ଦୀପ୍ତି ଶର୍ମା ଓ ପାଟ୍ କମିନ୍ସି ହେଲେ ‘ପ୍ଲେୟର ଅଫ ଦି ମନ୍ଥ’
ଡିସେମ୍ବର ମାସ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ‘ପ୍ଲେୟାର ଅଫ୍ ଦି ମନ୍ଥ’ର ଘୋଷଣା କରିଛି। ‘ପୁରୁଷ ଖେଳାଳି ଭାବେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ପ୍ଲେୟର ଅଫ୍ ଦି ମନ୍ଥ’ ଚୟନ କରାଯାଇଛି ।ସେହିପରି , ଭାରତର ମହିଳା କ୍ରିକେଟର ଦୀପ୍ତି ଶର୍ମାଙ୍କୁ ପ୍ଲେୟର ଅଫ୍ ଦି ମନ୍ଥ’ ମନୋନୀତ କରାଯାଇଛି। ଏହା ହେଉଛି ଦୀପ୍ତି ଶର୍ମାଙ୍କର ‘ପ୍ଲେୟାର ଅଫ୍ ଦି ମନ୍ଥ’ର ପ୍ରଥମ ଟାଇଟଲ୍ | ଡିସେମ୍ବରରେ ଉଭୟ ଖେଳାଳି ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନର ପାଇଁ ଏହି ଟାଇଟେଲ ପାଇଛନ୍ତି |
ସୂଚନାଯୋଗ୍ୟ ଯେ ପାକିସ୍ତାନ ବିପକ୍ଷରେ ଭଲ ବୋଲିଂ କରିଥିବାରୁ କମିନ୍ସଙ୍କୁ ଏହି ଟାଇଟଲ ଦିଆଯାଇଛି।ସେହିପରି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଅଲରାଉଣ୍ଡର ପ୍ରଦର୍ଶନ କରିଥିବା ଦୀପ୍ତି ଶର୍ମାଙ୍କୁ ଏହି ଟାଇଟଲ୍ ମିଳିଛି । କମିନ୍ସଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ୩-୦ ରେ ପରାସ୍ତ କରିଥିଲା।ବଲ ସହିତ ଚମତ୍କାର ପ୍ରଦର୍ଶନ କରିଥିବାବେଳେ କମିନ୍ସ ସିରିଜର ସର୍ବାଧିକ ୱିକେଟ୍ ନେଇଥିଲେ।
ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜରେ ଦୀପ୍ତି ସର୍ବାଧିକ ୱିକେଟ୍ ନେଇଥିଲେ। ସେ ଏହି ସିରିଜରେ ମୋଟ ୭ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଦୀପ୍ତି ଟି -୨୦ ସିରିଜରେ ସର୍ବାଧିକ ୱିକେଟ୍ ନେଇଥିଲେ। ଦୀପ୍ତି ଟି -୨୦ ରେ ୫ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ସେ ବ୍ୟାଟ୍ ସହିତ ଚମତ୍କାର ପ୍ରଦର୍ଶନ ମଧ୍ୟ କରିଥିଲେ।