ଓଡ଼ିଶାରେ ଦୁର୍ଭିକ୍ଷର ଶତାବ୍ଦୀ ପରେ ପଡୋଶୀ ବଙ୍ଗରେ ହୋଇଥିଲା ଅକାଳ

କୋଲକତା: (ବିଜୟ ସାହୁ)- କିଛି ବର୍ଷ ହେଲା କିଛି ଇଂଲିଶ ମେନ ୱିନଷ୍ଟିନ ଚର୍ଚିଲ ଙ୍କୁ ନିଜର Iconic Hero ଭାବରେ ଦେଖୁଛନ୍ତି , ବ୍ରିଟିଶ ସାମ୍ରାଜ୍ୟର ଉପନିବେଶବାଦ ଜନିତ ଦୁର୍ଭିକ୍ଷ ଓ କ୍ଷୁଧା ବିଭୀଷିକା ପାଇଁ ଯୁଦ୍ଧ କ୍ୟାବିନେଟ ପ୍ରଧାନମନ୍ତ୍ରୀ ୱିନଷ୍ଟିନ ଚର୍ଚ୍ଚିଲଙ୍କ ଆତ୍ମଜୀବନୀରେ ନିଜର Judgement of Error ପାଇଁ ପଶ୍ଚାତାପ ପରେ ବ୍ରିଟିଶ ସାମ୍ରାଜ୍ୟବାଦର କ୍ଷତକୁ ଭୁଲି ଯାଇ ବ୍ରିଟିଶ ଉପନିବେଶର ଆସ୍ତି ସୂଚକ ଅବଦାନକୁ ନେଇ ପୂର୍ବର ବ୍ରିଟିଶ ଉପନିବେଶ ଦେଶଗୁଡିକ ନିଜକୁ ବିକାଶ ପଥରେ ଧ୍ୟାନ ଦେବା ପାଇଁ ଆହ୍ୱାନ ଦେଉଛନ୍ତି । କେମ୍ବ୍ରିଜ ବିଶ୍ଵ ବିଦ୍ୟାଳୟ ଓ ବିବିସି ମିଳିତ ପ୍ରୋଜେକ୍ଟ ଭାବରେ ଏହି ସିରିଜ ଚାଲିଛି । ବିଶ୍ଵର ଓ ଆମ ଦେଶର ବିଦ୍ୱାନମାନେ ଯେଉଁମାନେ କି ଦୁର୍ଭିକ୍ଷ ଓ କ୍ଷୁଧାକୁ ବ୍ରିଟିଶ ଅଭିଲେଖଗାର ଓ ବ୍ରିଟିଶ ଭାରତ ଅଭିଲେଖଗାରରେ ସଞ୍ଚିତ ପ୍ରାକୃତିକ ବିପର୍ଯ୍ୟୟ ତଥ୍ୟ ଓ ପରିସଂଖ୍ୟାନକୁ ଅନୁଶୀଳନ କରି ଗବେଷଣା କରି ଆସିଛନ୍ତି ସେମାନେ ନିଜର ଲେଖା, ରଚନା ଓ ପ୍ରକାଶନ ମାଧ୍ୟମରେ ଏହି ବିତର୍କରେ କିଛି ବର୍ଷ ହେଲା ସାମିଲ ହେଇଛନ୍ତି । ମୂଳତଃ ତିନୋଟି ବର୍ଗର ଅଛନ୍ତି । ବ୍ରିଟିଶ ସାମ୍ରାଜ୍ୟବାଦର ବିଭୀଷିକା ପାଇଁ କେବଳ ଚର୍ଚିଲ ଦାୟୀ , କେବଳ ଭାରତର ଦୁର୍ଭିକ୍ଷ ପାଇଁ ତାଙ୍କର Judgement Of Error ଦାୟୀ ,ସେ ଆଦୌ ଦାୟୀ ନୁହଁନ୍ତି କେବଳ ସ୍ଥାନୀୟ ଦେଶର ସରକାର ଓ ବେସମାରିକ ପ୍ରଶାସନ ଦାୟୀ ।
ପ୍ରକୃତରେ କିଏ ଦାୟୀ ଓ କାହାର ଉତ୍ତର ଦାୟିତ୍ବ କେତେ ସେ ସମ୍ପର୍କରେ ଆଲୋକପାତ କରିବା ପାଇଁ ମୋର ଏହି ଲେଖ । ମୁଁ ଏଥିରେ ଅନେକଙ୍କ ମତ ଓ ଲେଖର କିଛି କିଛି ଅଂଶ ସ୍ଥାନିତ କରିଛି । ଲେଖା ଟି ବହୁତ ବଡ଼ । ମୁଁ ମଧ୍ୟ ସଂଗ୍ରହ କରିବା ଓ ସେମାନଙ୍କ ଲେଖାକୁ ସମ୍ପୂର୍ଣ୍ଣ ପଢିବା ପାଇଁ ଦୁଇ ଦିନ ସମୟ ବ୍ୟୟ କରିଛି । ଓଡ଼ିଶା ଦୁର୍ଭିକ୍ଷ ପାଇଁ ଯେମିତି କଳଙ୍କିତ ନାୟକ ଅନ୍ୱେଷଣ ଚାଲିଛି , ସେମିତି ବେଙ୍ଗଲ ଦୁର୍ଭିକ୍ଷ ପାଇଁ ଆମେ କିଛି କଳଙ୍କିତ ଚରିତ୍ର ଅନ୍ୱେଷଣ କରି ପାରିବା କି ? ନା ଇତିହାସର ଏହା ଏକ ଅବଧାରିତ ପଯ୍ୟାୟ ଭାବରେ ଏହି ମାନସିକତାରୁ ମୁକ୍ତ ହେଇ ଯିବା ।
ମୋର ଅନୁରୋଧ ବନ୍ଧୁମାନେ ସମୟ ବାହାର କରି ଧର୍ଯ୍ୟ ର ସହ ଏହାକୁ ପଢିବେ ଓ ଉପାଦେୟ ଟିପ୍ପଣୀ ଦେଇ ପାରିବେ ।
★
ଆମର ଲୋକଙ୍କ ଦୁର୍ଭିକ୍ଷ ଜ୍ଞାନ 5 ଟି ସୂତ୍ରରୁ ମିଳୁଥିଲା । ସେଇ ସୂତ୍ର ଗୁଡିକ ହେଲା –
1- ପିଢି ପରେ ପିଢ଼ି ଦୁର୍ଭିକ୍ଷ ସମ୍ପର୍କରେ ଶ୍ରୁତିକୁ ମୌଖିକ ଭାବରେ ଉଜ୍ଜୀବିତ ମାଧ୍ୟମରେ ;
2-ପ୍ରାଚୀନ ସାହିତ୍ୟ – ବେଦ, ଲୋକକଥା, ଜାତକ କାହାଣୀ, ଅର୍ଥଶାସ୍ତ୍ର ମାଧ୍ୟମରେ ;
3-ପ୍ରସ୍ତର ଓ ତାମ୍ରଲିପି ବିବରଣ ମାଧ୍ୟମରେ ;
4-ମୋଗଲ ଭାରତରେ ଭାରତୀୟ ଐତିହାସିକମାନଙ୍କ ଲେଖା ମାଧ୍ୟମରେ ;
5-ଭାରତରେ ଅସ୍ଥାୟୀ ବସତି ସ୍ଥାପନ କରିଥିବା ବିଦେଶୀ ଇତିହାସ ମାଧ୍ୟମରେ ( ଇବନ ବତୁତା, ଫ୍ରାଂସିକୋ ଜାଭିୟର ) ।
ଦୁଇ ହଜାର ବର୍ଷ ତଳେ କୌଟଲ୍ୟ ତାଙ୍କର ଅର୍ଥଶାସ୍ତ୍ରରେ ଦୁର୍ଭିକ୍ଷ ସମୟରେ ରାଜଧର୍ମ ସମ୍ପର୍କରେ ଉଲ୍ଲେଖ କରିଛନ୍ତି – “ଜଣେ ଭଲ ରାଜାର ଧର୍ମ ହେଉଛି ଧନୀମାନଙ୍କ ଉପରେ ଅତ୍ୟଧିକ ଟିକସ ଲାଗୁ କରିବା ଓ ସେମାନଙ୍କ ଭଣ୍ଡାରରେ ମହଜୁଦ ଥିବା ଖାଦ୍ୟ ଶସ୍ୟକୁ ଖାଲି କରି ପ୍ରଜାଙ୍କ ମଧ୍ୟରେ ବାଣ୍ଟିଦେବା ।”
ମହାଭାରତରେ ରହିଛି ହସ୍ତିନାପୁରରେ ଅକାଳ ବେଳେ ଯୁଧିଷ୍ଠିର କୁବେରଙ୍କ ଠାରୁ ଖାଦ୍ୟ ଶସ୍ୟ ମାଗଣାରେ ଆଣିବା ପାଇଁ ନିୟମିତ ବ୍ୟବଧାନରେ ଭୀମଙ୍କୁ ଅମରାବତୀକୁ ପଠାଉ ଥିଲେ । ଅଶୋକଙ୍କ ଶିଳାଲେଖରେ ରହିଛି ମୌଯ୍ୟ ଯୁଗରେ ଅଶୋକଙ୍କ କଳିଙ୍ଗ ଯୁଦ୍ଧରେ ଲକ୍ଷେ ଲୋକ ମରିବା ପରେ ପରବର୍ତ୍ତୀ ଦୁର୍ଭିକ୍ଷ ଯୋଗୁଁ ଆହୁରି ବେଶି ଲୋକ ମରିଥିଲେ ।
ଏଭଳି ଅନେକ ତଥ୍ୟ ଦୁର୍ଭିକ୍ଷ ସମ୍ପର୍କରେ ରହିଛି । ତେଣୁ ଆମେ ଭାରତୀୟମାନଙ୍କ ଦୁର୍ଭିକ୍ଷ ସହ ସମ୍ପର୍କ ସେଇ ପ୍ରକାର ଯେଉଁ ପ୍ରକାର ସମ୍ପର୍କ ଥାଏ ଅସ୍ଥି ର ଅସ୍ଥି ମଜ୍ଜା ( Bone- marrow ) ! ତେଣୁ ସମ୍ଭବତଃ ପ୍ରତ୍ୟେକ କଥାରେ ଆମେ କହିଥାଉଁ ଶୁଣି ଶୁଣି ଅସ୍ଥିମଜ୍ଜା ହେଇ ଗଲାଣି ।
ଗବେଷକ ବ୍ରିୟାନ ମର୍ଟନ ଲେଖିଛନ୍ତି
ଇଂରେଜମାନେ ଭାରତ ଆସିବା ପରେ ଦୁର୍ଭିକ୍ଷ ସମ୍ପର୍କରେ ରେକର୍ଡ କରିଛନ୍ତି । କିନ୍ତୁ ସେ ଲେଖିଛନ୍ତି 1880 ଓ ପରବର୍ତ୍ତୀ Relief Code ପୂର୍ବରୁ ଦୁର୍ଭିକ୍ଷର କାରଣ ସମ୍ପର୍କରେ ଇଂରେଜମାନଙ୍କର ଏକ ରଙ୍ଗଭେଦ ମାନସିକତା ଥିଲା (colour bias ) ! ଅବଶ୍ୟ ଏହି Bias ମୁଷ୍ଟିମେୟ ଇଂରେଜ ଲୋକଙ୍କ ଥିଲା , କିନ୍ତୁ ଦୁର୍ଭିକ୍ଷ ଜଳବାୟୁ ଓ ଶସ୍ୟ ପରିସ୍ଥିତି ସମ୍ପର୍କରେ ସଠିକ ରେକର୍ଡ ପ୍ରସ୍ତୁତ କରିଥିଲେ ।
ଫ୍ଲରେନ୍ସ ନାଇଟିଙ୍ଗେଲ 1870 ଠାରୁ ପ୍ରାୟ ଗୋଟିଏ ଦଶନ୍ଧି ଭାରତର ଦୁର୍ଭିକ୍ଷ ସମ୍ପର୍କରେ ଅନେକ ମୂଲ୍ୟବାନ ଲେଖା ଲେଖିଥିଲେ ।
ସେ ଲେଖିଥିଲେ ବ୍ରିଟିଶ ଭାରତରେ ଗୋଟିଏ ନିର୍ଦ୍ଦିଷ୍ଟ ଭୌଗଳିକ ପରିଧି ରେ ଖାଦ୍ୟଅଭାଵ ଦୁର୍ଭିକ୍ଷର କାରଣ ନ ଥିଲା ,ବରଂ ରାଜନୈତିକ ଢାଞ୍ଚା ଓ ଖାଦ୍ୟ ପରିବହନ ସୁବିଧା ଅଭାବରୁ ଦୁର୍ଭିକ୍ଷ ହେଉଛି ।
ବେଙ୍ଗଲ ଅକାଳ ( 1943-44) କେଉଁ କେଉଁ କାରଣରୁ ହେଇଥିଲା । ମିନୁ ମାସାନୀଙ୍କ ପୁତ୍ର ପ୍ରଫେସର
Jareer Masani ତାଙ୍କର ଏକ ଗବେଷଣାତ୍ମକ ସନ୍ଦର୍ଭ ” Churchill and the genocide myth : Last Word On The Bengal Famine ରେ ଲେଖିଛନ୍ତି – ବେଙ୍ଗଲ ଦୁର୍ଭିକ୍ଷ ପାଇଁ କେବଳ ଚର୍ଚିଲଙ୍କୁ ଦାୟୀ କରିବା ଠିକ ନୁହେଁ । War Cabinet ର ପ୍ରଧାନମନ୍ତ୍ରୀ ଭାବରେ ଯଦିଓ ସେ ପ୍ରଧାନମନ୍ତ୍ରୀ ଥିଲେ ଓ 1935 ଭାରତ ଶାସନ ଭିତ୍ତିରେ Cripps Commission କୁ ବିରୋଧ କରୁଥିଲେ , ଭାରତୀୟମାନଙ୍କ ବିରୁଦ୍ଧରେ , ଗାନ୍ଧୀ ନେହେରୁଙ୍କ ବିରୁଦ୍ଧରେ କଟୁ ମନ୍ତବ୍ୟ ଦେଉଥିଲେ , କିନ୍ତୁ ପ୍ରଧାନମନ୍ତ୍ରୀ ଭାବରେ ଦ୍ଵିତୀୟ ବିଶ୍ୱଯୁଦ୍ଧ ଚରମ ଅବସ୍ଥାରେ ମଧ୍ୟ ବେଙ୍ଗଲର ଦୁର୍ଭିକ୍ଷକୁ ଅଣ ଦେଖା କରି ନ ଥିଲେ । JAREER MASANI ବେଙ୍ଗଲି-ଆମେରିକୀୟ ଜର୍ଣ୍ଣାଲିଷ୍ଟ ମଧୁଶ୍ରୀ ମୁଖାର୍ଜୀଙ୍କ
ସନସନୀଖେଜ (sensational ) ପୁସ୍ତକ ” Churchills Secret War ” ରୁ ହିଁ ଚର୍ଚିଲଙ୍କ ସମ୍ପର୍କରେ ଅପପ୍ରଚାର ହେଇଥିଲା । Jareer ଲେଖିଛନ୍ତି ଏହି ପୁସ୍ତକର ତଥ୍ୟ ଗୁଡ଼ିକ Cospiracist attempt . ଯେହେତୁ ଚର୍ଚିଲ Racist( ନସଲେ ବାଦୀ) ବକ୍ତବ୍ୟ ପାଇଁ ବିଶେଷ କରି ଭାରତର ହିନ୍ଦୁଧର୍ମ, ଜାତି ପ୍ରଥା ଉପରେ ଖୋଲା ଖୋଲି ନସଲେ ବାଦୀ ଟିପ୍ପଣୀ କରୁଥିଲେ ତେଣୁ ବଙ୍ଗଳାର କଂଗ୍ରେସୀ ହିନ୍ଦୁମାନଙ୍କୁ ଚର୍ଚିଲଙ୍କ ଟିପ୍ପଣୀକୁ ପ୍ରତିଜବାବ ଦେବା ପାଇଁ Churchill’s Secret War ” ମାଧ୍ୟମରେ Conspiracist Attempt ହେଇଥିଲା ଓ ବ୍ରିଟେନ ର ପ୍ରତିପକ୍ଷ ଗୋଷ୍ଠୀ ଏହା କରିଥିଲେ ।
Jareer କହିଛନ୍ତି 4000 ମାଇଲ ଦୂରରେ ରହି କେବଳ 67 ବର୍ଷୀୟ ଓ ଅସୁସ୍ଥ ଚର୍ଚିଲ ବେଙ୍ଗଲ ଦୁର୍ଭିକ୍ଷ କରାଇ ଲୋକଙ୍କୁ ମାରିଥିଲେ ଯୁକ୍ତି ଗ୍ରହଣୀୟ ନୁହେଁ । ଯଦି ଭାରତରେ ନିଯୁକ୍ତ ବଡ଼ଲାଟ ଲିଙ୍ଗଲିଥ ଗୋ ଟିକିଏ ତତ୍ପର ହେଇଥାନ୍ତେ ବେଙ୍ଗଲ ଦୁର୍ଭିକ୍ଷ ଉପରେ ଧ୍ୟାନ ଦେଇଥାନ୍ତେ ତାହେଲେ ଅନେକ ପରିମାଣରେ ରୋକି ଦେଇ ପାରିଥାନ୍ତେ । କିନ୍ତୁ ଲିଙ୍ଗ ଲିଥଗୋ ନେହେରୁ ଓ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ଥିବାରୁ ବେଙ୍ଗଲ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା କ୍ଷେତ୍ରରେ କୁଣ୍ଠିତ ଥିଲେ । ଯେତେବେଳେ ଚର୍ଚିଲଙ୍କ ନିକଟରେ ଏହି ରିପୋର୍ଟ ପହଞ୍ଚିଲା ଓ ସେ ଦିଲ୍ଲୀ ବଡଲାଟ ବଦଳାଇ ନିଜର ବିଶ୍ୱସ୍ତ ଏୟାର ମାର୍ଶାଲ ଏ ୱାଭେଲଙ୍କୁ ପଠେଇଲେ ସେ ଯୁଦ୍ଧ କାଳୀନ ତତ୍ପରତା ଦେଖେଇ ବଙ୍ଗଳାର ଦୁର୍ଭିକ୍ଷ ରୋକି ଦେଇଥିଲେ । କିନ୍ତୁ ସେତେବେଳକୁ ପ୍ରଥମ 4 ମାସ ଅତିକ୍ରମ ହେଇ ଯାଇଥିଲା ଓ ମାତ୍ର 5 ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ ଓ ସେମାନଙ୍କୁ ଯଥାବିଧ ସତ୍କାର କରା ଯାଇଥିଲା । ମୁଖାର୍ଜୀ କୌଣସି ପ୍ରକାରେ ଚର୍ଚିଲଙ୍କୁ ଦୁର୍ଭିକ୍ଷ ପାଇଁ ଦାୟୀ କରିବାକୁ ଚାହିଁ ନାହାଁନ୍ତି । ଅନ୍ୟ ପକ୍ଷରେ ଚର୍ଚିଲଙ୍କ ମହାନତା ପ୍ରମାଣ କରିବା ପାଇଁ କାନାଡ଼ା ଓ ଅଷ୍ଟ୍ରେଲିଆରୁ ୟୁରୋପ ଅଭିମୁଖେ ଯାଉଥିବା ଖାଦ୍ୟ ଶସ୍ୟ ଜାହାଜକୁ କଲିକତା ଆଡକୁ ପଠେଇ ଥିଲେ ।
ମୁଖାର୍ଜୀଙ୍କ ଭାରତୀୟ ପ୍ରସଂଶକମାନେ ଏପରି ହାସ୍ୟାସ୍ପଦ ଅଭିଯୋଗ ମଧ୍ୟ ଆଣିଛନ୍ତି ଯେ ଚର୍ଚିଲ ଜୋର ଜବରଦସ୍ତ କରି ବଙ୍ଗଳାର ଅଧିକା ଖାଦ୍ୟ ଶସ୍ୟକୁ ଶ୍ରୀଲଙ୍କା ରପ୍ତାନୀ କରି ଦେଇଥିଲେ ।କିନ୍ତୁ ସେ ବର୍ଷ ବେଙ୍ଗଲ କେବଳ ଗୋଟିଏ ଜାହାଜ ଖାଦ୍ୟ ଶସ୍ୟ ଶ୍ରୀଲଙ୍କାଙ୍କୁ ରପ୍ତାନୀ କରିଥିଲା , ତାହା କେବଳ ସମ ପରିମାଣ ଖାଦ୍ୟ ଶସ୍ୟ ବିନିମୟ ଚୁକ୍ତି ଅନୁଯାୟୀ ।
What a nonsense it would have been for Austrelian ships bound for Europe to come any where near the bay of Bengal and run the gauntlet of Japanese submarines .
ପ୍ରକୃତ ତଥ୍ୟ ବ୍ରିଟେନ ଯୁଦ୍ଧ କ୍ୟାବିନେଟ ରେକର୍ଡ କରିଛି ଓ ଭାରତ ସରକାରଙ୍କ ଅଭିଲେଖଗାର ରେ ମଧ୍ୟ ରହିଛି । 50 ହଜାର ମେଟ୍ରିକ ଟନ ଖାଦ୍ୟ ଶସ୍ୟ ଅଗଷ୍ଟ 1943 ଓ 1944 ଶେଷ ଭାଗ ମଧ୍ୟରେ ଆସିଛି ଯେତେବେଳେ ବ୍ରିଟେନ ଯୁଦ୍ଧ କ୍ୟାବିନେଟ ବଙ୍ଗଳାର ଦୁର୍ଭିକ୍ଷ ଭୟାବହତା ସମ୍ପର୍କରେ ଅନୁଭବ କଲେ ଓ ଯେତେବେଳେ ଦୁର୍ଭିକ୍ଷ ହଟି ଯାଇଥିଲା ।
ଅଧିକାଂଶ ଖାଦ୍ୟ ଅଷ୍ଟ୍ରେଲିଆରୁ ଖାଦ୍ୟ ରିଲିଫ ଆକାରରେ ଚର୍ଚିଲ ଓ ତାଙ୍କର ଯୁଦ୍ଧ କ୍ୟାବିନେଟ ପଠେଇ ଥିଲେ ଯେତେବେଳେ କି ଇଂଲଣ୍ଡରେ ଖାଦ୍ୟ କଟକଣା ଲାଗୁ ହେଇଥିଲା ଓ ସଦ୍ୟ ମୁକ୍ତ ଇଟାଲୀ ଏବଂ ଗ୍ରୀସ ରେ ଉତ୍କଟ ଖାଦ୍ୟ ସଙ୍କଟ ରହିଥିଲା ।
ଚର୍ଚିଲ ଯୁଦ୍ଧ ପ୍ରସ୍ତୁତିକୁ କୌଣସି ପ୍ରକାର ନ୍ୟୁନ ନକରି ବେଙ୍ଗଲର ଦୁର୍ଦ୍ଦଶା ଲାଘବ ପାଇଁ ଏହି ପଦକ୍ଷେପ ଗ୍ରହଣ କରିଥିଲେ ।
ଖାଦ୍ୟ ଜାହାଜ ପ୍ରେରଣ ସମ୍ପର୍କରେ
ପ୍ରକୃତ ତଥ୍ୟ –
ଅଗଷ୍ଟ 4 ତାରିଖରେ ଚର୍ଚିଲ ଓ ଯୁଦ୍ଧ କ୍ୟାବିନେଟ ପ୍ରଥମ ଥର ଦୁର୍ଭିକ୍ଷର ବ୍ୟାପକତା ଅନୁଭବ କଲେ । ସେ ରାଜି ହେଲେ 150000 ମେଟ୍ରିକ ଟନ ଇରାନ ବାର୍ଲି ଓ ଅଷ୍ଟ୍ରେଲିଆ ଗହମ କଲିକତାକୁ ପଠା ଯିବା ଦରକାର । ସେ 24 ସେପ୍ଟେମ୍ବର ରେ କହୁଛନ୍ତି ” Something must be done ” ଯଦିଓ ଏହା ତାଙ୍କର Emphatic ଘୋଷଣା ଥିଲା, ସେ ଏକଥା ମଧ୍ୟ Emphatically କହିଥିଲେ, କେବଳ ଭାରତୀୟ ମାନେ ଏହି ଯୁଦ୍ଧରେ ଉପବାସ କରୁ ନାହାନ୍ତି । ସେ ପରବର୍ତ୍ତୀ 4 ମାସ ମଧ୍ୟରେ 250000 ଟନ ପ୍ରେରଣ ପାଇଁ ରାଜି ହେଇଥିଲେ ।
7 ଅକ୍ଟୋବର ଯୁଦ୍ଧ କ୍ୟାବିନେଟ ବୈଠକରେ କହିଲେ ନୂଆ ଭାବରେ ନିଯୁକ୍ତ ବଡ଼ଲାଟ ୱାଭେଲଙ୍କ ପ୍ରଥମ କର୍ତ୍ତବ୍ୟ ହେଉଛି ” ଦୁର୍ଭିକ୍ଷ ଓ ଖାଦ୍ୟ ସଙ୍କଟକୁ ଦୃଷ୍ଟି ଦେବା ” ! ତା ପର ଦିନ ୱାଭେଲଙ୍କ ପାଖକୁ ଚିଠିରେ ଲେଖିଲେ ,” every effort must be made,even by diversion of shipping urgently needed for war purposes , to deal with local shortages “ଚର୍ଚିଲ କାନାଡ଼ାର ଏକ ଲକ୍ଷ ଟନ ଖାଦ୍ୟ-ରିଲିଫ କୁ ମନା କରିଦେଲେ ଓ ଦର୍ଶାଇଲେ ଏହା କଲିକତାରେ ପହଞ୍ଚିବାକୁ 2 ମାସ ଲାଗିଯିବ । କିନ୍ତୁ ସେଇ ଯୁଦ୍ଧ କ୍ୟାବିନେଟରେ କାନାଡ଼ା ବଦଳ ରେ ଅଷ୍ଟ୍ରେଲିଆ ସହାୟତା ଉପରେ ନିଷ୍ପତ୍ତି ଗ୍ରହଣ ହେଇଥିଲା ।
1944 ଜାନୁଆରୀ ପର୍ଯ୍ୟନ୍ତ ବେଙ୍ଗଲ ଇରାକରୁ 130000 ଟନ ବାର୍ଲି, ଅଷ୍ଟ୍ରେଲିଆରୁ 80 ହଜାର ଟନ ଓ କାନାଡ଼ା ରୁ 10 ହଜାର ଟନ ଗହମ ପାଇଥିଲା । ଏହା ପରେ ଅଷ୍ଟ୍ରେଲିଆ ରୁ ଲକ୍ଷେ ଟନ । 14 ଫେବୃଆରୀ 1944 ରେ ମିତ୍ର ଶକ୍ତି ଙ୍କ ଆସନ୍ନ Normandy landings plan କୁ ବାଧା ନ ଦେଇ ବେଙ୍ଗଲ କୁ ଅଧିକ ଖାଦ୍ୟ ପ୍ରେରଣ କରା ଯାଇ ପାରିବ କି ନାହିଁ ଦୃଷ୍ଟି ଦେବାକୁ ପ୍ରସ୍ତାବ ରଖିଥିଲେ । ( Normandy battle -WarLord Code name ଦ୍ଵାରା ମିତ୍ର ଶକ୍ତି ଜୁନ 6 ତାରିଖରେ ଜର୍ମାନୀ ଅଧିକୃତ ପଶ୍ଚିମ ୟୁରୋପକୁ ମୁକ୍ତ କରିବା ପାଇଁ ହେଇଥିଲା । ଏଥିରେ 1200 ପ୍ଲେନ, 5000 ପୋତ (vessels ) ନିୟୋଜିତ ହେଇଥିଲେ । ପ୍ରାୟ 160000 ସେନା ଇଂଲିଶ ଚାନେଲ ଜୁନ 6 ତାରିଖରେ ଅତିକ୍ରମ କରିଥିଲେ । 20 ଲକ୍ଷ ରୁ ଅଧିକ ମିତ୍ର ଶକ୍ତି ସେନା ଫ୍ରାନ୍ସରେ ଅଗଷ୍ଟ ପର୍ଯ୍ୟନ୍ତ ରହିଥିଲେ ।)
କ୍ୟାବିନେଟ ବୈଠକ ପୂର୍ବରୁ ଚର୍ଚିଲ ୱାଭେଲଙ୍କ ପାଖକୁ Cable ବାର୍ତା ପଠେଇ ସୂଚନା ଦେଇଥିଲେ, ଆପଣ ବେଙ୍ଗଲ ଦୁର୍ଭିକ୍ଷ ମୁକାବିଲା କରିବା ପାଇଁ ଯେଉଁ ଯୋଜନା କରୁଛନ୍ତି, ମୁଁ ଯେତେ ପାରିବି ସହାୟତା କରିବି , କିନ୍ତୁ ଆପଣ ମୋ ଠାରୁ ଅସମ୍ଭବ ଆଶା ରଖିବେ ନାହିଁ । ପରଦିନ ଚର୍ଚିଲ ୱାଭେଲ ଙ୍କ ପାଖକୁ ଟେଲିଗ୍ରାମ କଲେ – We have given a great deal of thought to your difficulties, but simply we can not find the shipping .
ଇତି ମଧ୍ୟରେ କ୍ୟାବିନେଟ ଭାରତ ସରକାରଙ୍କୁ ନିର୍ଦ୍ଦେଶ କରି ଥିଲା ସମଗ୍ର ଉପଦେଶରେ ଖାଦ୍ୟ କଟକଣା ଲାଗୁ କରିବା, ଟିକସ ଆୟ ବୃଦ୍ଧି କରିବା ଓ ଖାଦ୍ୟ ମୂଲ୍ୟ ନିୟନ୍ତ୍ରଣକୁ ଲାଗୁ କରିବା । କ୍ୟାବିନେଟ ଖାଦ୍ୟ ଅଭାବ ଉପରେ ସନ୍ଦେହ ବ୍ୟକ୍ତ କରିଥିଲା । କ୍ୟାବିନେଟ ରେକର୍ଡ କରିଥିଲା – partly political in character caused by Marwari Hindu suporters of Congress in an effort to embarrass the existing muslim government of Bengal .
ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ ପ୍ରଫେସର ତୀର୍ଥଙ୍କର ରାୟ ବେଙ୍ଗଲ ଦୁର୍ଭିକ୍ଷ ଉପରେ ଲେଖିଛନ୍ତି –
କ୍ୟାବିନେଟ ବିଶ୍ୱାସ କରିନେଲା ବେଙ୍ଗଲରେ ଖାଦ୍ୟ ସଙ୍କଟ ନାହିଁ ବୋଲି ପଠେଇ ଥିବା କଲିକତା ଓ ଦିଲ୍ଲୀ ରିପୋର୍ଟକୁ ।
କ୍ୟାବିନେଟ ଜ୍ଞାତସାରରେ ଥିଲା ଅକ୍ଷ ଶକ୍ତି ପ୍ରତିଦିନ ଗୋଟିଏ ଜାହାଜ କୁ ବୁଡ଼େଇ ଦେଉଛି ଓ 1942ରେ ଏକ ଅୟୁତ ଖାଦ୍ୟ ଜାହାଜକୁ ବୁଡ଼େଇ ଦେଇ ସାରିଛି । ଯେଉଁ ଅଞ୍ଚଳରେ ଖାଦ୍ୟ ମିଳି ପାରିବ ସେଇ ଅଞ୍ଚଳକୁ ପ୍ରବେଶ କରିବା ଜଳ ପ୍ରବାହ ବିପଦ ଜନକ । ସେନାଙ୍କ ରେସନ କାଣ୍ଟଛାଂଟ ହେଇ ସାରିଛି, ଅଧିକ କଣ୍ଟ୍ରୋଲ କଲେ ସେନା ଭିତରେ ବିଦ୍ରୋହ ହେଇ ପାରେ ।
ନୋବେଲ ପୁରସ୍କାର ପ୍ରାପ୍ତ ଓ ଭାରତ ର ଦୁର୍ଭିକ୍ଷ ବିଶ୍ଳେଷଣ ଉପରେ ବିଶ୍ୱର ଅଗ୍ରଣୀ ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ ଚର୍ଚିଲଙ୍କୁ କୌଣସି ପ୍ରକାର ଦାୟିତ୍ୱ ମୁକ୍ତ କରିବାକୁ ଚାହିଁ ନାହାଁନ୍ତି ।
Too little information
In adequately applied –
Newyork Times କୁ ସାକ୍ଷାତକାର ଦେଇ ସେନ କହିଥିଲେ, ତୀର୍ଥଙ୍କର ମୁଖାର୍ଜୀ ସମ୍ଭବତଃ ସାମାନ୍ୟ ତଥ୍ୟ ଦେଖି ସନ୍ତୁଷ୍ଟ ହେଇ ଯାଇଛନ୍ତି । ଶ୍ରୀ ରାୟ ଯେଉଁ ତଥ୍ୟ ଦେଇଛନ୍ତି ତାହା କେବଳ ବେଙ୍ଗଲର ଦୁଇଟି ଧାନ ଗବେଷଣା କେନ୍ଦ୍ରର । ବେଙ୍ଗଲରେ 27 ଟି ଜିଲ୍ଲାର ମାତ୍ର 2ଟି କେନ୍ଦ୍ରର । 27 ଜିଲ୍ଲାର ତଥ୍ୟକୁ ବିଶ୍ଳେଷଣ କରି ସେନ ଦର୍ଶାଇଥିଲେ 1943 ଦୁର୍ଭିକ୍ଷ ବର୍ଷରେ Food Availabilty 1941 ଠାରୁ ଅଧିକ ଥିଲା । ସେତେବେଳେ ଦୁର୍ଭିକ୍ଷ ପଡି ନଥିଲା । ଯୁଦ୍ଧ ଅର୍ଥନୀତିର ବର୍ଦ୍ଧିତ ଡିମାଣ୍ଡ ଅନୁଯାୟୀ ଖାଦ୍ୟ ନିଅଣ୍ଟ ଯଥେଷ୍ଟ ରହିଥିଲା । କିନ୍ତୁ ପୂର୍ଵ ବର୍ଷର ଖାଦ୍ୟ ସରବରାହ ଠାରୁ ଦୁର୍ଭିକ୍ଷ ବର୍ଷର
ସରବରାହ ପାର୍ଥକ୍ୟ ବିଷୟଟି ସମ୍ପୂର୍ଣ୍ଣ ଅଲଗା। ପ୍ରଫେସର ମୁଖାର୍ଜୀ ବୋଧେ ଏହି ଦିଗଟି ଛାଡି ଯାଇଛନ୍ତି । ଚର୍ଚ୍ଚିଲଙ୍କୁ ଦାୟିତ୍ୱ ମୁକ୍ତ କରିବା ପ୍ରୟାସ ମଧ୍ୟରେ ବ୍ରିଟିଶ ସାମ୍ରାଜ୍ୟ ବାଦ ର ବିଭ୍ରାନ୍ତି ଓ ନିର୍ମମତା ନୀତିକୁ ଛାଡି ଦେଇଛନ୍ତି । ସେନ ଯେଉଁ ବିଭ୍ରାନ୍ତି ଓ ନିର୍ମମତା ଦିଗକୁ ଇଙ୍ଗିତ କରିଛନ୍ତି ତାହା ସହ ଚର୍ଚିଲଙ୍କ କୌଣସି ସମ୍ପର୍କ ନ ଥିଲା । ଏହା ମୂଳତଃ ଯୁଦ୍ଧ କାଳୀନ ସରବରାହ କ୍ଷେତ୍ରରେ ସୀମାବଦ୍ଧତାର ପରିଣାମ । ବଙ୍ଗଳାରେ ମୁସଲିମ ମେଣ୍ଟ ସରକାର ( ମୁସଲିମ ଲିଗ – ହିନ୍ଦୁ ମହାସଭା ) ମଧ୍ୟରେ ଏକ ଅଶ୍ୱସ୍ତିକର
ସମ୍ପର୍କ ଥିଲା । ଅଧିକାଂଶ ହିନ୍ଦୁ ଶସ୍ଯ ବ୍ୟବସାୟୀ ଥିଲେ । ମହଜୁଦକରି ରଖିବା ଓ ମୂଲ୍ୟ ଅନୁମାନ ( speculate price ) କରିବା କ୍ଷେତ୍ରରେ କୁଖ୍ୟାତ ଥିଲେ ।
ବଙ୍ଗଳାର 1943 ଦୁର୍ଭିକ୍ଷ ସମ୍ପର୍କରେ OXFORD UNIVERSITY ରେ ଭାଷଣ ଦେଇ 2015 , 28 ମେ ରେ ଭାରତର ସାଂସଦ ଶଶୀ ଥରୁର ଇଂଲିଶ ସ୍ରୋତାଙ୍କ ମୁହଁ ପାଖରେ କହିଥିଲେ , ବ୍ରିଟିଶ ପ୍ରଧାନମନ୍ତ୍ରୀ
ୱିନଷ୍ଟନ ଚର୍ଚିଲ ମୁଖ୍ୟତଃ ବଙ୍ଗଳା ଦୁର୍ଭିକ୍ଷ ପାଇଁ ଉତ୍ତରଦାୟୀ ।
ସେ କହିଥିଲେ – All notions that British were trying to do their colonial enterprise out of enlightened despotism to try and bring the benefits of colonialism and civilization to the benighted , even Iam sorry – Churchill’s conduct in 1943 is simply one example .
Bengal Famine :
Tracking down the last survivors of WW-2 ‘s Forgotten Tragedy –
