ଅଷ୍ଟ୍ରେଲିଆରେ ଚମକିଲେ ଜୁରେଲ,କିନ୍ତୁ ହାରିଲା ଇଣ୍ଡିଆ

ଅଷ୍ଟ୍ରେଲିଆ;ଭାରତ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଦୁଇ ଦେଶର ଏ ଦଳ ମଧ୍ୟରେ ଦୁଇଟି ଅଣଆନୁଷ୍ଠାନିକ ମ୍ୟାଚ୍ ଖେଳାଯାଇଥିଲା। ନଭେମ୍ବର 7 ରୁ ମେଲବୋର୍ଣ୍ଣରେ ଖେଳାଯାଇଥିବା ଦ୍ୱିତୀୟ ଅଣଆନୁଷ୍ଠାନିକ ଟେଷ୍ଟରେ କଙ୍ଗାରୁ ଟିମ୍ ଇଣ୍ଡିଆକୁ 6 ୱିକେଟରେ ପରାସ୍ତ କରିଛି | ଏହା ସହ ଅଷ୍ଟ୍ରେଲିଆର ଏ ଦଳ ସିରିଜକୁ 2-0ରେ କାବୁ କରିଛି ।

ଇଣ୍ଡିଆ ଏ ପ୍ରଥମ ଇନିଂସରେ ମାତ୍ର 161 ରନ୍ ସଂଗ୍ରହ କରିଥିଲା। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଧ୍ରୁଭ ଜୁରେଲ ଦଳ ପାଇଁ ସର୍ବାଧିକ 80 ରନ୍ କରିଥିଲେ। କେ.ଏଲ୍ ରାହୁଲ 4, ସାଇ ସୁଦର୍ଶନ ଖାତା ଖୋଲିନଥିବା ବେଳେ ଅଧିନାୟକ ରୁତୁରାଜ ଗାଇକୱାଡ ମାତ୍ର 04 ରନ୍ କରିଥିଲେ । ଅଷ୍ଟ୍ରେଲିଆ ଏ ପାଇଁ ମାଇକେଲ ନେସର 4 ଟି ୱିକେଟ୍ ନେଇଥିବା ବେଳେ ବିଉ ଓ୍ବେଷ୍ଟର୍ 3 ୱିକେଟ୍ ନେଇଛନ୍ତି।
ଏହା ପରେ ଅଷ୍ଟ୍ରେଲିଆ ଦଳ ତାର ପ୍ରଥମ ଇନିଂସରେ 223 ରନ୍ ସ୍କୋର କରିଥିଲା | ଓପନର୍ ମାର୍କସ୍ ହାରିସ୍ ଅଷ୍ଟ୍ରେଲିଆ ପାଇଁ 74 ରନ୍ ସଂଗ୍ରହ କରିଥିଲେ। ଭାରତ ପାଇଁ ପ୍ରସିଦ୍ଧ କୃଷ୍ଣ 4 ଟି ଓ ମୁକେଶ କୁମାର 3 ୱିକେଟ୍ ନେଇଥିଲେ। ଖାଲିଲ ଅହମ୍ମଦଙ୍କୁ ମଧ୍ୟ ଦୁଇଟି ସଫଳତା ମିଳିଥିଲା |

ପ୍ରଥମ ଇନିଂସରେ ପଛରେ ରହିବା ପରେ ଇଣ୍ଡିଆ ଏ ଦଳ ଦ୍ୱିତୀୟ ଇନିଂସରେ ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଦ୍ୱିତୀୟ ଇନିଂସରେ ୱିକେଟ୍ କିପର ଧ୍ରୁଭ ଜୁରେଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ 68 ରନ୍ ସ୍କୋର କରିଥିଲେ ମଧ୍ୟ କେ.ଏଲ୍ ରାହୁଲ ପୁନର୍ବାର ଫ୍ଲପ୍ ହୋଇଥିଲେ। ଯାହା ଫଳେରେ 229 ରନ କରିଥିଲା । ଏବଂ ବିପକ୍ଷ କଙ୍ଗାରୁ ଦଳ ପାଇଁ ମାତ୍ର 169 ରନର ଲକ୍ଷ୍ୟ ପ୍ରଦାନ କରିଥିଲା । ଶେଷ ପାଳିରେ ଏହି ମ୍ୟାଚକୁ 4 ୱିକେଟ ହରାଇ ଅଷ୍ଟ୍ରଲିଆ ଦଳ ଜିତି ନେଇଛି । ଦୁଇ ମ୍ୟାଚ ବିଶିଷ୍ଟ ଏହି ଶୃଙ୍ଖଳାକୁ 2-0 ରେ ସମାପ୍ତ କରିଛି । ସୁଚନାଯୋଗ୍ୟ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ 22 ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *