ଲର୍ଡ୍ସ ଟେଷ୍ଚରେ ଦ୍ୱିତୀୟ ପରାଜୟ ଆଡକୁ ଯାଉଛି ଇଂଲଣ୍ଡ୍

ଲର୍ଡ୍ସ: ଐତିହାସିକ ଲର୍ଡସ ପଡ଼ିଆରେ ଚାଲିଥିବା ଆସେସ୍ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୯୧ ରନ୍‌ରେ  ଆଗୁଆ  ନେଇଛି। ଅଷ୍ଟ୍ରେଲିଆର ପ୍ରଥମ ପାଳିର  ୪୧୬ ରନ୍‌ ଜବାବରେ ଘରୋଇ ଇଂଲଣ୍ଡ ଶୁକ୍ରବାର ପ୍ରଥମ ପାଳିରେ  ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୨୫ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା । ଏହା ପରେ ଦ୍ବିତୀୟ ପାଳି ଖେଳୁଥିବା ଅଷ୍ଟ୍ରେଲିଆ ବର୍ଷା ପାଇଁ ତୃତୀୟ ଦିନ ଖେଳ  ଷ୍ଟମ୍ପ୍ସ ବେଳକୁ ୨ ୱିକେଟ୍ ହରାଇ ୧୩୦ ରନ୍‌ ସଂଗ୍ରହ କରିଥିଲା। ଯାହାଫଳରେ  ଅଷ୍ଟ୍ରେଲିଆ ୨୨୧ ରନ୍‌ରେ ଆଗୁଆ ହୋଇ ସ୍ଥିତି ଦୃଢ଼ କରିନେଇଛି।
ଗତକାଲି ଆକ୍ରାମକ ଖେଳୁଥିବା  ଇଂଲଣ୍ଡ ପୂର୍ବ ଦିନର ସ୍କୋର୍‌ ୨୭୮/୪ରୁ ଖେଳ ଆରମ୍ଭ କରିଥିଲା। କିନ୍ତୁ ପ୍ରଥମ ଓଭରରେ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କୁ ମିଚେଲ୍ ଷ୍ଟାର୍କ ପ୍ୟାଭିଲିଅନ୍ ପଠାଇ ଦେବା ପରେ ଅନ୍ୟ ବ୍ୟାଟର ତାଙ୍କୁ ପିଛା କରିଥିଲେ। ହାରି ବ୍ରୁକ୍ କିଛିଟା ‌‌ଧୈର୍ଯ୍ୟ ଦେଖାଇଥିଲେ ମଧ୍ୟ ଅର୍ଦ୍ଧଶତକ ହାସଲ ପରେ ଷ୍ଟାର୍କଙ୍କ ଏକ ବାଉଁସର ବଲରେ  ‌ଆଉଟ୍ ହୋଇ ଫେରିଥିଲେ। ସେହିପରି ଅନ୍ୟ ବ୍ୟାଟର ଜଣକ ପରେ ଜଣେ ପ୍ୟାଭିଲିୟନକୁ ପ୍ରସ୍ଥାନ କରିଥିଲେ । ଯାହା ଫଳରେ ଇଂଲଣ୍ଡ ମାତ୍ର ୧୫.୨ ଓଭରେ ୪୭ ରନ୍‌ କରି ୬ ୱିକେଟ୍‌ ହରାଇ ଅଲ୍ଆଉଟ ହୋଇଥିଲା ।

Leave a Reply

Your email address will not be published. Required fields are marked *