ବାପା ଚାହୁଁଥିଲେ ପୁଅ ହେଉ ସୈନିକ କିନ୍ତୁ ପୁଅ ହୋଇଗଲା କ୍ରିକେଟର । ଜାଣନ୍ତୁ କିଏ ଏହି ଖେଳାଳି…

ଜାନୁଆରୀ ୨୫ ରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତ ଦଳ ଘୋଷଣା କରିଛି । ଶାର୍ଦୁଲ, ଶାମି, ଇଶାନଙ୍କୁ ଦଳ ବାହାରେ ରଖିଥିବା ବେଳେ । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା ଧ୍ରୁଭ ଜୁରେଲଙ୍କ ଉପରେ ଦଳ ଦେଖାଇଛି ଭରସା | ଘରୋଇ ମ୍ୟାଚ୍‌ରେ ଧ୍ରୁବଙ୍କ ଭଲ ରେକର୍ଡ ରହିଛି। ସେ ଇଣ୍ଡିଆନ ପ୍ରିମିୟର ଲିଗରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳନ୍ତି | ୨୩ ବର୍ଷିୟ ଏହି ଖେଳାଳି ଜଣଙ୍କ, ରଞ୍ଜିରେ ଉତ୍ତରପ୍ରଦେଶ ପାଇ ଖେଳିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ତାଙ୍କ ପିତା ଚାହୁଁଥିଲେ ଯେ ଧ୍ରୁଭ ଜଣେ ସୈନିକ ହୁଅନ୍ତୁ। କିନ୍ତୁ ସେ କ୍ରିକେଟ୍ ବାଛିଥିଲେ।
ବିସିସିଆଇ ଶୁକ୍ରବାର ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଦୁଇଟି ମ୍ୟାଚ ପାଇଁ ଖେଳାଳି ଚୟନ କରିଛି । ଏହି ଚୟନ ପ୍ରକ୍ରିୟାରେ ଅନେକ ବଡ ଖେଳାଳିଙ୍କ ନାମ ନଥିବାବେଳେ | ଧ୍ରୁଭ ଜୁରେଲଙ୍କ ନାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଘରୋଇ କ୍ରିକେଟରେ ଧ୍ରୁବ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଦଳରେ ସ୍ଥାନ ମିଳିଛି । ଫାଷ୍ଟକ୍ଲାସ କ୍ୟାରିୟରରେ ଧ୍ରୁବ ୧୯ ପାଳିରେ ୭୯୦ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ରହିଛି ।

ଧ୍ରୁବଙ୍କ ବିଷୟରେ ସବୁଠୁ ରୋଚକ କଥା ହେଲାକି ଧ୍ରୁବଙ୍କ ପିତା ନିମ୍ ସିଂ ଜୁରେଲ ସେନାରେ କାର୍ଯ୍ୟ କରିଛନ୍ତି। ସେ କାର୍ଗିଲ ଯୁଦ୍ଧରେ ମଧ୍ୟ ଲଢିଛନ୍ତି। ତାଙ୍କ ପିତା ଚାହୁଁଥିଲେ ଯେ ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଯୋଗ ଦେଇ ଦେଶର ସେବା କରନ୍ତୁ। କିନ୍ତୁ ଧ୍ରୁଭ କ୍ରିକେଟ୍ ବାଛିଥିଲେ। । ନେମ ସିଂ କହିଛନ୍ତି ଯେ ଏହା ଏକ ଅଲଗା କ୍ଷତ୍ର | ଏଥିରେ ରହି ମଧ୍ୟ ଦେଶ ସେବା କରିହେବ।

Leave a Reply

Your email address will not be published. Required fields are marked *