ଗିଲଙ୍କ ଅଧିନାୟକ ହେବା ନେଇ ଏମିତି କିଛି କହିଲେ ଭରତୀୟ ପୂର୍ବତନ ଚୟନ କର୍ତ୍ତା ,,,,
ଭୁବନେଶ୍ଵର;ଟିମ୍ ଇଣ୍ତିଆ ଦବ୍ଲ୍ୟୁଟିସି ଫାଇନାଲ ହାରିବା ପରେ ଭରତର ଅଧିନାୟକଙ୍କୁ ନେଇ କ୍ରୀଡାବିତ୍ ମାନେ ନିଜ ନିଜର ମତ ରଖୁଛନ୍ତି। ଏହାରି ଭିତରେ ୨୦୦୫ ରେ ରହିଥିବା ସିଲେକ୍ଟର ଭୂପିନ୍ଦର ସିଂ ଗିଲଙ୍କୁ ନେଇ ଏମିତି କିଛି କହିଛନ୍ତି। ପ୍ରତିଭାବାନ ଯୁବ ଖେଳାଳି ତଥା ଇଣ୍ତିଆନ୍ ପ୍ରମିୟର ଲିଗ୍ର ଉଦୀୟମାନ ତାରକା ଶୁବମନ୍ ଗିଲ ହୋଇପାରନ୍ତି ଭାରତୀୟ ଦଳର ଆଗାମୀ ଅଧିନାୟକ । ଏଭଳି କହିଛନ୍ତି ସିଲେକ୍ଟର କମିଟିର ପୂର୍ବତନ ସଦସ୍ୟ ଭୂପିନ୍ଦର ସିଂ । ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଭୂପିନ୍ଦର ୨୦୦୫ରୁ ୨୦୦୮ ପର୍ଯ୍ୟନ୍ତ ସିଲେକ୍ଟର କମିଟିର ସଦସ୍ୟ ରହିଥିଲେ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ଭୂପିନ୍ଦର କହିଛନ୍ତି ଯେ, ‘ଗିଲ୍ ଜଣେ ପ୍ରତିଭାବାନ ଖେଳାଳି । ସେ ଆଗାମୀ ଦିନରେ ବ୍ୟାଟିଂ ସେନ୍ସେସନ୍ ପାଲଟିବେ । ତେବେ ସେ କ୍ୟାପ୍ଚେନସିପ୍ ଭାର ନେବେ କି ନାହିଁ ଏତେ ଶୀଘ୍ର ଅନୁମାନ କରିହେବ ନାହିଁ । ମୁଁ ଚାହୁଁନି କି ସେ କ୍ୟାପ୍ଟେନ୍ ଦୌଡ଼ରେ ପଡ଼ନ୍ତୁ । ଗିଲ୍ ଆଗାମୀ ଦିନରେ ଟିମ୍ ଇଣ୍ତିଆର ବ୍ୟାଟିଂ ଲିଜେଣ୍ତ ହୁଅନ୍ତୁ ବୋଲି ଆଶା କରୁଛି । ପରବର୍ତ୍ତୀ ସମୟରେ ସେ ନିଜକୁ ଭଲ କ୍ୟାପ୍ଟେନ୍ ଭାବେ ବିକାଶ କରିପାରିବେ’ ।