ଶପଥ ପରେ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦସ୍ତଖତ…

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପିଏମ କିଷାନ ନିଧିରେ ଚାଷୀଙ୍କ ଆକାଉଣ୍ଟକୁ ୧୭ତମ କିସ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ନରେନ୍ଦ୍ର ମୋଦି। ୯.୩କୋଟି ଚାଷୀଙ୍କୁ ମିଳିବ ପ୍ରାୟ ୨୦ହଜାର କୋଟି ଟଙ୍କା। ନିର୍ବାଚନ ବେଳେ  ପ୍ରତିଶ୍ରୁତି ଦେଇଥିଲେ ମୋଦି। ଏହାକୁ ପୂରଣ କରିବା ପାଇଁ ତୃତୀୟ ପାଳି ସରକାର ଆରମ୍ଭ ହେବା ସହ ଦାୟିତ୍ୱ ନେବା ପରେ ପ୍ରଥମ ଦସ୍ତଖତ କରିଛନ୍ତି।

ସୂଚନାଯୋଗ୍ୟ ଗତକାଲି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋଦି। ମୋଦିଙ୍କ ତୃତୀୟ ପାଳିରେ ୭୧ ମନ୍ତ୍ରୀ ଶପଥ ନେଇଛନ୍ତି। ସେଥିରେ ୩୦ କ୍ୟାବିନେଟ୍ ମନ୍ତ୍ରୀ ସାମିଲ୍ ଅଛନ୍ତି। ତେବେ ସେଥିମଧ୍ୟରୁ ୭ ମହିଳାଙ୍କୁ ମଧ୍ୟ ମନ୍ତ୍ରୀ ମଣ୍ଡଳରେ ସାମିଲ୍ କରାଯାଇଛି । ସେହିପରି ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଜୁଏଲ ଓରାମ ଓ ଆଶ୍ୱିନ ବୈଷ୍ଣବ ମଧ୍ୟ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *