ଦ୍ବିତୀୟ ଟେଷ୍ଟର ବିଜୟ ପରେ ବିଶ୍ବ ଟେଷ୍ଟ ଚାମ୍ପିୟାନସିପ୍ ପଏଣ୍ଟ ତାଲିକାର କେଉଁ ସ୍ଥାନରେ ରହିଛି ଟିମ ଇଣ୍ଡିଆ ଜାଣନ୍ତୁ …

ବିଶାଖାପାଟନମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୦୬ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଏକ ବଡ଼ ଲମ୍ଫ ନେଇଛି। ବିଶାଖାପାଟନମ୍ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ଥିଲା, କିନ୍ତୁ ବର୍ତ୍ତମାନ ବିଜୟ ପରେ ରୋହିତ ବାହୀନି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି।

ଇଂଲଣ୍ଡକୁ ପରାସ୍ତ କରିବା ପରେ ଭାରତର ବିଜୟ ହାର ୫୨.୭୭ ହୋଇଛି। ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୩-୨୫ ଚକ୍ରରେ ଏପର୍ଯ୍ୟନ୍ତ 6 ଟି ଟେଷ୍ଟ ଖେଳିଛି, ଯେଉଁଥିରେ ୩ଟି ରେ ବିଜୟ ହାସଲ କରିବା ସହ, ୨ଟି ଟେଷ୍ଟ ହାରିଛି ଏବଂ ଗୋଟେ ମ୍ୟାଚ ଡ୍ର ରେ ଶେଷ ହୋଇଛି | ଅଷ୍ଟ୍ରେଲିଆ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। କଙ୍ଗାରୁ ଦଳ ଏପର୍ଯ୍ୟନ୍ତ 10 ଟି ଟେଷ୍ଟ ଖେଳିଛି ଯେଉଁଥିରେ ସେମାନେ ୬ଟି ଜିତିଛନ୍ତି, ୩ଟି ରେ ହାରିଛନ୍ତି ଏବଂ ଗୋଟେ ଡ୍ର କରିଛନ୍ତି। ୫୫.୦୦ ପ୍ରତିଶତ ବିଜୟ ସହ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଛି।

ସେହିପରି ଯଦି ଦେଖାଯାଏ ଅଷ୍ଟ୍ରେଲିଆ ଏକ ନମ୍ବରରେ ଏବଂ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନରେ ନ୍ୟୁଜିଲ୍ୟଣ୍ଡ ଚତୁର୍ଥ ଏବଂ ବାଂଲାଦେଶ ପଞ୍ଚମ ସ୍ଥାନ ଅଧିକାର କରିଛି।
ବିଶାଖାପାଟନମର ଡକ୍ଟର ୱାଇଏସ ରାଜାସେଖରା ରେଡ୍ଡୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ୧୦୬ ରନରେ ବିଜୟ ଲାଭ କରିଛି। ୩୯୯ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ମାତ୍ର ୨୯୨ ରନ୍‌ରେ ତାର ସମସ୍ତ ୱିକେଟ ହରାଇ ପରାଜୟ ହୋଇଛି। ସେହିପରି ଏହି ବିଜୟ ସହିତ ଭାରତ ୫ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ସମାନ କରିଛି। ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଜିତିଥିଲା। ବର୍ତ୍ତମାନ ସିରିଜର ପରବର୍ତ୍ତୀ ବା ତୃତୀୟ ମ୍ୟାଚ୍ ୧୫ ଫେବୃଆରୀରୁ ରାଜକୋଟରେ ଖେଳାଯିବ |

Leave a Reply

Your email address will not be published. Required fields are marked *