୨୦୨୭ ସୁଦ୍ଧା ଦେଶରେ ଚାଲିବନି ଡିଜେଲ ଗାଡି
ନୂଆଦିଲ୍ଲୀ : ଆଗାମୀ ୪ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୭ ସୁଦ୍ଧା ଦେଶରେ ଚାଲୁଥିବା ସମସ୍ତ ଡିଜେଲ ଗାଡି ବନ୍ଦ ହୋଇଯିବ। ଏଗୁଡିକୁ ବନ୍ଦ କରିବାର ଆବଶ୍ୟକତା ରହିଛି। ଏହା ବଦଳରେ ଲୋକଙ୍କୁ ବିଦ୍ୟୁତ ଓ ଗ୍ୟାସ ଦ୍ୱାରା ଚାଲୁଥିବା ଗାଡି ଉପରେ ଗୁରୁତ୍ବ ଦେବା ଆବଶ୍ୟକ।ତା ରହିଛି ବୋଲି ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା ଗଠିତ ହୋଇଥିବା ଏକ କମିଟି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି। ଏହି କମିଟି ସହରର ଜନସଂଖ୍ୟା ଆଧାରରେ ଡିଜେଲ ଗାଡି ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା ପ୍ରସ୍ତୁତ କରିଛି।
ଏହି ଅନୁକ୍ରମରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ଗୁଡିକରେ ଲୋକମାନେ ଡିଜେଲ ଗାଡି ବଦଳରେ ଗ୍ୟାସ ଓ ବିଦ୍ୟୁତ ଚାଳିତ ଗାଡି ବ୍ୟବହାର କରନ୍ତୁ ବୋଲି କୁହାଯାଇଛି। କାରଣ ଏତେ ଜନସଂଖ୍ୟା ଥିବା ସହରରେ ପ୍ରଦୂଷଣର ମାତ୍ରା ଡିଜେଲ ଗାଡି ପାଇଁ ବୃଦ୍ଧି ହେଉଥିବା କଥା କମିଟି କହିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏହି କମିଟି ଗ୍ୟାସ ଓ ବିଦ୍ୟୁତ ଦ୍ୱାରା ଚାଳିତ ଗାଡି ବ୍ୟବହାର କରିବାକୁ ପରାମର୍ଶ ଦେଇଛି। ଏହାସହ କିଭଳି ଗ୍ରୀଭାବେ ସବୁଜ ଗୃହ ପ୍ରଭାବକୁ ରୋକାଯାଇପାରିବ ତା ଉପରେ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛି। ଏହି ରିପୋର୍ଟରେ କୁହାଯାଇଛି କି, ଭାରତକୁ ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ତୈଳ ଭଣ୍ଡାର ଉପରେ ନିର୍ଭର କରିବା ଉଚିତ ନୁହେଁ।