କରିଥିଲେ, ଜଜ ଲୋୟାଙ୍କ ମୃତ୍ୟୁ ପ୍ରାକୃତିକ କାରଣରୁ ହେଇଛି ।
The judgement also recorded that the conduct of the petitioners and intervenors in this case’ lacking in bonafides and reveals a misuse of judicial process .
17- ଆଲ୍ଲୀଗଡ଼ ବିଶ୍ୱବିଦ୍ୟାଳୟର
ସଂଖ୍ୟାଲଘୁ ଷ୍ଟାଟସ –
7 ଜଣିଆ ପୀଠ 4:3 ମତରେ ଏହାର ସଂଖ୍ୟାଲଘୁ ଷ୍ଟାଟସକୁ ବଳବତ୍ତର ରଖିଥିଲେ । 1968ରେ ଏସ ଅଜିଜ ବାସା ବନାମ ଭାରତ ସରକାର ମୋକଦ୍ଦମାରେ ଏହି ବିଶ୍ୱବିଦ୍ୟାଳୟ ସଂଖ୍ୟାଲଘୁ ଚରିତ୍ରକୁ ସୁପ୍ରିମକୋର୍ଟ ହଟେଇ ଦେଇ କହିଥିଲେ ସଂସଦର ଆଇନ ଦ୍ୱାରା ଏହା ନିୟନ୍ତ୍ରଣ ହେଉଥିବାରୁ ଏହା ସଂଖ୍ୟାଲଘୁ ଅନୁଷ୍ଠାନ ଭାବରେ ବିବେଚିତ ହେବ ନାହିଁ ।
ଜଷ୍ଟିସ ଚନ୍ଦ୍ରଚୁଡ଼ ନିଜର ରାୟରେ ଉଲ୍ଲେଖ କରିଥିଲେ , in order to derermine whether an institution is a minority institution , what needs to be looked at is who established the institution . The administration by non-minority members will not take away the minority character .
18- MediaOne ban & rejecting centre’s sealed cover –
କେନ୍ଦ୍ର ସରକାର ମାଲାୟାଲାମ ଖବର ଚାନେଲ MediaOne ର ଲାଇସେନ୍ସକୁ ପୁନଃ ନବୀକରଣ କରିବାକୁ ମନାକରିବା ପରେ ସୁପ୍ରିମକୋର୍ଟ ଗତବର୍ଷ ଏପ୍ରିଲ ମାସରେ କେନ୍ଦ୍ର ସରକାରଙ୍କ ଜାତୀୟ ନିରାପତ୍ତା ଆଳକୁ ନାକଚ କରିଥିଲେ ।
କୋର୍ଟ କହିଥିଲେ, it is the duty of the press to speak truth to the power and critical views aired by media can not be termed
‘ antinational’.
19 – Anil Ambani Firm’s abritral award –
ଦିଲ୍ଲୀ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ ବନାମ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ମୋକଦ୍ଦମା 2024 ଏପ୍ରିଲରେ ଜଷ୍ଟିସ ଚନ୍ଦ୍ରଚୁଡ଼ DMRC ଦ୍ଵାରା 2021 ସୁପ୍ରିମକୋର୍ଟ ରାୟକୁ ଚାଲେଞ୍ଜ କରି ଯେଉଁ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ ତାହାକୁ ଗ୍ରହଣ କରି ନେଇଥିଲେ । 2021 ରେ ଅନୀଲ ଅମ୍ବାନୀ ଫାର୍ମ ₹2280କୋଟି
ଆର୍ବିଟ୍ରାଲ ଆୱାର୍ଡ ପାଇଥିଲେ ।
20 – Un stamped arbitration inadmissible but not void –
7 ଜଣିଆ ସମ୍ବିଧାନ ପୀଠ ପୂର୍ବର 5 ଜଣିଆ ପୀଠ ରାୟକୁ ନାକଚ କରି ଏହି ସର୍ବସମ୍ମତ ମତ ଦେଇଥିଲେ ।
ଜଷ୍ଟିସ ଚନ୍ଦ୍ରଚୁଡ଼ ଉଲ୍ଲେଖ କରିଥିଲେ, not payment of stamp duty is curable . Aspect of whether the abitration agreement has been stamped or not , is for the arbitral tribunal to decide , not the courts .
ଜଷ୍ଟିସ ଚନ୍ଦ୍ରଚୁଡ କାର୍ଯ୍ୟକାଳ ମଧ୍ୟରେ କେତେକ ଉଲ୍ଲେଖଯୋଗ୍ୟ ଭିନ୍ନମତ ପ୍ରଦାନ କରିଥିଲେ।
1- ଧର୍ମ ନାଁ ରେ ଭୋଟ ସଂଗ୍ରହ-
ଅଭିରାମ ସିଂହ ବନାମ କୋମାଚେନ ମାମଲାରେ 7 ଜଣିଆ ସମ୍ବିଧାନ ପୀଠ 4:3 ମତ ରେ ରାୟ ଦେଇଥିଲେ, ଧର୍ମ, ଜାତି ଓ ସମ୍ପ୍ରଦାୟ ନାଁ ରେ ଭୋଟ ସଂଗ୍ରହ କରିବା ହେଉଛି “Corrupt Practices ” . ତେଣୁ ପ୍ରାର୍ଥୀଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା ହେଇ ପାରିବ ।
ଏହି ମୋକଦ୍ଦମାରେ ସଂଖ୍ୟାଗରିଷ୍ଠ ଙ୍କ ରାୟ ଥିଲା , ଧର୍ମ, ଜାତି, ସମ୍ପ୍ରଦାୟ କିମ୍ବା ଭାଷା ଭିତ୍ତିରେ ଭୋଟ ଭିକ୍ଷା କରିବା RPA 1951 ଅନୁଯାୟୀ ଏକ Corrupt practice . କିନ୍ତୁ ଜଷ୍ଟିସ ଚନ୍ଦ୍ରଚୁଡ଼ ସଂଖ୍ୟା ଲଘୁମତକୁ ଗ୍ରହଣ କରି ଉଲ୍ଲେଖ କରିଥିଲେ , such interference by the court almost amounted to judicial redrafting of law .
2- ଆଧାର ର ସାମ୍ବିଧାନିକ ବୈଧତା –
ଏହି ମୋକଦ୍ଦମାରେ 5 ଜଣିଆ ସମ୍ବିଧାନ ପୀଠ 4:1 ମତରେ ଆଧାର ସ୍କିମ ର ବୈଧତାକୁ ଗ୍ରହଣ କରିଥିଲେ ।ସଂଖ୍ୟା ଗରିଷ୍ଠ ମତରେ ଉଲ୍ଲେଖ ହେଇଥିଲା ପାର୍ଲିଆମେଣ୍ଟ ଏହାକୁ ଆଇନ ସଂଗତ ପ୍ରକ୍ରିୟାରେ ଅର୍ଥ ବିଲ ଭାବରେ ଗ୍ରହଣ କରିଥିଲେ ।
ଜଷ୍ଟିସ ଚନ୍ଦ୍ରଚୁଡ଼ଙ୍କ ମତ ଥିଲା – passage of aadhaar act as a Money Bill was a fraud on the constitution ,and a subterfuge .
