ଆଇପିଏଲକୁ ଅଲବିଦା କହିବେନି ଧୋନୀ

କୋଲକାତା,୧୫।୫ : ଆଇପିଏଲ ୨୦୨୩ ସିଯିନ ଶେଷ ହେବାକୁ ଯାଉଛି । ଆଉ କେବଳ ୯ ଟି ଲିଗ ମ୍ୟାଚ ବାକି ରହିଛି । ଏହି ସମୟରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଇପିଏଲରୁ ବିଦାୟ ନେବେ ନାହିଁ। ଚେନ୍ନାଇର ସିଇଓ କାଶୀ ବିଶ୍ୱନାଥନ ଧୋନିଙ୍କ ପରବର୍ତ୍ତୀ ଆଇପିଏ ଖେଳିବାର ଆଶା ପ୍ରକାଶ କରିଛନ୍ତି।
ଗତକାଲି ଚେନ୍ନାଇ ସୁପର୍ କିଙ୍ଗସ୍ ଚେପକ ଷ୍ଟାଡିୟମରେ କେକେଆର୍ ବିପକ୍ଷରେ ୨୦୨୩ ଆଇପିଏଲର ଶେଷ ଘରୋଇ ମ୍ୟାଚ ଖେଳିଥିଲା। ଏହି ମ୍ୟାଚ ପରେ ମହେନ୍ଦ୍ର ସିଂ ଧୋନି ଗ୍ରାଉଣ୍ଡ ବୁଲି ପ୍ରଶଂସକମାନଙ୍କୁ ବଲ୍ ଉପରେ ଅଟୋଗ୍ରାଫ ଦେଇଥିବାର ଦେଖାଦେଇଥିଲେ । ଏହା ପରେ ପ୍ରଶଂସକମାନେ ଅନୁମାନ କରିବା ଆରମ୍ଭ କଲେ, ଏହା ଧୋନିଙ୍କର ଶେଷ ସିଜନ। ଏହି ସମୟରେ ଦଳର ସିଇଓ କହିଛନ୍ତି. ଆମେ ଆଶା କରୁଛୁ ମହେନ୍ଦ୍ର ସିଂ ଧୋନି ପରବର୍ତ୍ତୀ ଆଇପିଏଲ ମଧ୍ୟ ଖେଳିବେ ସେ ଟୁଇଟ୍ ମାଧ୍ୟମରେ କହିଛନ୍ତି।
CSK CEO said "We believe MS Dhoni is going to play next season as well so I hope fans will continue to support us like every time". pic.twitter.com/1WZB0oTATP
— Johns. (@CricCrazyJohns) May 15, 2023