‘ନୀଳ ଟିକ୍’ ଫେରାଇଲେ ଟ୍ବିଟରର ମାଲିକ ଏଲନ୍‌ ମସ୍କ

ନୂଆଦିଲ୍ଲୀ; ଟ୍ବିଟରରେ କିଛି ଚର୍ଚ୍ଚିତ ଚେହେରାଙ୍କ ପାଇଁ ଟ୍ବିଇଟର ର  ବ୍ଲୁ ଟିକ୍ ଆପେ ଫେରିଆସିଛି। କଂପାନିକୁ କୌଣସି ପେମେଣ୍ଟ୍‌ କରିନଥିବା ସତ୍ତ୍ବେ କିଭଳି ବ୍ଲୁ ଟିକ୍ ଫେରିଲା ତାହାକୁ ନେଇ ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତେବେ କୁହାଯାଉଛି ଯେ ଯେଉଁମାନଙ୍କ ଫଲଓ୍ବର ସଂଖ୍ୟା ଏକ ନିୟୁତରୁ ଅଧିକ ସେମାନଙ୍କ ବ୍ଲୁ ଟିକ୍‌କୁ ଟ୍ବିଟର ଆପେ ଫେରାଇ ଦେଇଛି। ଚଳିତ ମାସ ୨୦ତାରିଖର  ମଧ୍ୟରାତ୍ରୀରୁ ‌ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍ ହଟିଯାଇଥିଲା। ବଲିଉଡ୍ ତାରକା ଅମିତାଭ ବଚ୍ଚନ, ଶାହରୁଖ ଖାନ୍‌ଙ୍କଠାରୁ ଆରମ୍ଭ କରି କ୍ରିକେଟ୍‌ର ମହାନ ଖେଳାଳି ସଚିନ ତେନ୍ଦୁଲକର ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ରାଜନେତାଙ୍କ ପର୍ଯ୍ୟନ୍ତ ବହୁ ଚର୍ଚ୍ଚିତ ଚେହେରା ନିଜ ବ୍ଲୁ ଟିକ୍‌ ହରାଇଥିଲେ। ଅଧିକାଂଶ ଲୋକ ସେଥିପାଇଁ ଚିନ୍ତିତ ହୋଇପଡ଼ିଥିଲେ। ମାସିକ ୮ ଡଲାର ପେମେଣ୍ଟ୍‌ ନକଲେ ପୂର୍ବରୁ ମିଳିଥିବା ସବୁ ବ୍ଲୁ ଟିକ୍ ହଟିଯିବ ବୋଲି ଟ୍ବିଟରର ନୂଆ ମାଲିକ ଏଲନ୍‌ ମସ୍କ ଘୋଷଣା କରିଥ‌ିଲେ। ସେ ନିଜର ଅଧିକାଂଶ ନିଷ୍ପତ୍ତିକୁ ପୁନର୍ବାର ବଦଳାଉଥିବା ଭଳି ବ୍ଲୁ ଟିକ୍ ନିଷ୍ପତ୍ତିରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରି କିଛି ଲୋକଙ୍କୁ ‌ତାହା ଫେରାଇ ଦେଇଛନ୍ତି। କ୍ରିକେଟ ତାରକା ସଚିନ ତେନ୍ଦୁଲକର ଓ ବରାଟ କୋହଲି ନିଜ ବ୍ଲୁକ୍ ଟିକ୍ ଫେରିପାରିଛନ୍ତି। ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ନୋବେଲ ପୁରସ୍କାର ବିଜୟିନୀ ମଲାଲା ୟୁସୁଫଜାଇ ନିଜ ବ୍ଲୁ ଟିକ୍ ଫେରିପାଇଛନ୍ତି।

Leave a Reply

Your email address will not be published. Required fields are marked *