1943 ବଙ୍ଗଳା ଦୁର୍ଭିକ୍ଷରେ 30 ଲକ୍ଷ ରୁ ଅଧିକ ନାଗରିକ ପୂର୍ଵ ଭାରତରେ ମୃତ୍ୟୁ ବରଣ କରିଥିଲେ । ଏହା ମିତ୍ର ଶକ୍ତିର ଦ୍ଵିତୀୟ ବିଶ୍ୱଯୁଦ୍ଧରେ ବେସାମରିକ କ୍ଷତିର ସବୁଠାରୁ ଖରାପ ଚିତ୍ର । ପୃଥିବୀର କେଉଁଠି ବି ମୃତ୍ୟୁ ବରଣ କରିଥିବା ଗୋଟିଏ ହେଲେ ବ୍ୟକ୍ତିର ସ୍ମାରକ, ସଂଗ୍ରହାଳୟ ବା ଫଳକଟିଏ ଖୋଜିଲେ ମିଳିବ ନାହିଁ । କିନ୍ତୁ ଜଣେ ବ୍ୟକ୍ତି ବାହାରିଲେ ଯିଏ ନିଜର ବ୍ୟକ୍ତିଗତ ପ୍ରଚେଷ୍ଟାରେ ସେମାନଙ୍କ କାହାଣୀ ସଂଗ୍ରହ ପାଇଁ ଅନୁସନ୍ଧାନ ଆରମ୍ଭ କଲେ । ସେ ହେଉଛନ୍ତି ବେଙ୍ଗଲର ଜଣେ ସ୍କୁଲ ଶିକ୍ଷକ ଶୈଳେନ୍ ସରକାର ।
ବିବିସିର ଐତିହାସିକ ସମ୍ବାଦ ସଂଗ୍ରାହିକା କବିତା ପୁରୀ ତାଙ୍କ ଠାରୁ ସଂଗୃହିତ ତଥ୍ୟ ଭିତ୍ତିରେ ଯେଉଁ ଲେଖ ଲେଖିଥିଲେ ତାର କିଛି ଅଂଶ ନିମ୍ନରେ ସ୍ଥାନିତ କରୁଛି ।
Hunger stalked us –
ଵିଜୟକୃଷ୍ଣ ତ୍ରିପାଠୀ ନିଜର ବୟସ ଠିକ କହି ପାରିଲେ ନାହିଁ । ଆଧାର କାର୍ଡରେ ତାଙ୍କର ବୟସ 112 ବର୍ଷ । ଦୁର୍ଭିକ୍ଷ ସମ୍ପର୍କରେ ମନେ ରଖି ପାରିଥିବା ବ୍ୟକ୍ତିଙ୍କ ମଧ୍ୟରେ ସେ ହେଉଛନ୍ତି ଶେଷ ଜୀବିତ ବ୍ୟକ୍ତି । ସେ କ୍ଷୀଣ ସ୍ୱରରେ ଆସ୍ତେ ଆସ୍ତେ କହୁଥିଲେ । ବେଙ୍ଗଲର ଏକ ଜିଲ୍ଲା ମେଦିନପୁରରେ ସେ ବଢ଼ିଛନ୍ତି । ଭାତ ସେମାନଙ୍କର ପ୍ରଧାନ ଖାଦ୍ୟ । 1942 ଗ୍ରୀଷ୍ମ ବେଳକୁ ମୂଲ୍ୟ ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଲା । ତାପରେ ଅକ୍ଟୋବର ବାତ୍ୟା ଆସିଲା ।ଏଥିରେ ତାଙ୍କର ଛପର ଉଡେଇ ନେଲା । ସେ ବର୍ଷର ଫସଲ ଉଜୁଡି ଗଲା । ଧାନ କିଣିବା ପରିବାର ପାଇଁ କଷ୍ଟକର ହେଇଗଲା ।
କ୍ଷୁଧା ଆମ ପିଛା ଗୋଡେଇଲା । କ୍ଷୁଧା ଓ ମହାମାରୀ ରେ ସବୁ ବର୍ଗର ଲୋକ ମରିବାକୁ ଲାଗିଲେ ।
କିଛିଟା ଖାଦ୍ୟ କେନ୍ଦ୍ର ଖୋଲିଲା । କିନ୍ତୁ ଯଥେଷ୍ଟ ନ ଥିଲା । ସମସ୍ତଙ୍କୁ ଅଧା ପେଟରେ ବଞ୍ଚିବାକୁ ହେଲା । ଯେହେତୁ ଖାଇବା ପାଇଁ ଅନ୍ୟ କିଛି ନ ଥିଲା ଗାଁ ର ଅନେକ ଲୋକ ମରିବା ଆରମ୍ଭ ହେଲା । ଲୋକ ଲୁଟ ତରାଜ ଆରମ୍ଭ କଲେ , ଖାଦ୍ୟ ଖୋଜିଲେ ।
ଵିଜୟକୃଷ୍ଣଙ୍କ କଥା ଶୁଣିଲା ବେଳେ ତାଙ୍କ ପାଖରେ 4 ପିଢ଼ି ଉପସ୍ଥିତ ଥିଲେ । ତାଙ୍କ ସହିତ ଥିଲେ ଶୈଳେନ୍ ସରକାର ଯିଏ କିଛି ବର୍ଷ ହେଲା ଗ୍ରାମ ବଙ୍ଗଳା ରେ ବୁଲି ବୁଲି ଦୁର୍ଭିକ୍ଷ ଜୀବିତଙ୍କ ଠାରୁ ଖବର ସଂଗ୍ରହ କରୁଥିଲେ । 72 ବର୍ଷୀୟ, କିନ୍ତୁ ଦେହରେ ଯେମିତି ତାରୁଣ୍ୟର ଛାପ ରହିଛି । ଖାଲି ପାଦରେ , ଛିଣ୍ଡା ଚପଲରେ ସାଇକେଲ ଧରି ଗାଁ ଗାଁ ବୁଲିଲେ । ପୁରୁଣା ପଦ୍ଧତିରେ କାଗଜ-କଲମ ରେ ସାକ୍ଷାତକାରଗୁଡିକ ସଂଗ୍ରହ କଲେ ।
ଶୈଳେନ କହିଲେ , ପରିବାର ଆଲବମରୁ ଫଟୋ ଦେଖି ଫଟୋ ପ୍ରତି ଆସକ୍ତ ହେଇ ଯାଇଥିଲି । ଆଲବମରେ ଥିବା ନିର୍ବଳ ଶରୀର ଫଟୋକୁ ପିଲାବେଳେ ନିରୀକ୍ଷଣ କରି ରହି ଯାଉଥିଲି । ଫଟୋ ଗୁଡିକ ତାଙ୍କର ବାପା ଉଠେଇ ଥିଲେ । ସେଗୁଡ଼ିକ ଦୁର୍ଭିକ୍ଷ ବେଳର ଫଟୋ । ବାପା ସ୍ଥାନୀୟ ଭାବରେ ସଂଗୃହିତ ରିଲିଫ ବଣ୍ଟନ କରୁଥିଲେ । ଶୈଳେନ କହିଲେ ତାଙ୍କ ବାପା ଗରୀବ ଥିଲେ । ତେଣୁ ପିଲା ବେଳୁ ଦୁର୍ଭିକ୍ଷ ଅନାହାରର ଭୟଙ୍କର ରୂପ ନିଜ ଆଖିରେ ଦେଖି ଥିଲି ।
ଅବଶ୍ୟ 1913 ମସିହାରେ ଶୈଳେନ ଯେତେବେଳେ ସ୍କୁଲ ଶିକ୍ଷକତା ରୁ ଅବସର ଗ୍ରହଣ କଲେ ସେତେବେଳ ପର୍ଯ୍ୟନ୍ତ ନିଜର ଅନୁସନ୍ଧାନ ଆରମ୍ଭ କରି ନ ଥିଲେ ।
ଯେତେବେଳେ ମେଦିନପୁରରେ ବୁଲୁଛନ୍ତି ସେତେବେଳେ 86 ବର୍ଷୀୟ ଶ୍ରୀପତ୍ତିଚରଣ ମିଶ୍ରଙ୍କ ସହ ଭେଟ ହେଲା । ଵିଜୟକୃଷ୍ଣ ଙ୍କ ଭଳି ସେ ମଧ୍ୟ ଦୁର୍ଭିକ୍ଷ ସ୍ମୃତି ତାଙ୍କ ସହିତ ଆଲୋଚନା କଲେ । ଶ୍ରୀପତ୍ତି ଚରଣ କହିଲେ ବାତ୍ୟା ପରେ ବେପାରୀ ମାନେ ଗାଁ ଗାଁ ବୁଲି ଯାହା କିଛି ଧାନ ରହିଥିଲା ତାହାକୁ ଚଢା ମୂଲ୍ୟରେ କିଣି ନେଲେ । ଲୋକେ କିଛି ଦିନ ଘରେ ଥିବା ଧାନରେ ବଞ୍ଚିଲେ , ତାପରେ ଧାନ କିଣିବା ପାଇଁ ନିଜର ଜମି ବିକିବା ଆରମ୍ଭ କଲେ । ହଜାର ହଜାର ଲୋକଙ୍କ ଭଳି ସେ ମଧ୍ୟ ରିଲିଫ ଆଶାରେ କଲିକତା ଚାଲିଗଲେ । ସୌଭାଗ୍ୟକୁ ସେଠାରେ ତାଙ୍କର ଜଣେ ପରିବାର ଲୋକ ଥିଲେ, ତେଣୁ ସେ ବଞ୍ଚିଗଲେ । କିନ୍ତୁ ଅଧିକାଂଶଙ୍କର ସେଇ ସୁଯୋଗ ନ ଥିଲା । ସେମାନେ ରାସ୍ତାରେ ପଡି ରହିଲେ , ଅନାହାର ରେ ମରିଗଲେ । କିଏ ରାସ୍ତାରେ, କିଏ ଡ୍ରେନ ପାଖରେ, କିଏ ମଇଳା କୁଣ୍ଡ ପାଖରେ । କେହି କାହାକୁ ଭରସା ହେଲେ ନାହିଁ ।
