Debit Card Insurance; ଡେବିଟ କାର୍ଡରୁ କେମିତି କରିବେ ବୀମା ଏହା ପାଇଁ କ’ଣ ରହିଛି ସର୍ତ ଜାଣନ୍ତୁ …

ଦେଶର ପ୍ରାୟ ସବୁ ବ୍ୟାଙ୍କ ଏହି ସମୟରେ ଡେବିଟ କାର୍ଡ ଜରିଆରେ ବୀମା ବା ଇନ୍ସୁରାନ୍ସ କରିହେବ । କିନ୍ତୁ କମ୍ ତଥ୍ୟ ପାଇଁ ଆପଣମାନେ ଏହି ସମସ୍ତ ସୁବିଧାର ଲାଭ ଉଠାଇ ପାରୁନଥିବେ । ତେବେ ଆସନ୍ତୁ ଜାଣିବା କେମିତି ଡେବିଟ କାର୍ଡ ସାହାଯ୍ୟରେ ଏହି ବୀମାର ଲାଭ ଉଠାଇ ପାରିବେ ।
କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ସିଙ୍ଗାପୁରର ଡେଭଲପମେଣ୍ଟ ବ୍ୟାଙ୍କ ଭଳି କେତେକ ପ୍ରମୁଖ ବ୍ୟାଙ୍କ ଡେବିଟ୍ କାର୍ଡରେ ବୀମା କଭର ପ୍ରଦାନ କରିଥାନ୍ତି । ଏହା ପାଇଁ ଆପଣଙ୍କୁ କିଛି ସର୍ତ୍ତାବଳୀ ପୂରଣ କରିବାକୁ ପଡିବ । ଏହି ସର୍ତ୍ତାବଳିକୁ ପୂରଣ କରିସାରିବା ପରେ ଆପଣ ଏହି ଜୀବନ ବୀମାର ଯୋଗ୍ୟ ହିତାଧିକାରୀ ହୋଇପାରିବେ । ସେହିପରି ଯଦି ଦୁର୍ଭାଗ୍ୟ ବଶତଃ ଆପଣଙ୍କର ମୃତ୍ୟୁ ହୋଇଯାଉଛି । ତେବେ ଆପଣଙ୍କ ମୃତ୍ୟୁ ପରେ ଆପଣଙ୍କ ପରିବାର ଲୋକ ଏହି ବୀମାର ଲାଭ ମଧ୍ୟ ନେଇପାରିବେ ।

କ’ଣ ରହିଛି ସର୍ତ:
ଏହି ସର୍ତ୍ତଗୁଡିକ ମଧ୍ୟରୁ ଗୋଟିଏ ହେଉଛି ନିର୍ଦ୍ଧିଷ୍ଟ ସମୟରେ କାର୍ଡରେ ହେଉଥିବା ଟଙ୍କାର କାରବାର । ସେହିପରି ଆପଣ ଆପଣଙ୍କ ବ୍ୟାଙ୍କକୁ ଯାଇ ସେଠାରୁ ବୁଝିନେବା ଆବଶ୍ୟକ ଯେ ଏହି ଜୀବନ ବିମା ପାଇଁ ଆପଣଙ୍କୁ କେତେ ଟଙ୍କାର ଟ୍ରାଜାକ୍ସନ କରିବାକୁ ପଡିବ । ଆପଣଙ୍କ ମନରେ ଆଉ ଏକ ପ୍ରଶ୍ନ ଆସୁଥିବା ଯେ ଯଦି କାର୍ଡଧାରୀଙ୍କ ମୃତ୍ୟୁ ହୋଇଯାଏ, ତେବେ ନାମାଙ୍କନଧାରୀ ବା ନୋମିନି କିପରି ଏହି ବୀମା ଉପରେ କ୍ଲେମ୍ କରିପାରିବ । ଆମେ ଆପଣଙ୍କୁ କହି ରଖୁଛୁ ଯେ ବ୍ୟାଙ୍କ ଆପଣଙ୍କ ଏହି ବିମାକୁ କଭର ଗ୍ରୁପ ଇନ୍ସୁରାନ୍ସ ଅଧିନରେ ଦେଇଥାଏ । ଯେଉଁଥିରେ ଆପଣଙ୍କୁ ଦୁର୍ଘଟଣା କଭର, କ୍ରୟ ସୁରକ୍ଷା, ଏୟାର ଆକ୍ସିଡେଣ୍ଟ, କାର୍ଡ ଠକେଇ ଆଦିରୁ ସୁରକ୍ଷା ଦେଇଥାଏ । ଏପରି ପରିସ୍ଥିତିରେ ନୋମିନଙ୍କୁ ପଲିସ ନମ୍ବର ମିଳିପାରି ନଥାଏ । ତେଣୁ ଏହାକୁ କ୍ଲେମ୍ କରିବା ଟିକେ କଷ୍ଟକର ହୋଇପାରେ । ଅନେକ ବ୍ୟାଙ୍କ ଏହା ଅଧୀନରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ବୀମା କଭର ପ୍ରଦାନ କରନ୍ତି ।

ବ୍ୟାଙ୍କଗୁଡିକ ଦ୍ୱାରା ସ୍ଥିର ହୋଇଥିବା ପ୍ରଥମ ସର୍ତ୍ତ ହେଉଛି ସର୍ବନିମ୍ନ କାରବାର ବା ଟ୍ରାଜେକ୍ସନ । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ସର୍ତ ଅନୁଯାୟୀ ଗତ ୬୦ ଦିନ ମଧ୍ୟରେ ଆପଣଙ୍କୁ ସର୍ବନିମ୍ନ ୬ ଥର ୫୦୦ ଟଙ୍କାର କାରବାରର(ଟ୍ରାଜେକ୍ସନ)କରିବାକୁ ପଡ଼ିବ । ଡିବିଏସ( DBS) ବ୍ୟାଙ୍କ ୯୦ ଦିନରେ ଗୋଟିଏ ଥର ୫୦୦ ଟଙ୍କାର କାରବାର ଆବଶ୍ୟକ କରେ | ସେହିପରି ଏଚଡିଏଫସି(HDFC) ବ୍ୟାଙ୍କ ୩୦ ଦିନରେ ୧ ଥର ସମାନ ରାଶି କାରବାରର ସର୍ତ୍ତ ଧାର୍ଯ୍ୟ କରିଛି । ତେଣୁ ଆପଣ ଆପଣଙ୍କର ବ୍ୟାଙ୍କରୁ ଏହାର ସର୍ତ୍ତାବଳୀ ଏବଂ ସର୍ତ୍ତଗୁଡିକ ଜାଣିବାର ଆବଶ୍ୟକତା ରହିଛି ।

କେମିତି କରିବ କ୍ଲେମ:
ଆକସ୍ମିକ ବା ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ନାମାଙ୍କନଧାରୀଙ୍କୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମସ୍ତ ଡକ୍ୟୁମେଣ୍ଟ ସହିତ ବ୍ୟାଙ୍କ ସହିତ ଯୋଗାଯୋଗ କରିବାକୁ ପଡିବ। ୬୦ ଦିନ ମଧ୍ୟରେ ଦାବି କରାଯିବା ଉଚିତ୍ । ଏ ବାବଦରେ ପ୍ରତ୍ୟେକ ବ୍ୟାଙ୍କର ଭିନ୍ନ ନିୟମ ରହିଛି। ପ୍ରାର୍ଥୀଙ୍କୁ ଦାବି ଫର୍ମ ସହିତ ଗ୍ରାହକଙ୍କ ମୃତ୍ୟୁ ପ୍ରମାଣପତ୍ର ଏବଂ କେୱାଇସି(KYC) ସମ୍ବନ୍ଧୀୟ ଦଲିଲ ଦାଖଲ କରିବାକୁ ପଡିବ । ବ୍ୟାଙ୍କ ଶାଖା କିମ୍ବା ଗ୍ରାହକ ସେବାରେ ନିୟୋଜିତ ଥିବା ପ୍ରତିନିଧିଙ୍କ କଲ କରି ଇମେଲ ମାଧ୍ୟମରେ ପଠାଯାଇପାରିବ ।

କେଉଁ ପରିଚୟ ପତ୍ରର ଆବଶ୍ୟକ ରହିଛି:

• ନୋମିନିଙ୍କ ଠିକଣା ଏବଂ ଯୋଗାଯୋଗ ବିବରଣୀ
• ବିମା କ୍ଲେମ୍ ଫର୍ମ
• ଅସଲି ମୃତ୍ୟୁ ପ୍ରମାଣପତ୍ର
• ପୋଷ୍ଟ ମର୍ଟମ ରିପୋର୍ଟ
• FIR, ଦୁର୍ଘଟଣା ଘଟିଥିବା ସ୍ଥାନର ନାମ ଏବଂ ଗାଡ଼ିର ଫଟୋ
• ମେଡିକାଲ ରିପୋର୍ଟ
• ଦରମା ସ୍ଲିପ୍ କିମ୍ବା ବ୍ୟବସାୟର ପ୍ରକାର
• ଡ୍ରାଇଭିଂ ଲାଇସେନ୍ସ

Leave a Reply

Your email address will not be published. Required fields are marked *