ଭୁବନେଶ୍ୱର-କଟକ ‘ମେଟ୍ରୋ ପାଇଁ ଡିପିଆର ପ୍ରସ୍ତୁତି
ଭୁବନେଶ୍ୱର: ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ବିସ୍ତୃତ ରିପୋର୍ଟ (ଡିପିଆର) ପ୍ରସ୍ତୁତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ସର୍ବନିମ୍ନ ସମୟସୀମା ମଧ୍ୟରେ ଡିପିଆର ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି। ଡିପିଆର୍ ପ୍ରସ୍ତୁତି ସମୟରେ ଯେଉଁ ବିଭାଗଗୁଡ଼ିକର ସହାୟତା ଆବଶ୍ୟକ ପଡ଼ିବ, ଅଗ୍ରାଧିକାର ଭିତ୍ତିରେ ସହଯୋଗ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାହାଦ୍ୱାରା ଅତି କମ୍ ସମୟ ମଧ୍ୟରେ ଏହି ପ୍ରକଳ୍ପର ଡିପିଆର୍ ପ୍ରସ୍ତୁତି ଶେଷ ହୋଇ ପ୍ରକଳ୍ପ କାମ ଆରମ୍ଭ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି। ଡିପିଆର୍ ପ୍ରସ୍ତୁତ ପାଇଁ ଓଡ଼ିଶା ରେଳ ଭିତ୍ତିଭୂମି ଉନ୍ନୟନ ଲିମିଟେଡ୍ (ଓଆରଆଇଡିଏଲ୍)କୁ ଦାୟିତ୍ୱ ପ୍ରଦାନ କରାଯାଇଛି ଏବଂ ଏହି କାମ ପାଇଁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ବୈଷୟିକ ସହାୟତା ଯୋଗାଇ ଦେବେ। ଏହା ସହିତ ସହରର ବିଭିନ୍ନ ସେବା ଯୋଗାଣକାରୀ ସଂସ୍ଥା ମଧ୍ୟ ଏହି ଡିପିଆର୍ କମିଟିରେ ସ୍ଥାନିତ ହେବୋଲି ଜଣାପଡ଼ିଛି। ଏହି କାର୍ଯ୍ୟର ସମନ୍ୱୟ ନିମନ୍ତେ ବିଡିଏ ଉପାଧ୍ୟକ୍ଷ ବଳବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ ‘ସହର ସମନ୍ୱୟ କମିଟି’ (ସିସିସି) ଗଠନ କରାଯାଇଛି। ଏହି କମିଟିରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀମାନଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି।