ବିଜେଡ଼ି ଛାଡି ପଦ୍ମ ଧରିଲେ ପ୍ରସନ୍ନ ପାଟ୍ଟଶାଣୀ …

ଭୁବନେଶ୍ଵର; ନିର୍ବାଚନ ହାରିବା ପରେ ବିଜେଡିକୁ ଲାଗିଛି ଆଉ ଏକ ଝଟକା । ଦଳର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ଲୋକସଭା ଆସନର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଆଜି ଦଳ ଛାଡ଼ି ପଦ୍ମ ଧରିଛନ୍ତି । ୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ବିଜେପିକୁ ନିଜର କରିଛନ୍ତି ପ୍ରସନ୍ନ।ବିଜେଡି ଟିକେଟ ନ ଦେବାରୁ ଅସନ୍ତୁଷ୍ଟ ଥିଲେ ବୋଲି ସେ କହିଛନ୍ତି।