Flipkart Big Diwali Sale; ଟିଭି, ପ୍ରିଜ୍ ମୋବାଇଲ ଉପରେ ମିଳିବ ୮୦ ପ୍ରତିଶତ ରିହାତି, ଜାଣନ୍ତୁ କେବେଠୁ ଆରମ୍ଭ ହେଉଛି ସେଲ୍

ବର୍ଷର ସବୁଠାରୁ ବଡ ସପିଂ ସୁଯୋଗ ଆଣିଥାଏ ଦୀପାବଳି। ଦୀପାବଳି ଆସିଲେ ଲୋକମାନେ ନାନାଦି ପ୍ରକାରର ଘରକରଣା ଜିନିଷଠୁ ଆରମ୍ଭ କରି ଇଲୋକ୍ଟ୍ରାନିକ ଏବଂ ନୂଆ ପୋଷାକ କିଣିବାକୁ ପସନ୍ଦ କରିଥାନ୍ତି । ଦୀପାବଳି ଏବଂ ଧନତରସରେ ପ୍ରତ୍ୟେକ ଭାରତୀୟ କିଛି ନା କିଛି ଜିନିଷ ଘରକୁ ଆଣିଥାଏ । ଆଉ ଠିକ୍ ଏହି ସମୟରେ କମ୍ପାନୀଗୁଡିକ ମଧ୍ୟ ବଡ଼ ଅଫର ସହିତ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ଆଜିର ଅନଲାଇନ ଯୁଗରେ ଏହାର ବଡ଼ ଫାଇଦା ନେଉଛନ୍ତି ଇ-କମର୍ସ କମ୍ପାନୀଗୁଡିକ । ପାର୍ବଣ ଋତୁ ଆସିଲା ମାନେ ସେମାନେ ନିଜ ନିଜର ଅଫର ସହିତ ଗ୍ରାହକଙ୍କୁ ନିଜ ଆଡକୁ ଟାଣିଥାନ୍ତି । ଯଦି ଆପଣ ବିଗ ବିଲିୟନ ସେଲର ଲାଭ ଉଠାଇ ନାହାଁନ୍ତି ତାହେଲେ ଆପଣଙ୍କ ପାଖରେ ରହିଛି ଆଉ ଏକ ସୁଯୋଗ ।ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ତାର ଫ୍ଲିପକାର୍ଟ ବିଗ୍ ଦିୱାଲି ସେଲ୍ ଆରମ୍ଭ କରିବାକୁ ଯାଉଛି | ଯେଉଥରେ ଆପଣ ସ୍ମାର୍ଟ ଟିଭି, ମୋବାଇଲ,ଏସି ଆଦି ଘରକରଣା ଜିନିଷ ଉପରେ ପ୍ରାୟ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ ।
ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଫ୍ଲିପକାର୍ଟ ବିଗ ଦିୱାଲି ସେଲ । ଏହି ସେଲର ଘୋଷଣା କରିଛି ଫ୍ଲିପକାର୍ଟ । ଏହି ସେଲରେ ଆପଣ ସ୍ମାର୍ଟ ଫୋନ ଠାରୁ ଆରମ୍ଭ କରି ହୋମ ଆପ୍ଲାୟନଂ ଏବଂ ଅନ୍ୟ ପ୍ରଡକ୍ଟ ଉପରେ ଆକର୍ଷକିୟ ଅଫର ପାଇପାରିବେ । ଫ୍ଲିପକାର୍ଟ ବିଗ ଦିୱାଲି ସେଲ ୨୧ ଅକ୍ଟୋବରରୁ ଆରମ୍ଭ ୩୧ ଅକ୍ଟୋବର ଯାଏଁ ଚାଲିବ । କିନ୍ତୁ ପ୍ଲସ ଓ ଭିଆଇପି ସଦସ୍ୟତା ରଖୁଥିବା ଗ୍ରାହାକଙ୍କ ପାଇଁ ଉକ୍ତ ସେଲ ଗୋଟିଏ ଦିନ ପୂର୍ବରୁ ବା ୨୦ ଅକ୍ଟୋବରରୁ ଆରମ୍ଭ ହୋଇଯିବ । ତେବେ ଯଦି ଆପଣ ଏସବିଆଇ କାର୍ଡ ଦ୍ଵାର ସପିଂ କରୁଛନ୍ତି ଏହି ସେଲ ଜରୀଆରେ ଆପଣଙ୍କୁ ୧୦ ପ୍ରତିଶତ ରିହାତି ମିଳିଯିବ । ସ୍ମାର୍ଟଫୋନରେ ଭିଭୋ,ସାମସଙ୍ଗ, ଆଇଫୋନ ଭଳି ମୋବାଇଲ ଆପଣ ଶସ୍ତାରେ ପାଇପାରିବେ । ଯଦି ଆପଣ ସ୍ମାର୍ଟ ଗାଜେଟ କିଣିବାର ଯୋଜନା କରୁଛନ୍ତି ତାହାଲେ ଆପଣ କ୍ୟାମେରା,ସ୍ମାର୍ଟ ୱାଚ ଓ ଲାପଟପ ଭଳି ଦାମୀ ଜିନିଷ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇବେ। ସେହିପରି ଏସି, ଫ୍ରିଜ,ଟିଭି, ୱାସିଙ୍ଗି ମେସିନରେ ଆପଣଙ୍କୁ ବମ୍ପର ଅଫର ଏହି ସେଲରେ ଦେଖିବାକୁ ମିଳିବ ।ଆପଣଙ୍କୁ ଏହି ସେଲରେ ପ୍ୟାଣ୍ଟ, ସାର୍ଟ ଉପରେ ୯୦ ପ୍ରତିଶତର ଡିସଜାଉଣ୍ଟ ଦେଖିବାକୁ ମିଳିବ । ଯଦି ଆପଣ ବିଗ ବିଲିୟନ ଡେ ମିସ କରିଛନ୍ତି ତାହାଲେ ଏହି ସେଲକୁ ଜମାବି ହାତଛଡା କରନ୍ତୁ ନାହିଁ ।