ଦ୍ଵିତୀୟ ଥର ପାଇଁ ହ୍ୱାଇଟ ହାଉସର ମାଲିକ ହେବାକୁ ଯାଉଛନ୍ତି ଡୋନାଲ ଟ୍ରମ୍ପ
ଆମେରିକା; ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣନା ଜାରି ରହିଛି | ଏହି ସମୟରେ ଆମେରିକାର ମିଡିଆ ଆଉଟଲେଟ୍ ଫକ୍ସ ନ୍ୟୁଜ୍ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ବିଜୟ ଘୋଷଣା କରିଛି।
ଆପଣଙ୍କୁ କହିରଖୁଛୁ ଯେ ନିର୍ବାଚନ ପ୍ରଚାର ସମୟରେ ଉଭୟ ପ୍ରତିଦ୍ୱନ୍ଦ୍ୱୀଙ୍କ ଧ୍ୟାନ ୭ ଟି ସ୍ୱିଙ୍ଗ୍ ରାଜ୍ୟ ଉପରେ ଥିଲା, ଯେଉଁଥିରେ ଟ୍ରମ୍ପ ଆଗରେ ରହିଛନ୍ତି। ଏହି ୭ଟି ଆସନରୁ ଡୋନାଲ୍ଡ ଟ୍ରମ୍ପ ଦୁଇଟିରେ ବିଜୟ ହାସଲ କରିଛନ୍ତି। ସୂଚନାଯୋଗ୍ୟ ୫୩୮ ଟି ସିଟରେ ରାଷ୍ଟ୍ରପତି ହେବାକୁ ସଂଖ୍ୟାଗରିଷ୍ଠତା ହେଉଛି ୨୭୦ ସିଟ | ତେବେ ଜିତିବା ପାଇଁ ୨୭୦ କିମ୍ବା ତାଠାରୁ ଅଧିକ ଆବଶ୍ୟକ |ସେହିପରି ଟ୍ରମ୍ପ ଜିତିବା ପରେ ନିଜ ସମର୍ଥକ ମାନଙ୍କ ଆଗରେ ନିଜର ଭାଷଣ ରଖିଛନ୍ତି। ଆମେ ଆପଣଙ୍କୁ କହିରଖୁଛୁ ଯେ ଡୋନାଲ ଟ୍ରମ୍ପ ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବାକୁ ଯାଉଛନ୍ତି।