ଏଲନ୍ ମସ୍କଙ୍କ ମନ ଜିଣିଲେ ଓଡ଼ିଆ ଯୁବକ ପ୍ରଭୁ ବିଶ୍ୱାଳ

ଭୁବନେଶ୍ୱର : ୨୪ ବର୍ଷୀୟ ଓଡ଼ିଆ ଯୁବ ପ୍ରତିଭା ପ୍ରଭୁ ବିଶ୍ୱାଳ କରିଥିବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବଟ୍‌ ‘ଏକ୍ସପ୍ଲେନ୍ ଦିସ୍ ବବ୍’ ଟୁଇଟର ମାଲିକ ଏଲନ୍ ଭୂୟସୀ ପ୍ରଶଂସା କରିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଜନ୍ମିତ ପ୍ରଭୁଙ୍କ ଏହି ବଟ୍‌ ଟୁଇଟରରେ ବେଶ ଲୋକପ୍ରିୟ ହୋଇସାରିଲାଣି। ଜଟିଳ ଟୁଇଟ୍‌କୁ ଏହା ଅତି ସରଳ ଭାଷାରେ ତାହା ବୁଝାଇ ପାରୁଛି।  ଓପନ୍‌ଏଆଇର ଚାଟ୍‌ଜିପିଟି-୪ ମଡେଲ୍‌କୁ ବ୍ୟବହାର କରି ପ୍ରଭୁ ‘ଏକ୍ସପ୍ଲେନ୍ ଦିସ୍ ବବ୍‌’କୁ ବିକଶିତ କରିଛନ୍ତି। ଗତ ଏପ୍ରିଲ୍ ୨୦ରେ ମସ୍କ ଓ ପ୍ରଭୁଙ୍କ ବଟ୍ ଭିତରେ ହୋଇଥିବା କଥାବାର୍ତ୍ତା ସର୍ବସାଧାରଣକୁ ଆସିଥିଲା। ବିଶେଷ କରି  କ୍ରୋଡିଂ ଅଭ୍ୟାସ ଓ ଶିକ୍ଷଣୀୟ ବିଷୟକୁ ସରଳ ଭାଷାରେ ବୁଝାଇବା ଲାଗି ଏକ୍ସପ୍ଲେନ୍ ଦିସ୍ ବବ୍‌କୁ ବିକଶିତ କରାଯାଇଥିଲାଏହା ପରେ  ଜଟିଳ ଅର୍ଥନୀତି ସମ୍ବଦ୍ଧୀୟ ଓ କ୍ରୀଡ଼ା ସମ୍ପର୍କିତ ଟୁଇଟ୍‌କୁ ସରଳ ଭାଷାରେ ବୁଝାଇବା ଲାଗି ବ୍ୟବହାର କରିଥିଲେ। ତେଣୁ ପ୍ରଭୁ ସେଥିରେ ନିରନ୍ତର ଉନ୍ନତି ଆଣିବାକୁ ଉଦ୍ୟମ କରି ଆସୁଛନ୍ତି।  ଅପରପକ୍ଷରେ ପ୍ରଭୂ କିଛି ବନ୍ଧୁମାନଙ୍କ ସହ ମିଶି ସେ ‘ବିଓବି’ କିପ୍ଟୋକରେନ୍ସି ମଧ୍ୟ ବିକାଶ କରିଛନ୍ତି। ଏହା ବ୍ୟତୀତ ଅନେକ ଛୋଟ ଇ-କମର୍ସ ସାଇଟ୍, ମୋବାଇଲ୍ ଓ ୱେବ୍ ଆପ୍‌କୁ ମଧ୍ୟ ପରିଚାଳନା କରିପାରୁଛନ୍ତି।  

Leave a Reply

Your email address will not be published. Required fields are marked *