ପାଞ୍ଚ ଆଇଏଏସ ଅଧିକାରୀଙ୍କୁ ଓଡ଼ିଶା କ୍ୟାଡର

ଭୁବନେଶ୍ୱର,୧୮/୪(ବ୍ୟୁରୋ ): ୨୦୨୦ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ବ୍ୟାଚର୍ ୫ଜଣ ଅଧିକାରୀଙ୍କୁ ଓଡ଼ିଶା କ୍ୟାଡ଼ର ଆବଣ୍ଟିତ ହୋଇଛି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଓଡ଼ିଶା ସରକାରଙ୍କୁ ଅବଗତ କରାଯାଇଛି । ୨୦୨୦ ବ୍ୟାଚର ବିଭୂତି ଭୂଷଣ ନାୟକ, ଚଭନ କୁନାଲ ମୋତିରାମ, କୁଲକର୍ଣ୍ଣୀ ଆଶୁତୋଷ ସି, ମଧୁମିତା ଓ ବେଦଭୂଷଣଙ୍କୁ ଓଡ଼ିଶା କ୍ୟାଡ଼ର ମିଳିଛି । ଏହି ଅଫିସରମାନଙ୍କର ଚାକିରି ୨୦୨୨ ଅକ୍ଟୋବର ୧୨ ତାରିଖରୁ ବୈଧ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିବା ଜଣା ପଡ଼ିଛି l

Leave a Reply

Your email address will not be published. Required fields are marked *