୮୯ ବର୍ଷ ବୟସରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌତାଲାଙ୍କ ପରଲୋକ

ଗୁରୁଗ୍ରାମ: ପରଲୋକରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌତାଲା । ଗୁରୁଗ୍ରାମ ମେଦାନ୍ତା ହସ୍ପିଟାଲରେ ଶୁକ୍ରବାର ଦିନ ପ୍ରାୟ ୧୨ଟା ସମୟରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି।ମୃତ୍ୟୁ ବେଳକୁ ତାଙ୍କର ବୟସ ୮୯ ବର୍ଷ ହୋଇଥିଲା। ପୂର୍ବରୁ ତାଙ୍କର ଶ୍ଵାସଗତ ସମସ୍ୟା ଥିଲା ଏବଂ ଗତ ତିନି-ଚାରି ବର୍ଷ ଧରି ସେ ମେଦାନ୍ତାରେ ଚିକିତ୍ସିତ ହେଉଥିଲେ। ଆଜି ହଠାତ୍ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ୧୧ଟା ୩୫ ସମୟରେ ତାଙ୍କୁ ମେଦାନ୍ତାରରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ ପକ୍ଷରୁ ତାଙ୍କ ବିୟୋଗ ନେଇ ସୂଚନା ଦିଆଯାଇଛି। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କହିଛନ୍ତି ଡାକ୍ତର। ଆସନ୍ତାକାଲି ସକାଳ ୮ଟାରୁ ରାତି ୨ଟା ପର୍ଯ୍ୟନ୍ତ ଅନ୍ତିମ ଦର୍ଶନ ପାଇଁ ତାଙ୍କ ମୃତଦେହକୁ ରଖାଯାଇଛି।

Leave a Reply

Your email address will not be published. Required fields are marked *