ଭାରତୀୟ ଦଳରେ କାହାର ସବୁଠୁ ଦାମୀ ବ୍ୟାଟ୍ …
କ୍ରିକେଟ୍ ଭାରତର ସବୁଠୁ ଲୋକପ୍ରିୟ ଖେଳ ଅଟେ । ଗାଁର ଗଳିକନ୍ଦିରୁ ଆରମ୍ଭ କରି ଦେଶର କୋଣ – ଅନୁକୋଣ ପର୍ଯ୍ୟନ୍ତ ସବୁଠି ଏହି ଖେଳର ଲୋକପ୍ରିୟତା ଦେଖିବାକୁ ମିଳିଥାଏ । ତେବେ ଏହି ଖେଳରେ ଭାରତୀୟ କ୍ରିକେଟ୍ ପରିଷଦ ବା ବିସିସିଆଇ ବିଶ୍ବ କ୍ରିକେଟର ସବୁଠୁ ଧନୀ ପରିଷଦ ଅଟେ । ସେହିପରି ଭାରତୀୟ ଖେଳାଳି ମଧ୍ୟ ଅନ୍ତଃରାଷ୍ଟ୍ରୀୟ ଖେଳାଳିଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛନ୍ତି ।
ତେବେ ଟିମ୍ ଇଣ୍ଡିଆର ଏହି ଷ୍ଟାର ମାନେ ତାଙ୍କ ଜୀବନ ଚର୍ଯ୍ୟାକୁ ନେଇ ସବୁବେଳେ ଚର୍ଚ୍ଚରେ ଥାନ୍ତି । ସେ ପାଣି ପିଇବା ଠାରୁ ଆରମ୍ଭ କରି ନୂଆ ନୂଆ ଗାଡି ଚଢ଼ିବା ପର୍ଯ୍ୟନ୍ତ, ସବୁଥିରେ ଟ୍ରେଣ୍ଡରେ ଥାନ୍ତି ଏହି ଖେଳାଳି । ସେହିପରି ଆଜି ଆମେ ଭାରତୀୟ ବ୍ୟାଟର ମାନଙ୍କ ବ୍ୟାଟର ଦାମକୁ ନେଇ ଏମିତି ଏକ ତଥ୍ୟ ଆଣିଛୁ ଯାହାକୁ ପଢ଼ି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତୀୟ ଦଳରେ ଏମିତି ଏକ ଖେଳାଳି ଅଛନ୍ତି ଯିଏ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଠାରୁ ମଧ୍ୟ ଅଧିକ ଦାମର ବ୍ୟାଟରେ ଖେଳନ୍ତି । ତେବେ ଆସନ୍ତୁ ଜାଣିବା ସେହି ଖେଳାଳି ଜଣକ କିଏ-
ଭାରତରେ କ୍ରିକେଟର ଲୋକପ୍ରିୟତା ଏତେ ଯେ ଆଜିର ଯୁବପିଢି ଖେଳ ଦୁନିଆର ସବୁ ଖବର ଜାଣିବା ପାଇଁ ଉତ୍ସାହିତ । ତେବେ ଆପଣମାନଙ୍କ ମନକୁ ନିଶ୍ଚିତ ଏକ ପ୍ରଶ୍ନ ଆସୁଥିବ ଯେ ଖେଳାଳି ଯେଉଁ ବ୍ୟାଟରେ ଛକ୍କା – ଚଉକାର ବର୍ଷା କରନ୍ତି ସେ ବ୍ୟାଟର ଦାମ କେତେ ହୋଇଥିବ ।ତେବେ ଆସନ୍ତୁ ଜାଣିବା କେତେ ରହିଛି ଏହି ବ୍ୟାଟର ଦାମ ।
ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ଯୁବ ବ୍ୟାଟର ଶୁଭମନ ଗୀଲ୍ଲ , ଏବଂ ଶ୍ରେୟସ ଆୟର ଖେଳୁଥିବା ବ୍ୟାଟର ମୂଲ୍ୟ ହେଉଛି ୪୫ ହଜାରରୁ ୫୨ ହଜାର ମଧ୍ୟରେ । ଭାରତୀୟ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଶାନ କିଶନ (ଏସଜି) କମ୍ପାନୀର ବ୍ୟାଟ ବ୍ୟାବହାର କରନ୍ତି । ତେବେ ଏହାର ଦାମ୍ ହେଉଛି ୪୮,୫୦୦ ଟଙ୍କା । ସେହିପରି ବିରାଟ କୋହଲି ଏମଆରଏଫ୍ ଜିନିୟସ ମାସ୍ଟର୍ସ ଏଡିସନର ବ୍ୟାଟରେ ଖେଳନ୍ତି ତେବେ ଏହାର ବଜାର ଦର ୫୫ ହଜାର ଟଙ୍କା । ତେବେ ଏହି ଦଳରେ ସବୁଠୁ ଅଧିକ ଦାମର ବ୍ୟାଟ ବ୍ୟବହାର କରୁଥିବା ଖେଳାଳି ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ । ତାଙ୍କ ବ୍ୟାଟର ମୂଲ୍ୟ ହେଉଛି ୬୦ ହଜାର ଟଙ୍କା ।