କୋକେଆର ପାଇଁ କର ବା ମର ପରିସ୍ଥିତି

କଲିକତା: ଚଳିତ ଆଇପିଏଲରେ ୫୩ ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍ସ । ଆଇପିଏଲର ଦିନ  ଯେତେ ବଢିବାରେ ଲାଗିଛି ,ମ୍ୟାଚରେ ରୋମାଞ୍ଚ ମଧ୍ୟ ଦ୍ବଗୁଣିତ ହେବାର ଦେଖାଯାଉଛି । କୋଲକାତାର ଇଡେନ ଗାଡେନରେ ହେବାକୁ ଥିବା ଏହି ମ୍ୟାଚରେ ଦୁଇ ଦଳ ବିଜୟ ଲକ୍ଷରେ ପଡିଆକୁ ଓଲ୍ଲାଇବେ ।  ପ୍ଲେ ଅଫରେ ସ୍ଥାନ ପାଇବାକୁ ହେଲେ ଏହି ଦୁଇ ଦଳ ପାଇଁ ଏବେ ପ୍ରତେକଟି ମ୍ୟାଚ୍ ଜିତିବା ଆବଶ୍ୟକ । କେକେଆର ତାର ପୂର୍ବ ମ୍ୟାଚ୍ ହାଇଦ୍ରାବାଦଠୁ ଜିତିଥିବାବାଳେ ପଞାବ ,ମୁମ୍ବାଇଠୁ ୬ ୱିକେଟରେ ପରାଜୟର ଦ୍ବାରସ୍ତ ହୋଇଥିଲା । ଯଦି ଦୁଇ ଦଳର ପଏଣ୍ଟ ତାଲିକା ଉପରେ ନଜର ପକାଇବା ତେବେ କେକେଆର , ପଞ୍ଜାବ ପଛରେ ରହିଛି । ୧୦ ଟି ମ୍ୟାଚରୁ ପଞ୍ଜାବ ଟିରେ ବିଜୟ ଲାଭ କରିଥିବାବେଳେ କଲିକତା ସମାନ ମ୍ୟାଚ୍ ଖେଳି ୪ଟି ଜିତିବାରେ ସକ୍ଷମ ହୋଇଛି ।

Leave a Reply

Your email address will not be published. Required fields are marked *