3- ଭୀମା କୋରେଗାଁଓ ମୋକଦ୍ଦମା-
ରୋମିଲା ଥାପର ବନାମ ଭାରତ ସରକାର ମାମଲାରେ 3 ଜଣିଆ ପୀଠ 2:1 ମତରେ ଭୀମା
କୋରାଗାଁଓ ଅଭିଯୁକ୍ତଙ୍କ SIT INVESTIGATION ଅପିଲକୁ ନାକଚ କରି ଦେଇଥିଲେ ।
କିନ୍ତୁ ଜଷ୍ଟିସ ଚନ୍ଦ୍ରଚୁଡ଼ ପୁନେ ପୋଲିସ ଦ୍ୱାରା ତଦନ୍ତ ପ୍ରକ୍ରିୟାରେ ଉଦ୍ବେଗ ପ୍ରକାଶ କରିଥିଲେ । ବିଶେଷ କରି ତଦନ୍ତ ବେଳେ ମିଡ଼ିଆକୁ ଯେଭଳି selective disclosure ହେଉଥିଲା ତାହା ଜନତାଙ୍କ ଭିତରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୂର୍ବାଗ୍ରହ ମତ ପ୍ରକାଶ ପାଉଥିଲା ।ତେଣୁ SIT ସପକ୍ଷରେ ନିଜ ମତ ଦେଇଥିଲେ।
ଜଷ୍ଟିସ ଚନ୍ଦ୍ରଚୁଡ଼ଙ୍କ ଉପରେ ଉଲ୍ଲେଖ କରାଯାଇଥିବା ରାୟଗୁଡିକୁ ପଢି ଜନତା ବିଭ୍ରାନ୍ତ ହେବା ସମ୍ଭାବନା ବେଶି । ସରକାର ଚାହୁଁ ନଥିବା ଇସ୍ୟୁରେ ଜଷ୍ଟିସଙ୍କ ରାୟ ସରକାର ଙ୍କୁ ସୁରକ୍ଷା ଦେଇଛି ।
ଚନ୍ଦ୍ରଚୁଡ଼ ମୁଖ୍ୟ ବିଚାରପତି ହେବା ପୂର୍ବରୁ ସୁପ୍ରିମକୋର୍ଟ ଜଜ ଭାବରେ କିଛି ରାୟ ତାଙ୍କୁ ଜନମାନସରେ Liberal Hero କରିଥିଲା। ବିଶେଷ କରି ତାଙ୍କ ପୂର୍ବର 5 ଜଣ ମୁଖ୍ୟ ବିଚାରପତି , କେବଳ ୟୁ ୟୁ ଲଳିତ ଙ୍କ ସଂକ୍ଷିପ୍ତ କାର୍ଯ୍ୟକାଳ କୁ ଛାଡିଲେ, ଯେପରି ସରକାରଙ୍କ ସହ Tea Party ରେ ମିଶି ଯାଇଥିଲେ ଓ ଅବସର ଗ୍ରହଣ ପରେ ବିଭିନ୍ନ ଉଚ୍ଚ ପଦବୀରେ ଲାଭାର୍ଥୀ ହେଇଥିଲେ, ସେଇ ପରିପ୍ରେକ୍ଷୀରେ ଜଷ୍ଟିସ ଚନ୍ଦ୍ରଚୁଡ଼ଙ୍କ ବ୍ୟକ୍ତି ସ୍ୱାଧୀନତା, ଗୋପନତା ଅଧିକାର , ମାନବିକ ଅଧିକାର ,ମହିଳାଙ୍କ ମର୍ଯ୍ୟାଦା ସମ୍ପର୍କରେ ବିଭିନ୍ନ ସମ୍ବିଧାନ ପିଠିରେ ତାଙ୍କର ଖୋଲାଖୋଲି ମତ ଦେଖି ଜନତା ଭାବିଥିଲେ ସେ ମୁଖ୍ୟ ବିଚାରପତି ହେଲେ ମୋଦୀ ସରକାରଙ୍କ
ସ୍ବୈରାଚାରୀ ପଦକ୍ଷେପ ଓ ଆଇନଗୁଡିକୁ ପରିବର୍ତ୍ତନ କରି ସମ୍ବିଧାନର ମୂଳ ଆତ୍ମାକୁ ପୁନଃ ପ୍ରତିଷ୍ଠା କରିବେ ଓ ସୁରକ୍ଷା ଦେବେ । ତେଣୁ ସେ ଯେତେବେଳେ 2022 ନଭେମ୍ବରରେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହେଲେ ସେତେବେଳେ ଲିବରାଲ ମିଡିଆରେ ଉଚ୍ଚ ଆଶା ଜନକ ଶୀର୍ଷକ ପ୍ରକାଶ ହେଇଥିଲା ।
Chief Justice of India : his career shows he can defend democracy , DIY Chandrachud : a judge who is not afraid to dissent , Why the tenure of DY Chandrachud as Chief Justice of India is a reason to hope, Justice Chandrachud is known for giving law a human face .
The Quint,OutLook, Indian Express, The Leaflet, The Week ର ଏହି ସମସ୍ତ ଆଶାବାଦୀ ଶୀର୍ଷକ ତାଙ୍କୁ ମୁଖ୍ୟ ବିଚାରପତି ନିଯୁକ୍ତି ହେବା ଦିନରୁ Liberal Poster Boy Image ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା । 2016ରୁ ସୁପ୍ରିମକୋର୍ଟ ବିଚାରପତି ହେବା ଦିନରୁ ମିଡ଼ିଆ ବନ୍ଧୁ ଜଷ୍ଟିସ ଚନ୍ଦ୍ରଚୁଡ଼ ନିଜକୁ ଜଣେ ପ୍ରଗତିଶୀଳ ବ୍ୟକ୍ତି ଭାବରେ ଗଢି ତୋଳିଥିଲେ ଓ ତାଙ୍କର କେତେକ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଏକ୍ଷେତ୍ରରେ ସାହାଯ୍ୟ କରିଥିଲା ।
But he failed to rise to the occasion . ତାଙ୍କ ନେତୃତ୍ୱରେ ଗଠିତ ପୀଠଗୁଡ଼ିକ ଶାସକ ଦଳକୁ ସମର୍ଥନ କଲା । ଅନ୍ୟ ପକ୍ଷରେ master of roster ଭାବରେ ସେଇ ବିଚାରପତିଙ୍କୁ ରଖିଲେ ଓ
କେଉଁ ମୋକଦ୍ଦମା କାହା ପାଖକୁ ଯିବ ସ୍ଥିର କଲେ । ଚନ୍ଦ୍ରଚୁଡ଼ଙ୍କ ପବ୍ଲିକ ଇମେଜରେ ମୁଖ୍ୟତଃ ଶାସକ ଦଳର ରାଜନୀତି ଯୋଡ଼ି ହେଇଗଲା । ସାମ୍ବିଧାନିକ ପ୍ରିନ୍ସିପଲକୁ ସେ articulate ଭାବରେ ଉଠେଇ ପାରୁଥିଲେ , ଯେହେତୁ ସମ୍ବିଧାନ ଓ ଇଂରାଜୀ ଭାଷା ଉପରେ ତାଙ୍କର ଗଭୀର ଜ୍ଞାନ ଥିଲା । ଏହା ସତ୍ତ୍ୱେ ତାଙ୍କର କାର୍ଯ୍ୟକାଳ ବିଶେଷ ପ୍ରଭାବ ପକେଇ ପାରିନାହିଁ ।
ଆଧାର କାର୍ଡ ମନୀ ବିଲ ଓ ଭୀମା କାରୋଗାଓଁ ଷଢଯନ୍ତ୍ର ମାମଲାରେ ତାଙ୍କର ରାୟ ଯଦିଓ ତାଙ୍କର ଭାବମୂର୍ତୀ ବୃଦ୍ଧି କରିଥିଲା, କିନ୍ତୁ ଜଜ ଲୋୟା ହତ୍ୟା ମାମଲାରେ SIT ତଦନ୍ତ ଦାବୀକୁ ନାକଚ କରି ସେ ନିଜର ସରକାର ସମର୍ଥନକୁ ମୋହର ଦେଇଥିଲେ । ଜଜ ଲୋୟା ଗୃହ ମନ୍ତ୍ରୀ ଅମିତ ସାହାଙ୍କୁ ସମ୍ପୃକ୍ତ କରି ମିଥ୍ୟା ଏନକାଉଣ୍ଟର କେସ ବିଚାର କରୁଥିଲେ ।
