ମୁର୍ଖାଜୀ ନଗର କୋଚିଂ ସେଣ୍ଟରରେ ଲାଗିଲା ନିଆଁ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ଉତ୍ତର-ପଶ୍ଚିମ ଅଞ୍ଚଳ ସ୍ଥିତ ମୁଖାର୍ଜୀ ନଗରରେ ଏକ କୋଚିଂ ସେଣ୍ଟରରେ ଗୁରୁବାର ଖରାବେଳେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ନେଇ ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ ସୂଚନା ଦେଇଛନ୍ତି। ଉଦ୍ଧାର କାର୍ଯ୍ୟ ବେଳେ ସେମାନେ ଆହତ ହୋଇଥିଲେ। ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଘଟଣା ଘଟିଥିଲା। ସୂଚନା ପାଇ ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୧୧ଟି ଦମକଳ ଗାଡ଼ି ପହଞ୍ଚିଥିଲା। ଅଗ୍ନିଶମ ବାହିନୀ ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ କୋଚିଂ ସେଣ୍ଟରର ଝରକା ଦେଇ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିଲା। ଝରକା ଦେଇ ଦଉଡ଼ି ମାଧ୍ୟମରେ ପିଲାମାନଙ୍କୁ ଉଦ୍ଧାର କରାଯାଇଥିଲା। ଏକ ଇଲେକ୍ଟ୍ରିକ୍ ମିଟର ପାଖରେ ନିଆଁ ଲାଗିଥିଲା। ଖବର ପାଇବା ପରେ ୧୧ଟି ଦମକଳ ବାହିନୀକୁ ସେଠାକୁ ପଠାଯାଇଥିଲା। ନିଆଁ ଆୟତ୍ତ ହୋଇସାରିଛି।

Leave a Reply

Your email address will not be published. Required fields are marked *