କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ନୌସେନା ଅଫିସରଙ୍କୁ ଭେଟିଲେ ଭାରତୀୟ ଅଧିକାର

ନୂଆଦିଲ୍ଲୀ: କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କ ମାମଲା ଉପରେ ଭାରତ ସରକାର ନଜର ରଖିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଜି କହିଛି। ଆମ ରାଷ୍ଟ୍ରଦୂତ ୮ ଜଣଙ୍କୁ ଭେଟିଛନ୍ତି। ଏଥିସହ ଏହି ମାମଲାରେ କୋର୍ଟରେ ଏପର୍ଯ୍ୟନ୍ତ ଦୁଇଟି ଶୁଣାଣି ହୋଇସାରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, କତାରରେ ୮ ଜଣ ପୂର୍ବତନ ନୌସେନା କର୍ମଚାରୀଙ୍କୁ ଫାଶୀ ଦେବା ମାମଲାରେ ଆମର ଆବେଦନର ଦୁଇଥର ଶୁଣାଣି ହୋଇଛି। ଆମେ ଏହି ମାମଲାର ଅନୁଧ୍ୟାନ କରୁଛୁ ଏବଂ ସମସ୍ତ ଆଇନଗତ ସହାୟତା ପ୍ରଦାନ କରୁଛୁ । ରବିବାର ବା (ଡିସେମ୍ବର ୩) ଜେଲରେ ଥିବା ୮ ଜଣଙ୍କୁ ଭେଟିବା ପାଇଁ ଆମ ରାଷ୍ଟ୍ରଦୂତଙ୍କୁ କନ୍ସୁଲାର ଆକସେସ୍ ମିଳିଥିଲା। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ, କିନ୍ତୁ ଆମେ ଯାହା କରିପାରିବା ତାହା କରିବୁ।

Leave a Reply

Your email address will not be published. Required fields are marked *