ପ୍ରଥମ ଥର ପ୍ରତ୍ୟକ୍ଷ ଦର୍ଶୀ ବି ବି ସି କୁ ବୟାନ ଦେଲେ ।
A forgotten fate :
ଦୁର୍ଭିକ୍ଷର କାରଣ ଅନେକ ଓ ଜଟିଳ । ଏହା ସମ୍ପର୍କରେ ବିତର୍କ ହେଇ ଚାଲିବ ।
1942ରେ କଲିକତାକୁ ଧାନ ଯୋଗାଣ ପ୍ରବଳ ଚାପ ଭିତରେ ଥିଲା । ବେଙ୍ଗଲର ସୀମାରେ ଥିବା ବର୍ମାକୁ ଜାପାନ ବର୍ଷ ଆରମ୍ଭରେ ଦଖଲ କରି ନେଇଥିଲା । ତେଣୁ ସେଠାରୁ ଧାନ ଆମଦାନୀ ହଠାତ ବନ୍ଦ ହେଇଗଲା ।
ବେଙ୍ଗଲ ଯୁଦ୍ଧର ଫ୍ରଣ୍ଟ ଲାଇନକୁ ଆସିଗଲା । ମିତ୍ର ଶକ୍ତି ର ହଜାର ହଜାର ସେନା ଓ ଯୁଦ୍ଧ ନିର୍ମାଣ ଶିଳ୍ପ ର ଶ୍ରମିକଙ୍କ ଆତିଥ୍ୟ ପ୍ରଦାନ ବୋଝ ପଡ଼ିଲା । ମୂଦ୍ରାସ୍ଫୀତି ଆକାଶ ଛୁଆଁ ଥିଲା । ଲକ୍ଷ ଲକ୍ଷ ମଣିଷଙ୍କ କ୍ଷେତ୍ରରେ ଏହି ମୂଲ୍ୟରେ ଖାଦ୍ୟ ଶସ୍ଯ କିଣିବା ଅସମ୍ଭବ ହୋଇ ପଡ଼ିଲା ।
ଇତିମଧ୍ୟରେ ବ୍ରିଟିଶର ଆଶଙ୍କା ହେଲା ଜାପାନ ଆକ୍ରମଣ କରିବ । ତେଣୁ Denial Policy ଘୋଷଣା ମାଧ୍ୟମରେ ବେଙ୍ଗଲ ଡେ଼ଲ୍ଟା ଅଞ୍ଚଳ ର ସହର ଓ ଗ୍ରାମ ଅଞ୍ଚଳର ସମସ୍ତ ଉଦବୃତ ଧାନ , ଡଙ୍ଗାକୁ ବାଜ୍ୟାପ୍ତି କରାଗଲା । ଉଦେଶ୍ୟ ଥିଲା ଆକ୍ରମଣକାରୀ ସେନାଙ୍କୁ ଖାଦ୍ୟ ଯୋଗାଣ ସମ୍ପୂର୍ଣ୍ଣ ଅବରୋଧ କରିବା । କିନ୍ତୁ ଇତିମଧ୍ୟରେ ବେଙ୍ଗଲର ସ୍ଥାନୀୟ ଅର୍ଥନୀତି ବିପର୍ଯ୍ୟସ୍ତ ହେଇ ଯାଇଥିଲା ଓ ଏହା ମୂଲ୍ୟବୃଦ୍ଧିକୁ ଅଧିକ ଇନ୍ଧନ ଯୋଗାଇଲା । ନିରାପତ୍ତା କାରଣରୁ ଧାନକୁ ମହଜୁଦ କରି ଦିଆ ଗଲା ,ମାତ୍ର ଏହି ମହଜୁଦ ମଧ୍ୟ ମୁନାଫା ଅର୍ଜନ ପାଇଁ ଅଭିପ୍ରେତ ଥିଲା ।
ସର୍ବୋପରି 1942ର ବାତ୍ୟା ଧାନ ଚାଷ କୁ ଧ୍ୱଂସ କରିଦେଲା ଓ ଅବଶିଷ୍ଟ ଯାହା ଉତ୍ପାଦନ ହେବାର ଥିଲା ତାହା କୀଟ ପତଙ୍ଗ ସଫା କରି ଦେଲେ ।
ଏହି ମାନବିକ ବିପର୍ଯ୍ୟୟ ପାଇଁ ଅପରାଧୀ ଖୋଜା ଚାଲିଲା, ଅନେକ ବିତର୍କ ଆରମ୍ଭ ହେଲା । ପ୍ରଶ୍ନ ବି ହେଲା ବ୍ରିଟିଶ ପ୍ରଧାନମନ୍ତ୍ରୀ ଚର୍ଚିଲ ଯେତେବେଳେ ବିଭିନ୍ନ ଫ୍ରଣ୍ଟରେ ଯୁଦ୍ଧରେ ଲିପ୍ତ ଥିଲେ ସେ ଭାରତୀୟ ଦୂରବସ୍ଥା ଲାଘବ କରିବା ପାଇଁ ତାଙ୍କର ଦାୟିତ୍ୱ ପାଳନ କରି ଥିଲେ କି ?
ଦୁର୍ଭିକ୍ଷର ମଧ୍ୟ ଭାଗରେ ଯେତେବେଳେ ଏୟାର ଫିଲଡ଼ ମାର୍ଶାଲ ଲର୍ଡ଼ ୱାଭେଲ ନୂଆ ବଡ଼ ଲାଟ ହେଇ ଆସିଲେ ରିଲିଫ ବ୍ୟବସ୍ଥା କୁ ସଜାଡ଼ିବାକୁ ଉଦ୍ୟମ କଲେ । କିନ୍ତୁ ସେତେବେଳେ ବହୁତ ବିଳମ୍ବ ହେଇ ଯାଇଥିଲା ଓ ଅନେକ ଲୋକ ମରି ଯାଇଥିଲେ ।
A living archieve –
ଦୁର୍ଭିକ୍ଷର କାରଣ ଓ ଦାୟିତ୍ୱ ଖୋଜ ମଧ୍ୟରେ ଯେଉଁ ମାନେ ବଞ୍ଚି ଯାଇଥିଲେ ସେମାନଙ୍କ କାହାଣୀ ଉପରେ ଧ୍ୟାନ ରହିଲା ନାହିଁ ।
ଶୈଳେନ ସରକାର 60ରୁ ଅଧିକ ବିଭୀଷିକା ପ୍ରତ୍ୟକ୍ଷ କରିଥିବା ଲୋକଙ୍କ କାହାଣୀ ସଂଗ୍ରହ କଲେ ।
ସେମାନେ ଅଧିକାଂଶ ଅନପଢ଼, ସେମାନଙ୍କୁ କେହି ଦୁର୍ଭିକ୍ଷ ସମ୍ପର୍କରେ ପଚାରି ନ ଥିଲା କିମ୍ବା ସେମାନଙ୍କ ପରିବାର ସଭ୍ୟ ବି କେହି ପଚାରି ନ ଥିଲେ ।
ଜୀବିତମାନଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ମଧ୍ୟ dedicated archieve ନଥିଲା । ଶୈଳେନଙ୍କ ବିଶ୍ୱାସ ସେମାନେ ସମାଜର ସବୁଠାରୁ ଦରିଦ୍ର ଓ ଅସୁରକ୍ଷିତ ବର୍ଗର ଥିଲେ ।
ସେମାନେ ଯେମିତି ଅପେକ୍ଷା କରିଥିଲେ କେହି ଜଣେ ଆସି ତାଙ୍କର କଥା ଗୁଡିକ ଶୁଣିବ ।
ନିରତନ ବେଡ଼ୱାଙ୍କୁ ଯେତେବେଳେ ଶୈଳେନ ଭେଟିଲେ ସେତେବେଳେ ସେ 100 ବର୍ଷ । ବେଡ଼ୱା ମା ମାନଙ୍କ କଥା କହିଲେ ଯେଉଁମାନେ ନିଜର ସନ୍ତାନଙ୍କୁ ପାଳନ କରିବାକୁ ପ୍ରଚେଷ୍ଟା କରୁଥିଲେ ।