ଅଯୋଧ୍ୟା ଜମି ବିବାଦ ମାମଲାରେ 5 ଜଣିଆ ସାମ୍ବିଧାନିକ ପୀଠ ଯେଉଁ ରାୟ ଦେଇଥିଲେ ତାହାର Author Anonymous ରହିଥିଲେ। କିନ୍ତୁ ଯେଉଁ ଦିନ ମିଡ଼ିଆକୁ କହିଲେ ସେ ସ୍ୱପ୍ନରେ ପ୍ରଭୂ ଶ୍ରୀରାମଙ୍କ ଦ୍ୱାରା ନିର୍ଦେଶିତ ହେଇ ଏହି ରାୟ ଦେଇଥିଲେ ସେଦିନ ଜଣା ପଢିଲା ରାୟ ତାଙ୍କ ଦ୍ୱାରା ନିର୍ଦେଶିତ ହେଇଥିଲା । ଏହି ଦୁଇଟି ରାୟ ପାଇଁ ସେ ତୀବ୍ର ସମାଲୋଚନାର ସମ୍ମୁଖୀନ ହେଇଛନ୍ତି । Both rested on faulty legal grounds and were advantageous for ruling BJP .
ଇଲେକ୍ଟ୍ରୋରାଲ ବଣ୍ଡକୁ ବେଆଇନ ଘୋଷଣା କରିବା ସତ୍ତ୍ୱେ , ସୁପ୍ରିମକୋର୍ଟ ତତ୍ତ୍ୱାବଧାନରେ SIT ଗଠନକୁ ଗ୍ରହଣ କଲେ ନାହିଁ । ଏହା ଦ୍ୱାରା କଳାଧନ ଗତ ଲୋକସଭା ନିର୍ବାଚନରେ ଆହୁରି ବୃଦ୍ଧି ପାଇଲା ଓ ଶିଳ୍ପପତିମାନେ ସରକାରୀ ଦଳକୁ ପ୍ରଚୁର ଚାନ୍ଦା ଦେଲେ ।
କେନ୍ଦ୍ର ରାଜ୍ୟ ସମ୍ପର୍କ କ୍ଷେତ୍ରରେ ଦିଲ୍ଲୀ, ମହାରାଷ୍ଟ୍ର ଉପରେ ତାଙ୍କର କେବଳ Lip Service ଯୋଗୁଁ ତାଙ୍କର ନିଜ ରାୟ ର କୌଣସି ମୂଲ୍ୟ ରହିଲା ନାହିଁ ।
ଜଷ୍ଟିସ ଚନ୍ଦ୍ରଚୁଡ଼ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ନିର୍ଦ୍ଦେଶକୁ ଗ୍ରହଣ କରି ନେଇଛନ୍ତି । ଆଜି ମଧ୍ୟ ଦିଲ୍ଲୀ ର ପ୍ରକୃତ ଶାସକ କିଏ ତାର ପୂର୍ଣ୍ଣାଙ୍ଗ ଶୁଣାଣି ନ କରି ବିଦାୟ ନେଇଛନ୍ତି । ଆଲ୍ଲୀଗଡ଼ ବିଶ୍ୱ ବିଦ୍ୟାଳୟ ମୋକଦ୍ଦମା ଚୂଡାନ୍ତ ହେଇନାହିଁ , ଜ୍ଞାନବ୍ୟାପୀ ମସଜିଦ ଉପରେ ତାଙ୍କର ରାୟ ପୁଣି ଥରେ ପାଣ୍ଡରା ବକ୍ସ ଖୋଲିଛି ।
ଚନ୍ଦ୍ରଚୁଡ଼ ଇଣ୍ଡିଆନ ଏକ୍ସପ୍ରେସ ଆଡ୍ଡା ରେ ଭାଷଣ ଦେଇ ତାଙ୍କର ” Bail is Rule and Jail is exception ମତକୁ ଦୋହରାଇ ଥିଲେ ଓ ସେ
A TO Z ପର୍ଯ୍ୟନ୍ତ ବେଲ ଦେଇଛନ୍ତି ବୋଲି କହିଥିଲେ ।
କିନ୍ତୁ A ରୁ Z ମଧ୍ୟରେ ଉମ୍ମର ଖାଲିଦ ଙ୍କ ଵିଷୟଟି ସେ ଭୁଲି ଯାଇଛନ୍ତି । ଏପରି କି 5 ବର୍ଷ ହେଲା ତାଙ୍କ ବିରୁଦ୍ଧରେ ମୋକଦ୍ଦମା ଶୁଣାଳୀ ହେଉନାହିଁ କି ବେଲ ମିଳୁ ନାହିଁ । ରାଜନୈତିକ ଭାବରେ sensitive ଅଭିଯୁକ୍ତଙ୍କ ବେଲ ବିଷୟ ଜଷ୍ଟିସ ବେଲା ତ୍ରିବେଦୀଙ୍କ ପିଠିରେ ପଡୁଛି ଯିଏ ବେଲ ଦେବା ପ୍ରଶ୍ନ ନାହିଁ ।
ଧର୍ମ, ଜାତି, ଭାଷା, ସମ୍ପ୍ରଦାୟ ଭିତ୍ତିରେ ଭୋଟ ଭିକ୍ଷା ଓ ଭାଷଣକୁ ଜଷ୍ଟିସ ଚନ୍ଦ୍ରଚୁଡ଼ ସମ୍ବିଧାନ ବିରୋଧୀ ଓ ଲୋକପ୍ରତିନିଧୀ ଆଇନ ବିରୋଧୀ ବୋଲି ରାୟ ଦେବା ସତ୍ତ୍ୱେ ସ୍ୱୟଂ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ନିର୍ବାଚନ ଭାଷଣ ଗୁଡିକରେ ଧଜିଆ
ଉଡାଉଛନ୍ତି ।ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କ ପକ୍ଷରେ ଖୋଲା ଖୋଲି କାର୍ଯ୍ୟ କରୁଛନ୍ତି ଓ ଜଷ୍ଟିସ ଚନ୍ଦ୍ରଚୁଡ଼ ନିରବ ହେଇ ଦେଖୁଥିଲେ ।
ପେଗାସସ ମାମଲାରେ ଚନ୍ଦ୍ରଚୁଡ଼ 2 ବର୍ଷ କାଳ ଏହାର ତଦନ୍ତ ପାଇଁ ହେଇଥିବା ମୋକଦ୍ଦମାରେ ହାତ ଦେଲେ ନାହିଁ ।
ଜୁଡିସିଆଲ ନିଯୁକ୍ତି – ଚନ୍ଦ୍ରଚୁଡ଼ଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ଜୁଡିସିଆଲ ଅଫିସରଙ୍କ ପ୍ରଭାବ ସୁପ୍ରିମକୋର୍ଟ ରେ ଦୀର୍ଘ ଦିନ ରହିବ । କାରଣ ବର୍ତ୍ତମାନର ସୁପ୍ରିମକୋର୍ଟର ଅଧାଧିକ ବିଚାରପତି ତାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ଦ୍ଵାରା ନିଯୁକ୍ତି ପାଇଛନ୍ତି । କିନ୍ତୁ ଜଣେ ହେଲେ ବି ମହିଳା ବିଚାରପତି ନିଯୁକ୍ତି କରି ନାହାନ୍ତି । ଅଥଚ ଅନେକ ଥର କୋର୍ଟରେ ଓ କୋର୍ଟ ବାହାରେ gender justice ଉପରେ sermon ଶୁଣାଇଛନ୍ତି । CARAVAN ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚନ୍ଦ୍ରଚୁଡ଼ କେନ୍ଦ୍ର ସରକାରଙ୍କ ଅନୁମତି ଆଣିବା ପରେ ହିଁ କଲେଜିୟମରେ ଜଣଙ୍କୁ ନିଯୁକ୍ତି ପାଇଁ ସୁପାରିଶ କରୁଥିଲେ । ଏହା ପ୍ରମାଣ କରୁଛି ଜଷ୍ଟିସ ଚନ୍ଦ୍ରଚୁଡ଼ଙ୍କ ସହମତିରେ ହିଁ କେନ୍ଦ୍ର ସରକାର ବିଚାର ବିଭାଗକୁ ନିୟନ୍ତ୍ରଣ କରୁଥିଲେ ।
ଜଷ୍ଟିସ ଚନ୍ଦ୍ରଚୁଡ଼ ଧର୍ମ ସହ ବିଜେପିର ରାଜନୀତିକୁ ସମ୍ପୂର୍ଣ୍ଣ ମିଶ୍ରଣ କରି ଦେଇଥିଲେ । ଘରେ ଗଣେଶ ପୂଜାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ , ଗୁଜରାଟର ଏକ ମନ୍ଦିର ଭ୍ରମଣକୁ ଅତ୍ୟଧିକ ପ୍ରଚାର , ରାମମନ୍ଦିର ଉପରେ ତାଙ୍କର ଖୋଲା ଖୋଲି ବକ୍ତବ୍ୟ ଇତ୍ୟାଦି ପ୍ରମାଣ କରୁଛି ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଏଜେଣ୍ଡାକୁ ହିଁ ବିଭିନ୍ନ ରାୟରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ସଂଖ୍ୟାଲଘୁ ସମ୍ପ୍ରଦାୟର ସାମାଜିକ କର୍ମୀଙ୍କୁ ବିନା ପ୍ରମାଣରେ ବର୍ଷ ବର୍ଷ ଜେଲରେ ଅଟକାଇ ରଖିବା ସରକାରୀ ଷଢ଼ଯନ୍ତ୍ରକୁ ସେ ସୁଯୋଗ ଦେଇଛନ୍ତି।
ଲଭ ଜେହାଦ, ବୁଲ ଡୋଜର ଜଷ୍ଟିସ , ଇନଷ୍ଟାଣ୍ଟ ଜଷ୍ଟିସ ଦେଶସାରା ଘଟୁଥିଲେ ମଧ୍ୟ ଜଷ୍ଟିସ ଚନ୍ଦ୍ରଚୁଡ଼ ଗୋଟିଏ ବି ଘଟଣାରେ Suo Moto ପଦକ୍ଷେପ ନେଇ ନାହାନ୍ତି ।
ସାମଗ୍ରିକ ଭାବରେ ବିଚାର କଲେ ଜଷ୍ଟିସ ଚନ୍ଦ୍ରଚୁଡ଼ଙ୍କ ଗୋଟିଏ ମଧ୍ୟ ରାୟ କେନ୍ଦ୍ର ସରକାରଙ୍କୁ ଚିନ୍ତିତ କରି ନାହିଁ ।
ସୁତରାଂ , ଜଷ୍ଟିସ ଚନ୍ଦ୍ରଚୁଡ଼ଙ୍କ ଉପରେ ଯେଉଁ ଭରସା ଲୋକ ରଖିଥିଲେ ତାହା ଚୁରମାର ହେଇଛି । କେବଳ କୋର୍ଟ ଗୁଡିକୁ ଡିଜିଟାଲ କରାଇ ଥିଲେ ମଧ୍ୟ ସେ ଆସିଲା ବେଳେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ଗୁଡ଼ିକ ରେ ଯେତିକି ମୋକଦ୍ଦମା ଥିଲା ତାହା ବୃଦ୍ଧି ପାଇଛି ।।