୧୯୯୮ ମସିହାର ଏକ ମାମଲାରେ  ସାନଖେମୁଣ୍ଡିର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି ଦୋଷୀ

ବ୍ରହ୍ମପୁର : ସାନଖେମୁଣ୍ଡି ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ  ସୋମବାର ଆଜୀବନ ଜେଲ୍। ଏକ ହତ୍ୟା ମାମଲାରେ ବ୍ରହ୍ମପୁର ଏଡିଜେ-୩ କୋର୍ଟ  ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି । ୧୯୯୮ ମସିହାରେ ପୁଲିସ୍‌ ଆର୍‌ଆଇ ହତ୍ୟା ମାମଲାରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ନାରାୟଣଙ୍କ ସହ ମୋଟ ୧୩ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି। ସେହିପରି ରାୟ ବିରୋଧରେ ଉପର କୋର୍ଟକୁ ଯିବୁ ବୋଲି କହିଛନ୍ତି ନାରାୟଣ ରେଡ୍ଡୀ ଗଣମାଧ୍ୟମକୁ ଜଣାଇ ସାରିଲେଣି। ଉଲ୍ଲେଖଯୋଗ୍ୟ,  ୧୯୯୮ ମସିହାରେ ଗଞ୍ଜମ ଜିଲ୍ଲା ସିନ୍ଧି ଗାଁରେ ଟାଟା ଅଧିକୃତ ଜମିକୁ ନେଇ ଏକ ସଭା ହୋଇଥିଲା। ସଭାରେ ୨୦୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ। ସଭା ଚାଲିଥିବା ବେଳେ ହଠାତ୍‌ ଗଣ୍ଡଗୋଳ ଓ ମାରପିଟ୍‌ ହୋଇଥିଲା। ଏଥିରେ ପୁଲିସ୍‌ ଆର୍‌ଆଇ ବିନୋଦ ମେହେରଙ୍କ ମୃତ୍ୟୁ ହୋଇଥିଲା। ସେ ସମୟରେ ପ୍ରାୟ ବାଇଶି ଜଣଙ୍କ ବିରୋଧରେ ମାମଲା ହୋଇଥିଲା। ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସମସ୍ତଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ କୋର୍ଟ ଶୁଣାଇଛନ୍ତି।

Leave a Reply

Your email address will not be published. Required fields are marked *