” ମା ମାନଙ୍କର ସ୍ତନ କ୍ଷୀର ନ ଥିଲା । ସେମାନଙ୍କ ଛାତିର ହାଡ଼ ଓ ଚର୍ମ ଏକ ହେଇ ଯାଇଥିଲା । ମାଂସ ଟିକିଏ ନ ଥିଲା । ଅନେକ ପିଲା ଓ ମା ଏନ୍ତୁଡ଼ି ଶାଳ ରେ ହିଁ ଟଳି ପଡ଼ିଥିଲେ । ଏପରି କି ଯେଉଁ ମାନେ ସୁସ୍ଥ ହେଇ ଜନ୍ମ ହେଇଥିଲେ ସେମାନେ ବି ତରୁଣ ଅବସ୍ଥାରେ ଅନାହାରରେ ମରିଗଲେ । ଅଧିକାଂଶ ମା ନିଜକୁ ନିଜେ ହତ୍ୟା କରିଦେଲେ । କେତେକ ମହିଳା ଖାଦ୍ୟ ପାଇଁ ନିଜର ସ୍ୱାମୀମାନଙ୍କୁ ପରିତ୍ୟାଗ କରି ଅନ୍ୟ ପୁରୁଷ ସାଙ୍ଗରେ ପଳେଇଲେ । ସେତେବେଳେ ଲୋକଙ୍କୁ ବଦନାମ କରିବାକୁ ପଡି ନଥିଲା । ଯେତେବେଳେ ତୁମ୍ଭର ପେଟରେ ଭାତ ନାହିଁ କିଏ ତୁମକୁ ଭୋଜନ ଯୋଗାଇବାକୁ ନାହିଁ , ସେତେବେଳେ କିଏ ତୁମ କଥା କେଉଁ ମାପଦଣ୍ଡରେ ବିଚାର କରିବ ? “
ଶୈଳେନ ମୁନାଫାଖୋରଙ୍କ ମଧ୍ୟ ବିବରଣ ନେଇଥିଲେ । ଜଣେ କହିଥିଲେ ସେ ସାମାନ୍ୟ ଚାଉଳ, ଡାଲି ଓ ଅଳ୍ପ ଟଙ୍କା ବିନିମୟରେ ବହୁତ ଜମି କିଣି ଥିଲେ । ଆଉ ଜଣେ କହିଲେ ଗୋଟିଏ ପରିବାରର କୌଣସି ଉତ୍ତରାଧିକାରୀ ନ ଥିଲେ ତାଙ୍କର ସବୁ ଜମି ନିଜର କହି କିଣି ନେଲେ ।
ଜଣେ ବେଙ୍ଗଲି-ଆମେରିକୀୟ ଲେଖକ କୃଷ୍ଣନାଭ ଚୌଧୁରୀ ଶୈଳେନଙ୍କ ସାଂଗରେ ଯାଇ ଅନେକ ଜୀବିତଙ୍କୁ ଭେଟିଥିଲେ ।
” ଆମକୁ ଖୋଜିବା ପଡୁ ନଥିଲା । ସେମାନେ ନିଜକୁ ଅଚିହ୍ନା ରଖିବାକୁ ଚେଷ୍ଟା କରି ନଥିଲେ । ସେମାନେ ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶର ସର୍ବତ୍ର ବିଶ୍ୱର ବୃହତ୍ତମ ସଂଗ୍ରହାଳୟ ଭାବରେ ବିଦ୍ୟମାନ ଥିଲେ । କେହି ସେମାନଙ୍କ ସହ କଥା ହେବାକୁ ଚେଷ୍ଟା କରି ନ ଥିଲା । ମୁଁ ନିଜକୁ ଗଭୀର ଭାବରେ ଲଜ୍ଜିତ ହେଲି ।”
” ଦୁର୍ଭିକ୍ଷକୁ ଭାରତୀୟ Iconic ଚଳଚ୍ଚିତ୍ର, ଫଟୋ, ରେଖାଚିତ୍ର ରେ ସ୍ମରଣ କରା ଯାଇଛି । କିନ୍ତୁ ପୀଡ଼ିତ ଓ ଜୀବନ୍ତମାନଙ୍କ ମୁହଁରେ ଶୁଣିବା ନଜୀର ବିଶେଷ ନାହିଁ । The story is written by people who it did n’t affect. It is a curious phenomena via who tells stories and who constructs it “
କେମ୍ବ୍ରିଜ ବିଶ୍ଵ ବିଦ୍ୟାଳୟ ପ୍ରଫେସର ଶ୍ରୁତି କପିଲା କୁହନ୍ତି , ସମ୍ଭବତଃ ଦୁର୍ଭିକ୍ଷ ଅବସ୍ଥା 1940 ଦଶକର ” decade of death ” ଦ୍ୱାରା ନିଷ୍ପ୍ରଭ କରି ଦେଇଥିଲା ।
1946 କଲିକତା ଥିଲା ବ୍ୟାପକ ସାମ୍ପ୍ରଦାୟିକ ଦଙ୍ଗାର ଦୃଶ୍ୟପଟ ଯେଉଁଥିରେ ହଜାର ହଜାର ଲୋକ ମୃତ୍ୟୁବରଣ କରିଥିଲେ ।
ବର୍ଷକ ପରେ ବ୍ରିଟିଶ ଦେଶକୁ ହିନ୍ଦୁ ସଂଖ୍ୟା ଗରିଷ୍ଠ ଭାରତ ଓ ମୁସଲିମ ସଂଖ୍ୟା ଗରିଷ୍ଠ ପାକିସ୍ତାନ ଦୁଇ ଖଣ୍ଡ କରି ଚାଲିଗଲା । ଲୋକଙ୍କ ଭିତରେ ସ୍ୱାଧୀନତାର ଆନନ୍ଦ ଥିଲା, କିନ୍ତୁ ବିଭାଜନ ଥିଲା bloody and traumatic . 10 ଲକ୍ଷ ରୁ ଅଧିକ ଲୋକ ପ୍ରାଣ ଦେଲେ ଯେତେବେଳେ ଗୋଟିଏ ଧର୍ମ ଗୋଷ୍ଠୀ ଅନ୍ୟ ଧର୍ମ ଗୋଷ୍ଠୀ ଉପରେ କୁଦି ପଡିଲେ । ପ୍ରାୟ 12 ମିଲିୟନ ଲୋକ ନୂଆ ସୀମା ଅତିକ୍ରମ କଲେ । ବଙ୍ଗଳା ର ରିଲିଫ ଦୁଇ ଭାଗ ହେଇଗଲା । ଭାରତ ଓ ଇଷ୍ଟ ପାକିସ୍ତାନ ମଧ୍ୟରେ ।
ପ୍ରଫେସର କପିଲା କୁହନ୍ତି , ” ଗଣମୃତ୍ୟୁର ଗୋଟିଏ ଅଧ୍ୟାୟରେ ଖୁବ କମ ବିରାମ ଚିହ୍ନ ରହିଛି । ଏବଂ ସେଇ କାରଣରୁ ମୁଁ ମନେ କରୁଛି ବଙ୍ଗଳା ର ଦୁର୍ଭିକ୍ଷ ସେଇ ଆଖ୍ୟାନ କୁ ନିଜର ସ୍ଥାନ ପାଇବା ପାଇଁ ସଂଗ୍ରାମ କରୁଛି ।”
ତେଣୁ ପୀଡ଼ିତମାନଙ୍କ ନିଜସ୍ଵ ଭାଷାରେ ଯେଉଁ ପର୍ଯ୍ୟନ୍ତ ବିସ୍ତ୍ରୁତ ଭାବରେ ଶୁଣା ନ ଯାଇଛି, ସେ ପର୍ଯ୍ୟନ୍ତ ଅନେକ ଭାରତୀୟଙ୍କ ନଜରରେ ରହିଥିବ ଦୁର୍ଭିକ୍ଷ ଓ କ୍ଷୁଧା ହେଉଛି ସାମ୍ରାଜ୍ୟର ଏକ ଚିରସ୍ଥାୟୀ ଲିଗାସୀ
।
ଅନଙ୍ଗମୋହନ ଦାସ 91 ବର୍ଷୀୟ ବୃଦ୍ଧ । ଯେତେବେଳେ ପଚାରଗଲା କାହିଁକି ତୁମେ ଏଇଠି , ସେତେବେଳେ କିଛି କ୍ଷଣ ସ୍ତବ୍ଧ ହେଇଗଲେ । ଆଖିରୁ ଲୁହ ତାଙ୍କ ଚମ ଧୁଡୁ ଧୁଡୁ ଗାଲ ଦେଇ ଗଡ଼ି ଆସିଲା । ତାପରେ ପଚାରିଲେ, ଏତେ ବିଳମ୍ବ କାହିଁକି କଲେ ?
ସେ କହିଲେ, ଯେତେବେଳେ ତୁମେ ତୁମର ଇତିହାସକୁ ଭୁଲି ଯିବାକୁ ଚାହୁଁଛ, ତୁମକୁ ସବୁ ଇତିହାସ ଭୁଲି ଯିବାକୁ ହେବ ।
ଶୈଳେନ ସରକାରଙ୍କ ଦୃଢ଼ ବିଶ୍ୱାସ ଏହା ସେପରି ନ ହେଉ ।